ବଦଳି ପାଇଁ ଚାପ ପ୍ରସଙ୍ଗ, ବିଜେପିକୁ ବିଜେଡିର କଡ଼ା ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ବଦଳି ପାଇଁ ଚାପ ପ୍ରସଙ୍ଗ । ବିଜେପିକୁ କଡା ସମାଲୋଚନା କରିଛି ବିଜେଡି।  ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ... The post ବଦଳି ପାଇଁ ଚାପ ପ୍ରସଙ୍ଗ, ବିଜେପିକୁ ବିଜେଡିର କଡ଼ା ସମାଲୋଚନା appeared first on .

ବଦଳି ପାଇଁ ଚାପ ପ୍ରସଙ୍ଗ, ବିଜେପିକୁ ବିଜେଡିର କଡ଼ା ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ବଦଳି ପାଇଁ ଚାପ ପ୍ରସଙ୍ଗ । ବିଜେପିକୁ କଡା ସମାଲୋଚନା କରିଛି ବିଜେଡି।  ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ହାତରେ ପ୍ରଶାସନ ନାହଁ। ବଦଳି ପାଇଁ ଚାପ ସୃଷ୍ଟି ନକରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଚିଠିକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି କଟାକ୍ଷ କରିଛି । ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଭୁୃଗୁ ବକ୍ସିପାତ୍ର । ଗତକାଲି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଦସ୍ତଖତରେ ଚିଠି ଯାଇଛି। ଏଭଳି ଚିଠି କେବେ ଶୁଣାଯାଇନଥିଲା । ଯେଉଁ କଥା ଦାଣ୍ଡରେ ପଡି ହାଟରେ ଗଡୁଛି ଏକଥାକୁ ମୁଖ୍ୟ ଶାସନ ସଚିବ ମାନୁଛନ୍ତି। ଅଧିକାରୀମାନେ ବାହ୍ୟଚାପରେ ନିଜ ମନ ପସନ୍ଦର ସ୍ଥାନକୁ ଯିବାକୁ ଚାହୁଁଛନ୍ତି।

କିଏ ବାହ୍ୟ ଚାପ ସୃଷ୍ଟି କରୁଛନ୍ତି ସରକାର କୁହନ୍ତୁ ବୋଲି ବିଜେଡି ଦାବି କରିଛି । ସରକାର ମାନିଛନ୍ତି ପ୍ରଶାସନ ଚଳାଇବାରେ ସରକାର ଫେଲ ମାରିଛନ୍ତି। ସରକାରଙ୍କ କର୍ତ୍ତୃତ୍ବରେ ପ୍ରଶାସନ ନାହିଁ । ଯଦି ତାଙ୍କ ପାଖରେ ପ୍ରମାଣ ଅଛି କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ବିଜେପି ସରକାର ଚିକ୍କଣ କଥା କହି ସରକାରକୁ ଆସିଲେ । ଏବେ ପରୋକ୍ଷରେ କହୁଛନ୍ତି ଆମେ ସରକାର ଚଳାଇ ପାରୁନାହିଁ। ସରକାର ଏବଂ ସରକାରୀ ଦଳ ମଧ୍ୟରେ ତାଳମେଳ ରହୁନାହିଁ। ଏହା ବିଜେପିର ବରିଷ୍ଠ ନେତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବୋଲି ବିଜେଡି କହିଛି।

The post ବଦଳି ପାଇଁ ଚାପ ପ୍ରସଙ୍ଗ, ବିଜେପିକୁ ବିଜେଡିର କଡ଼ା ସମାଲୋଚନା appeared first on .