ବଦଳିବା ଦରକାର କି ରେଭେନ୍ସା ୟୁନିଭର୍ସିଟି ନାଁ ?

ତେଜିଲା ରେଭେନ୍ସା ନାମକରଣ ବିବାଦ। ଓଡ଼ିଆ ଅସ୍ମିତା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ।

ବଦଳିବା ଦରକାର କି ରେଭେନ୍ସା ୟୁନିଭର୍ସିଟି ନାଁ ?

ବଦଳିବା ଦରକାର କି ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ । ରେଭେନ୍ସା। ଓଡ଼ିଶାରେ ଉଚ୍ଚଶିକ୍ଷାର ଅନ୍ତୁଡ଼ିଶାଳ । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା କଲେଜ ନାମିତ ହୋଇଥିଲା ତତ୍କାଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ । ଇଏ ସେଇ ଟି.ଇ. ରେଭେନ୍ସା, ଯାହାଙ୍କ ସମୟରେ ୧୮୬୬ରେ ଓଡ଼ିଶାରେ ପଡ଼ିଥିଲା କୁଖ୍ୟାତ ୯ ଅଙ୍କ ଦୁର୍ଭିକ୍ଷ ।