ବଦଳିବ କଳାହାଣ୍ଡି ଆଇନ ମହାବିଦ୍ୟାଳୟର ରୂପରେଖ
ଭବାନୀପାଟଣା,୧୯ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ତଥା ଜିଲାରେ ଶତାଧିକ ଆଇନଜୀବୀ, ବିଚାରପତି ତିଆରି କରିଥିବା କଳାହାଣ୍ଡି ଆଇନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା, ଭିତ୍ତିଭୂମିର ବିକାଶ ସହିତ ଉଚ୍ଚତର ଆଇନ ଶିକ୍ଷା ପାଇଁ ଶତାଧିକ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କଳାହାଣ୍ଡି ଗସ୍ତରେ ଥିବାବେଳେ ମହାବିଦ୍ୟାଳୟର ଛାତ୍ରୀଛାତ୍ର ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି […] The post ବଦଳିବ କଳାହାଣ୍ଡି ଆଇନ ମହାବିଦ୍ୟାଳୟର ରୂପରେଖ appeared first on Dharitri Odia News.
ଭବାନୀପାଟଣା,୧୯ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ମାନ୍ୟତା ପାଇଥିବା ତଥା ଜିଲାରେ ଶତାଧିକ ଆଇନଜୀବୀ, ବିଚାରପତି ତିଆରି କରିଥିବା କଳାହାଣ୍ଡି ଆଇନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା, ଭିତ୍ତିଭୂମିର ବିକାଶ ସହିତ ଉଚ୍ଚତର ଆଇନ ଶିକ୍ଷା ପାଇଁ ଶତାଧିକ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କଳାହାଣ୍ଡି ଗସ୍ତରେ ଥିବାବେଳେ ମହାବିଦ୍ୟାଳୟର ଛାତ୍ରୀଛାତ୍ର ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ କଳାହାଣ୍ଡି ନୁହେଁ, ସମଗ୍ର ପଶ୍ଚିମ ଓଡିଶାରେ ଆଇନ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଥିବା ଏହି ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ ଆଇନ ଶିକ୍ଷା, ସ୍ନାତକୋତ୍ତର ଆଇନଶିକ୍ଷା ପାଇଁ ଅନୁମତି ଓ ଭିତ୍ତିଭୂମି ନିର୍ମାଣ, ଇ-ଲାଇବ୍ରେରୀ ସ୍ଥାପନ, ପାଚେରି ନିର୍ମାଣ ସହିତ ମହାବିଦ୍ୟାଳୟ ପରିସର ସୌନ୍ଦର୍ଯ୍ୟକରଣ ପାଇଁ ଦାବି ଜଣାଇଥିଲେ। ମନ୍ତ୍ରୀ ସୁରଜ ଛାତ୍ରୀଛାତ୍ରଙ୍କ ଦାବି ଶୁଣିବା ସହିତ ମହାବିଦ୍ୟାଳୟର ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସଭା ଏମ୍ପି ସୁଜିତ କୁମାର, ଲୋକ ସଭା ଏମ୍ପି ମାଳବିକା ଦେବୀ ମଧ୍ୟ ମହାବିଦ୍ୟାଳୟର ଉନ୍ନତି ଦିଗରେ ସହାୟତାର ହାତ ବଢାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ମନ୍ତ୍ରୀଙ୍କ ସହିତ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଓ ଅନ୍ୟମାନେ ସାମିଲ ଥିଲେ। ଶେଷବର୍ଷର ଆଇନଛାତ୍ର ରାଜୀବ ଲୋଚନ ଶତପଥୀ, ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ରାଜେଶ ପାଣିଗ୍ରାହୀ, ପ୍ରବୀଣ କୁମାର, ଚନ୍ଦ୍ରାଂଶୁ ମିଶ୍ର, ଶିବାଶିଷ ପଟେଲ, ଆଶିଷ ରଞ୍ଜନ ମୁଣ୍ଡ, ସ୍ବପ୍ନିଳା ମହାପାତ୍ର, ବରଖା ଅଗ୍ରୱାଲ, କିରଣ ମଙ୍ଗରାଜ, ଦୀନେଶ ନାଗଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।
The post ବଦଳିବ କଳାହାଣ୍ଡି ଆଇନ ମହାବିଦ୍ୟାଳୟର ରୂପରେଖ appeared first on Dharitri Odia News.