ବଦଳିବ ଲକ୍ଷ୍ମୀ ବସ୍‌ର ନାଁ!

ରାଜ୍ୟର ୩୧୪ ବ୍ଲକରୁ ପୁରୀକୁ OSRTC ବସ୍ ଗଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ବଦଳିବ ଲକ୍ଷ୍ମୀ ବସ୍‌ର ନାଁ!

ବଦଳିବ କି ଲକ୍ଷ୍ମୀ ବସର ନାଁ। ଲକ୍ଷ୍ମୀ ବସ୍ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ପରିବହନ ମନ୍ତ୍ରୀ କହିଛନ୍ତି ଲକ୍ଷ୍ମୀ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି। ତେବେ ଲୋକଙ୍କୁ ବସ୍ ସେବା ଜାରି ରହିବ, ଏ ପ୍ରତିଶ୍ରୁତି ଦେଉଛୁ। ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକମାନଙ୍କୁ କିଭଳି ଭାବେ ବସ୍ ସେବା ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯାଉଛି। ଯେଉଁ ନାଁରେ ହେଉ ପଛେ ଲୋକମାନଙ୍କୁ ବସ୍ ସେବା ଯୋଗାଇ ଦିଆଯିବ।

ନାଁ ବଦଳିପାରେ। ନାଁ ରେ କ'ଣ ଅଛି। ସେବା ମିଳିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି। OSRTC କାର୍ଯ୍ୟାଳୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା OSRTC କାର୍ଯ୍ୟର ସମୀକ୍ଷା କରିବା ପରେ ଏହା କହିଛନ୍ତି। ଏହି ଅବସରରେ ପରିବହନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ୍ ସେବା।

ଅଯୋଧ୍ୟା, ତିରୁପତି, ମହାକାଳେଶ୍ବର, ବାରାଣସୀ ଓ ବୃନ୍ଦାବନକୁ ଗଡ଼ିବ ବସ୍। ପୁରୀ, ଭୁବନେଶ୍ବର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥାନରୁ ଏସବୁ ତୀର୍ଥ ସ୍ଥଳୀକୁ ବସ୍ ଚାଲିବ।ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି। ରଥ ଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ବସ୍ ଗଡ଼ିବ। ରାଜ୍ୟର ୩୧୪ ବ୍ଲକରୁ ପୁରୀକୁ OSRTC ବସ୍ ଗଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।