ବଦଲାପୁର ଘଟଣା ପରେ ଆକ୍ସନରେ ପୋଲିସ ; ୩୦୦ ଏତଲା, ୪୦ରୁ ଅଧିକ ଗିରଫ
ମୁମ୍ବାଇ ୨୧।୦୮ : ମହାରାଷ୍ଟ୍ର ବଦ୍ଲାପୁରରେ ଦୁଇ ନାବାଳିକାଙ୍କୁ ଯୌନ ଉତ୍ପୀଡନ ଘଟଣାରେ ବଡ଼ ଆକ୍ସନ । ମହାରାଷ୍ଟ୍ର ପୋଲିସ ନେଇଛି କଠୋର ଆକ୍ସନ । ଗୋଟିଏ ପରେ ଧାରଣା ପ୍ରଦର୍ଶନ ଜାରି ରହିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ୩୦୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏହାସହିତ ୪୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ସମସ୍ତ ଗିରଫ ବ୍ୟକ୍ତିଙ୍କୁ ବୁଧବାର କୋର୍ଟରେ ହାଜର କରାୟିବ । ମହାରାଷ୍ଟ୍ର ପୋଲିସ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଜି କରାଯାଇଛି ।ତେବେ ତମାମ ଘଟଣାକୁ ନେଇ ମଙ୍ଗଳବାର ଦିନ ଲୋକ ଉଗ୍ରରୂପ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଏହାବ୍ୟତୀତ ବଦ୍ଲାପୁରରେ ଇଣ୍ଟରନେଟ୍ ସେବା ରଦ୍ଦ କରିଦିଆଯାଇଛି । ଏହାସହିତ ଦୋକାନ ବଜାରକୁ ମଧ୍ୟ ବନ୍ଦ କରାଯାଇଥିଛି । ସେପଟେ ରେଳବାଇ ପୋଲିସ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ପୂର୍ବାପେକ୍ଷା ସ୍ବାଭାବିକ ଅଛି। କୌଣସି ଧାରା ଲାଗୁ କରାଯାଇନାହିଁ। କୌଣସି ପ୍ରକାର ଗୁଜବ ନହେଉ, ସେଥିପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା। ମଙ୍ଗଳବାର ଦିନ ରେଳଷ୍ଟେସନ୍ରେ ଲୋକଙ୍କ ପ୍ରଦର୍ଶନ ତିବ୍ର ହେବା କାରଣରୁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ପ୍ରଦର୍ଶନକାରୀଙ୍କ ପକ୍ଷରୁ ରେଳ ଧାରଣା ବନ୍ଦ ହେବା କାରଣରୁ ୧୨ଟି ମେଲ୍ ଟ୍ରେନ୍ର ମାର୍ଗ ବଦଳାଇବାକୁ ପଡ଼ିଥିଲା। ୩୦ ଟି ଲୋକାଲ୍ ଟ୍ରେନ୍କୁ ଆଂଶିକ ଭାବେ ବନ୍ଦ କରିବାକୁ ପଡ଼ିଥିଲା
ମୁମ୍ବାଇ ୨୧।୦୮ : ମହାରାଷ୍ଟ୍ର ବଦ୍ଲାପୁରରେ ଦୁଇ ନାବାଳିକାଙ୍କୁ ଯୌନ ଉତ୍ପୀଡନ ଘଟଣାରେ ବଡ଼ ଆକ୍ସନ । ମହାରାଷ୍ଟ୍ର ପୋଲିସ ନେଇଛି କଠୋର ଆକ୍ସନ । ଗୋଟିଏ ପରେ ଧାରଣା ପ୍ରଦର୍ଶନ ଜାରି ରହିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ୩୦୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏହାସହିତ ୪୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ସମସ୍ତ ଗିରଫ ବ୍ୟକ୍ତିଙ୍କୁ ବୁଧବାର କୋର୍ଟରେ ହାଜର କରାୟିବ । ମହାରାଷ୍ଟ୍ର ପୋଲିସ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଜି କରାଯାଇଛି ।
ତେବେ ତମାମ ଘଟଣାକୁ ନେଇ ମଙ୍ଗଳବାର ଦିନ ଲୋକ ଉଗ୍ରରୂପ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଏହାବ୍ୟତୀତ ବଦ୍ଲାପୁରରେ ଇଣ୍ଟରନେଟ୍ ସେବା ରଦ୍ଦ କରିଦିଆଯାଇଛି । ଏହାସହିତ ଦୋକାନ ବଜାରକୁ ମଧ୍ୟ ବନ୍ଦ କରାଯାଇଥିଛି । ସେପଟେ ରେଳବାଇ ପୋଲିସ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ପୂର୍ବାପେକ୍ଷା ସ୍ବାଭାବିକ ଅଛି। କୌଣସି ଧାରା ଲାଗୁ କରାଯାଇନାହିଁ। କୌଣସି ପ୍ରକାର ଗୁଜବ ନହେଉ, ସେଥିପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା।
ମଙ୍ଗଳବାର ଦିନ ରେଳଷ୍ଟେସନ୍ରେ ଲୋକଙ୍କ ପ୍ରଦର୍ଶନ ତିବ୍ର ହେବା କାରଣରୁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ପ୍ରଦର୍ଶନକାରୀଙ୍କ ପକ୍ଷରୁ ରେଳ ଧାରଣା ବନ୍ଦ ହେବା କାରଣରୁ ୧୨ଟି ମେଲ୍ ଟ୍ରେନ୍ର ମାର୍ଗ ବଦଳାଇବାକୁ ପଡ଼ିଥିଲା। ୩୦ ଟି ଲୋକାଲ୍ ଟ୍ରେନ୍କୁ ଆଂଶିକ ଭାବେ ବନ୍ଦ କରିବାକୁ ପଡ଼ିଥିଲା। ପାଖାପାଖି ୧୦ ଘଣ୍ଟା ରେଳସେବା ବାଧାପ୍ରାପ୍ତ ହେବା ପରେ ପୁଣି ସ୍ବାଭାବିକ ହୋଇଥିଲା।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ବଦଲାପୁରରରେ ଦୁଇଜଣ ନାବାଳିକାଙ୍କ ସହିତ ଯୌନ ଉତ୍ପୀଡ଼ନ ମାମଲାରେ ଲୋକଙ୍କ ମଧ୍ୟରେ ବିକ୍ଷୋଭ ମନୋଭାବ ଦେଖିବାକୁ ମିଳିଥିଲା। ଅଗଷ୍ଟ ୧୭ ତାରିଖରେ ପୁଲିସ ନାବାଳିକାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜଣେ ଆଟାଣ୍ଡାଣ୍ଟକୁ ଗିରଫ କରିଥିଲା। ତମାମ ମାମଲାକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡନବିସ୍ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି।