ବଣ୍ଡାଘାଟି ଲୋକଙ୍କ ସମସ୍ୟା ବୁଝିଲେ ଉପ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା ସହ ଦେଲେ ବିକାଶର ବାର୍ତ୍ତା

ମାଲକାନଗିରି ୨୦।୧୨: ବଣ୍ଡାଘାଟିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଘାଟିରେ ବଣ୍ଡା ଜନଜାତିଙ୍କ ସମସ୍ୟା ବୁଝିଲେ । ବଡ଼ ଘୋଷଣା ସହ ବିକାଶର ବାର୍ତ୍ତା ଦେଲେ । ପ୍ରଥମ ଥର ଲାଗି କୌଣସି ଉପ ମୁଖ୍ୟମନ୍ତ୍ରୀ ବଣ୍ଡାଘାଟିକୁ ଯାଇ ଜନଜାତିଙ୍କ ସମସ୍ୟା ବୁଝିଛନ୍ତି । କେବଳ ସମସ୍ୟା ବୁଝିନାହାନ୍ତି, ବଣ୍ଡା ଜନଜାତିଙ୍କ ପାଇଁ ବିକାଶର ପସରା ମେଲାଇ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କେବଳ ବଣ୍ଡା ଜନଜାତିଙ୍କ ଲାଗି ହିଁ ଚତୁର୍ଥ କିସ୍ତି ସୁଭଦ୍ରା ଯୋଜନାର ତାରିଖ ବଦଳାଇ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଡିସେମ୍ବର ୨୫ ପରିବର୍ତ୍ତେ ବଣ୍ଡା ମହିଳାଙ୍କୁ ମିଶାଇ ରାଜ୍ୟର ଅନ୍ୟ ମହିଳାଙ୍କ ଲାଗି ତାରିଖ ଧାର୍ଯ୍ୟ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଆବାସ ଯୋଜନାରେ ସରକାର ଦେଉଥିବା ଅର୍ଥ ରାଶିଠାରୁ ଅଧିକା ୫୦ ହଜାର ଟଙ୍କା ବଣ୍ଡା ଜନଜାତିଙ୍କୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ବଣ୍ଡାଘାଟିର ପ୍ରତି ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ରାସ୍ତାଘାଟ, ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ କରାଯିବ। ଏହା ସହିତ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ମୁଦୁଲିପଡ଼ାର ସୀତାକୁଣ୍ଡକୁ ଜାତୀୟ ପର୍ଯ୍ୟଟନସ୍ଥଳୀ କରିବା ଲାଗି ସେ ଘୋଷଣା କରିଛନ୍ତି । ଏହି ଗସ୍ତ ଅବସରରେ ୯୦ ଜଣ ଭୂମିହୀନଙ୍କୁ ବଣ୍ଡା ଜନଜାତିଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ।ବଣ୍ଡାଘାଟିରେ ଉପ ମୁଖ୍ୟମନ୍ତ୍ରୀ

ବଣ୍ଡାଘାଟି ଲୋକଙ୍କ ସମସ୍ୟା ବୁଝିଲେ ଉପ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା ସହ ଦେଲେ ବିକାଶର ବାର୍ତ୍ତା

ମାଲକାନଗିରି ୨୦।୧୨: ବଣ୍ଡାଘାଟିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଘାଟିରେ ବଣ୍ଡା ଜନଜାତିଙ୍କ ସମସ୍ୟା ବୁଝିଲେ । ବଡ଼ ଘୋଷଣା ସହ ବିକାଶର ବାର୍ତ୍ତା ଦେଲେ । ପ୍ରଥମ ଥର ଲାଗି କୌଣସି ଉପ ମୁଖ୍ୟମନ୍ତ୍ରୀ ବଣ୍ଡାଘାଟିକୁ ଯାଇ ଜନଜାତିଙ୍କ ସମସ୍ୟା ବୁଝିଛନ୍ତି । କେବଳ ସମସ୍ୟା ବୁଝିନାହାନ୍ତି, ବଣ୍ଡା ଜନଜାତିଙ୍କ ପାଇଁ ବିକାଶର ପସରା ମେଲାଇ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କେବଳ ବଣ୍ଡା ଜନଜାତିଙ୍କ ଲାଗି ହିଁ ଚତୁର୍ଥ କିସ୍ତି ସୁଭଦ୍ରା ଯୋଜନାର ତାରିଖ ବଦଳାଇ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଡିସେମ୍ବର ୨୫ ପରିବର୍ତ୍ତେ ବଣ୍ଡା ମହିଳାଙ୍କୁ ମିଶାଇ ରାଜ୍ୟର ଅନ୍ୟ ମହିଳାଙ୍କ ଲାଗି ତାରିଖ ଧାର୍ଯ୍ୟ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଆବାସ ଯୋଜନାରେ ସରକାର ଦେଉଥିବା ଅର୍ଥ ରାଶିଠାରୁ ଅଧିକା ୫୦ ହଜାର ଟଙ୍କା ବଣ୍ଡା ଜନଜାତିଙ୍କୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ବଣ୍ଡାଘାଟିର ପ୍ରତି ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ରାସ୍ତାଘାଟ, ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ କରାଯିବ। ଏହା ସହିତ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ମୁଦୁଲିପଡ଼ାର ସୀତାକୁଣ୍ଡକୁ ଜାତୀୟ ପର୍ଯ୍ୟଟନସ୍ଥଳୀ କରିବା ଲାଗି ସେ ଘୋଷଣା କରିଛନ୍ତି । ଏହି ଗସ୍ତ ଅବସରରେ ୯୦ ଜଣ ଭୂମିହୀନଙ୍କୁ ବଣ୍ଡା ଜନଜାତିଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ।

ବଣ୍ଡାଘାଟିରେ ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଖୁସି ଥିଲେ ଆଦିମ ଜନଜାତି ଲୋକ। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ସହ ବିଏସଏଫ ଓ ଜିଲ୍ଲା ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଖରାପ ପାଗ ଯୋଗୁଁ ବଣ୍ଡାଘାଟିରେ ହେଲିକପ୍ଟର ଅବତରଣ କରିପାରିନଥିବା ବେଳେ କୋରାପୁଟରୁ ସଡ଼କ ପଥରେ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିର ପହଞ୍ଚିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ଥିବା ବଣ୍ଡାଘାଟିର ମହିଳାମାନେ ପାରମ୍ପରିକ ବେଶଭୂସାରେ ତାଙ୍କୁ ପାଛୋଟି ନେଇଥିଲେ। ନିଜେ ଉପ ମୁଖ୍ୟମନ୍ତ୍ରୀ ଆଦିମ ଜନଜାତିର ଏହି ବଣ୍ଡା ମହିଳାଙ୍କ ଭିତରେ ନିଜକୁ ସାମିଲ କରି ନାଚ ଗୀତ ଦେଖିଥିଲେ। କେବଳ ସେତିକି ନୁହେଁ, ପ୍ରଭାତୀ ବଣ୍ଡା ମହିଳାଙ୍କ ପରି ମାଳି ଓ ଅଳଙ୍କାର ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଆଦିମ ଜନଜାତିର ବଣ୍ଡା ମହିଳା। ଏହାପରେ ମୁଦୁଲିପଡା ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନ ଲାଗି ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀ ଲମ୍ବା ଧାଡିରେ ଠିଆ ହୋଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଛୋଟ ଛୋଟ ଆଦିବାସୀ ପିଲାଙ୍କ ସହ ସେ ସିଧାସଳଖ କଥା ହୋଇଥିଲେ ।

You Can Read:

ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ