ବଢୁଛି ସୁନା ଦର : ୮୮ ହଜାର ପାର କଲା ୨୪ କ୍ୟାରେଟ୍ ସୁନା
କନକବ୍ୟୁରୋ : ବଢ଼ି ଚାଲିଛି ସୁନାଦର। ୨୪ କ୍ୟାରେଟ୍ ସୁନାଦର ଭରି ପିଛା ୮୮ ହଜାର ଟଙ୍କା ଟପିଥିବା ବେଳେ ୮୦ ହଜାର ଟପିଛି ୨୨ କ୍ୟାରେଟ୍ ସୁନାଦର । ଖୁବଶୀଘ୍ର ୯୦ ହଜାର ଟପିବା ଆଶଙ୍କା ରହିଛି। ଟ୍ରମ୍ପଙ୍କ ଟିକସ ବୃଦ୍ଧି ପରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ବଢୁଛି । ୯୦ ହଜାର ଆଡ଼କୁ ଗତି କରୁଛି ସୁନାଦର । ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୮ ହଜାର ଟଙ୍କା ପାର୍ କରିଛି । ଆଗକୁ ୯୦ ହଜାର ଟଙ୍କା ଅତିକ୍ରମ କରିବା ଆଶଙ୍କା କରାଯାଉଛି। ସୁନା କିଣିବାକୁ ଗଲେ ଡର ଲାଗିଲାଣି । ମଧ୍ୟବିତ୍ତଙ୍କ ପାଇଁ କଷ୍ଟ ହେଉଛି ସୁନା କିଣିବା। ଅଧିକ ଇଚ୍ଛା ଥିଲେ ବି ବାଧ୍ୟହୋଇ ଦରକାରଠାରୁ କମ୍ ସୁନା କିଣୁଥିବା ଗ୍ରାହକ କହିଛନ୍ତି ।... ସୁନା ହେଉଛି ମହିଳାଙ୍କ ପ୍ରମୁଖ ଅଳଙ୍କାର। ବାହାଘର ହେଉ ବା ବ୍ରତଘର, ସବୁଥିରେ ସୁନା ଆବଶ୍ୟକ । କିନ୍ତୁ ଅତ୍ୟଧିକ ଦର ଯୋଗୁ ସୁନା କିଣିବା ମୁସ୍କିଲ ହୋଇପଡ଼ିଛି। ନୂଆଦିଲ୍ଲୀରେ ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନାଦର ୮୮ ହଜାର ୫୦୦ ଟଙ୍କାରେ ପହଞ୍ଚିଲାଣି। ଭୁବନେଶ୍ବରରେ ୮୭ ହଜାର ୯୩୦ ଟଙ୍କା ଅଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୮୦ ହଜାର ୬୦୦ ଟଙ୍କା ହେଲାଣି । ଆଗକୁ ସୁନା ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି।

କନକବ୍ୟୁରୋ : ବଢ଼ି ଚାଲିଛି ସୁନାଦର। ୨୪ କ୍ୟାରେଟ୍ ସୁନାଦର ଭରି ପିଛା ୮୮ ହଜାର ଟଙ୍କା ଟପିଥିବା ବେଳେ ୮୦ ହଜାର ଟପିଛି ୨୨ କ୍ୟାରେଟ୍ ସୁନାଦର । ଖୁବଶୀଘ୍ର ୯୦ ହଜାର ଟପିବା ଆଶଙ୍କା ରହିଛି। ଟ୍ରମ୍ପଙ୍କ ଟିକସ ବୃଦ୍ଧି ପରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ବଢୁଛି । ୯୦ ହଜାର ଆଡ଼କୁ ଗତି କରୁଛି ସୁନାଦର ।
୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୮୮ ହଜାର ଟଙ୍କା ପାର୍ କରିଛି । ଆଗକୁ ୯୦ ହଜାର ଟଙ୍କା ଅତିକ୍ରମ କରିବା ଆଶଙ୍କା କରାଯାଉଛି। ସୁନା କିଣିବାକୁ ଗଲେ ଡର ଲାଗିଲାଣି । ମଧ୍ୟବିତ୍ତଙ୍କ ପାଇଁ କଷ୍ଟ ହେଉଛି ସୁନା କିଣିବା। ଅଧିକ ଇଚ୍ଛା ଥିଲେ ବି ବାଧ୍ୟହୋଇ ଦରକାରଠାରୁ କମ୍ ସୁନା କିଣୁଥିବା ଗ୍ରାହକ କହିଛନ୍ତି ।...
ସୁନା ହେଉଛି ମହିଳାଙ୍କ ପ୍ରମୁଖ ଅଳଙ୍କାର। ବାହାଘର ହେଉ ବା ବ୍ରତଘର, ସବୁଥିରେ ସୁନା ଆବଶ୍ୟକ । କିନ୍ତୁ ଅତ୍ୟଧିକ ଦର ଯୋଗୁ ସୁନା କିଣିବା ମୁସ୍କିଲ ହୋଇପଡ଼ିଛି। ନୂଆଦିଲ୍ଲୀରେ ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନାଦର ୮୮ ହଜାର ୫୦୦ ଟଙ୍କାରେ ପହଞ୍ଚିଲାଣି। ଭୁବନେଶ୍ବରରେ ୮୭ ହଜାର ୯୩୦ ଟଙ୍କା ଅଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୮୦ ହଜାର ୬୦୦ ଟଙ୍କା ହେଲାଣି । ଆଗକୁ ସୁନା ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି।