ବଦଳି ପ୍ରତିବାଦରେ ମହିଳା ସବ୍ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା ଉଦ୍ୟମ,ହସ୍‌ପିଟାଲରେ ଭର୍ତ୍ତି

ଭୁବନେଶ୍ବର୧୦/୧୧: ବଦଳି ପ୍ରତିବାଦରେ ସିନ୍ଦୁର ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ସବ୍‌ ଇନ୍ସପେକ୍ଟର । ପ୍ରଥମେ ସେ ଖଣ୍ଡଗିରି ଥାନାରେ ମହିଳା ସବ୍‌ ଇନ୍ସପେକ୍ଟର ଥିଲେ । ତେବେ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଡିସିପି ଅଫିସକୁ ବଦଳି କରିଥିଲେ ପୂର୍ବତନ ଡିସିପି ପ୍ରତୀକ ସିଂ । ବର୍ତ୍ତମାନର ଡିସିପି ପିନାକ ମିଶ୍ର ତାଙ୍କୁ ବାଲିପାଟଣା ଥାନାକୁ ବଦଳି କରିଛନ୍ତି । ପ୍ରତିବାଦରେ ମହିଳା ସବ୍‌ଇନ୍ସପେକ୍ଟର ସିନ୍ଦୁର ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । 