ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ଖୋଲିଲା ଆଉ ୪ ଗେଟ୍‌, ୧୪ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ବଢୁଛି ହୀରାକୁଦ ଜଳସ୍ତର । ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ୧୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶର ମାତ୍ରା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ହୀରାକୁଦର ୬ଟି ଗେଟ୍‌ ଖୋଲା ଥିବା ବେଳେ ଦୁଇଟି ପର୍ଯ୍ୟାୟରେ ପୁଣି ୮ଟି ଗେଟ୍‌ ଖୋଲାଯାଇ ସାରିଛି। […]

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ଖୋଲିଲା ଆଉ ୪ ଗେଟ୍‌, ୧୪ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
Water Level In Odisha's Hirakud Dam Rising

ସମ୍ବଲପୁର: ବଢୁଛି ହୀରାକୁଦ ଜଳସ୍ତର । ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ୧୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶର ମାତ୍ରା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ହୀରାକୁଦର ୬ଟି ଗେଟ୍‌ ଖୋଲା ଥିବା ବେଳେ ଦୁଇଟି ପର୍ଯ୍ୟାୟରେ ପୁଣି ୮ଟି ଗେଟ୍‌ ଖୋଲାଯାଇ ସାରିଛି। ଯାହା ଫଳରେ ବର୍ତ୍ତମାନ ମୋଟ ୧୪ଟି ଗେଟ୍‌ ଦେଇ ନିଷ୍କାସନ କରାଯାଉଛି।

ସେପଟେ ରାଜ୍ୟରେ ଏବେ ସୁଦ୍ଧା ବନ୍ୟା ସ୍ଥିତି ଉପୁଜିନଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି ଉପୁଜିନି,ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଛି,କୌଣସି ସ୍ଥାନରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ। କେବଳ ମାଲକାନଗିରିରେ ଅତ୍ୟଧିକ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି,ଆଜି ସକାଳ ସୁଦ୍ଧା ବୈତରଣୀ,ବୁଢ଼ାବଳଙ୍ଗ ଅପ୍ ଟ୍ରେଣ୍ଡ ରେ ପାଣି ପ୍ରବାହିତ ହେଉଛି,ହେଲେ ବିପଦ ସଂକେତ ତଳେ ରହିଛି। ଏବେ ଖୁବ୍ କମ୍ ବନ୍ୟାଜଳ ମହାନଦୀରେ ବୋହୁଛି,ଯଦି ପରବର୍ତ୍ତୀ ସମୟରେ ବର୍ଷ ପରିମାଣ ବଢିବ ସେଥିପାଇଁ ଆମେ ସମ୍ପୂର୍ଣ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।