ବଢୁଛି ଚୋରା ମଦ ବ୍ୟବସାୟ, ନାକେଦମ୍ ହେଲେଣି ଅଞ୍ଚଳବାସୀ
ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ଚୋରା ମଦ କାରବାର ବେଧଡ଼କ ଚାଲିଛି। ଦିନରାତି ଏହି ବ୍ୟବସାୟ ଚାଲିଥିବା ବେଳେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। ଅବକାରୀ ଓ ପୋଲିସ ବିଭାଗ ଚିରନିଦ୍ରାରେ ଶୋଇଛି। ମଦ୍ୟପଙ୍କ ଦୌରାତ୍ୟ ବୃଦ୍ଧି ପାଇବା ବେଳେ ଅଞ୍ଚଳବାସୀ ନାକେଦମ୍ ହେଲେଣି। ଭୋର୍ ସମୟରୁ ବିଭିନ୍ନ ଚୋରା ଦେଶୀ ଭାଟି ସହ ବିଦେଶୀ ମଦ ଦୋକାନରେ ମଦ୍ୟପଙ୍କ ଭିଡ଼ ଲାଗିରହିଛି। ଲାଇସେନ୍ସପ୍ରାପ୍ତ କୌଣସି ସରକାରୀ ମଦ ଦୋକାନ ଏଠାରେ ନ […] The post ବଢୁଛି ଚୋରା ମଦ ବ୍ୟବସାୟ, ନାକେଦମ୍ ହେଲେଣି ଅଞ୍ଚଳବାସୀ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ଚୋରା ମଦ କାରବାର ବେଧଡ଼କ ଚାଲିଛି। ଦିନରାତି ଏହି ବ୍ୟବସାୟ ଚାଲିଥିବା ବେଳେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। ଅବକାରୀ ଓ ପୋଲିସ ବିଭାଗ ଚିରନିଦ୍ରାରେ ଶୋଇଛି। ମଦ୍ୟପଙ୍କ ଦୌରାତ୍ୟ ବୃଦ୍ଧି ପାଇବା ବେଳେ ଅଞ୍ଚଳବାସୀ ନାକେଦମ୍ ହେଲେଣି। ଭୋର୍ ସମୟରୁ ବିଭିନ୍ନ ଚୋରା ଦେଶୀ ଭାଟି ସହ ବିଦେଶୀ ମଦ ଦୋକାନରେ ମଦ୍ୟପଙ୍କ ଭିଡ଼ ଲାଗିରହିଛି। ଲାଇସେନ୍ସପ୍ରାପ୍ତ କୌଣସି ସରକାରୀ ମଦ ଦୋକାନ ଏଠାରେ ନ ଥିଲେ ମଧ୍ୟ ଏକାଧିକ ଦୋକାନରେ ବିଦେଶୀ ଓ ଦେଶୀ ମଦ ପ୍ରଚୁର ପରିମାଣରେ ବିକ୍ରି ହେଉଛି। ସିମନବାଡ଼ିର ଜୁଡ଼ାବାଡି, ଶିବମନ୍ଦିର ସାହି, ତେଲିଛକ, ରାଇକିଆ ରୋଡ୍ରେ ଏହି ମଦ କାରବାର ବେଧଡ଼କ ଭାବେ ଚାଲିଛି। ଫଳରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।
ସେପଟେ ପାର୍ବଣ ଚାଲିଥିବାରୁ ଏହି ଚୋରା କାରବାର ବୃଦ୍ଧି ସହ ଜୁଆଖେଳ ମଧ୍ୟ ଚାଲିଛି। ଏହି ଖେଳ ପରିଚାଳନା କରୁଥିବା ବ୍ୟକ୍ତିମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ବଜାର ଉପରେ ରାତି ତମାମ ଖେଳାଉଛନ୍ତି। ଫଳରେ ମଦ ବିକ୍ରି ଦିନରାତି ବୃଦ୍ଧି ପାଉଛି। ଏଥିପ୍ରତି ପୋଲିସ ଓ ଅବକାରୀ ବିଭାଗ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
The post ବଢୁଛି ଚୋରା ମଦ ବ୍ୟବସାୟ, ନାକେଦମ୍ ହେଲେଣି ଅଞ୍ଚଳବାସୀ appeared first on Dharitri Odia News.