ବଦଳିବେ OLA ସିଇଓ, ଭାବିଶଙ୍କ ସ୍ଥାନ ନେବେ ହେମନ୍ତ ବାକ୍ସୀ
ନୂଆଦିଲ୍ଲୀ: ଓଲାର ପ୍ୟାରେଣ୍ଟ କମ୍ପାନି ଏଏନଆଇ ଟେକ୍ନୋଲୋଜିସ ପ୍ରାଇଭେଟ୍ ଲିମିଟେଡ OLAର ପରବର୍ତ୍ତୀ ସିଇଓଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ହେମନ୍ତ ବାକ୍ସୀ। ହେମନ୍ତ ବର୍ତ୍ତମାନ ସିଇଓ ପଦରେ ରହିଥିବା ଭାବିଶ ଅଗ୍ରଓ୍ବାଲଙ୍କ ସ୍ଥାନ ନେବେ । ହେମନ୍ତ ବକ୍ସୀ ୟୁନିଲିଭର ଇଣ୍ଡୋନେସିଆର ଅଧ୍ୟକ୍ଷ ଏବଂ ମାର୍କେଟପ୍ଲେସର ଏକ୍ସିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ ଭାବରେ କାମ କରିଛନ୍ତି। ହେମନ୍ତ ପ୍ରାୟ ଚାରି ବର୍ଷ ତଳେ ଓଲାରେ ଯୋଗେଦେବା ସହ ଭାରତ ଫେରିଆସିଥିଲେ। ଉଲ୍ଲେଖଯୋଗ୍ୟ, ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଦିଗରେ ଧ୍ୟାନ ଦେଉଛି। ଏହି କ୍ରମରେ କମ୍ପାନି ଏହାର ତିନି ବ୍ୟବସାୟିକ ୟୁନିଟ୍, ରାଇଡ୍ ହେଲିଂ ଏବଂ ମୋବିଲିଟି, ଫାଇନାନ୍ସିଆଲ ସର୍ଭିସ୍ (ଆର୍ଥିକ ସେବା) ଓ ଲଜିଷ୍ଟିକ୍ସ ଏବଂ ଇ-କମର୍ସକୁ ପୁନର୍ଗଠନ କରୁଛି। ଆହୁରି ପଢ଼ନ୍ତୁ: ପେଟିଏମ୍ ଓ ଫ୍ଲିପ୍କାର୍ଟ ପରେ ଏବେ ସ୍ୱିଗିରେ ଛଟେଇ, ପ୍ରଭାବିତ ହେବେ ୪୦୦ କର୍ମଚାରୀ ଗୁରୁବାର ଏକ ବୟାନ ଅନୁଯାୟୀ, ଅଗ୍ରଓ୍ବାଲ କହିଛନ୍ତି ସେ ବ୍ୟବସାୟ ସହ ସଂପୂର୍ଣ୍ଣ ଭାବରେ ଜଡ଼ିତ ରହିବେ ଏବଂ ହେମନ୍ତଙ୍କ ସହ ମିଶି କାମ କରିବେ। ହେମନ୍ତ ପରିଚାଳନା ଦାୟିତ୍ବ ଦେଖିବେ ଏବଂ ସେ କମ୍ପାନିର ନୂଆ ସୃଜନଶୀଳତା ଉପରେ କାମ କରିବେ। The post ବଦଳିବେ OLA ସିଇଓ, ଭାବିଶଙ୍କ ସ୍ଥାନ ନେବେ ହେମନ୍ତ ବାକ୍ସୀ appeared first on Prameya News7.
ନୂଆଦିଲ୍ଲୀ: ଓଲାର ପ୍ୟାରେଣ୍ଟ କମ୍ପାନି ଏଏନଆଇ ଟେକ୍ନୋଲୋଜିସ ପ୍ରାଇଭେଟ୍ ଲିମିଟେଡ OLAର ପରବର୍ତ୍ତୀ ସିଇଓଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ହେମନ୍ତ ବାକ୍ସୀ। ହେମନ୍ତ ବର୍ତ୍ତମାନ ସିଇଓ ପଦରେ ରହିଥିବା ଭାବିଶ ଅଗ୍ରଓ୍ବାଲଙ୍କ ସ୍ଥାନ ନେବେ । ହେମନ୍ତ ବକ୍ସୀ ୟୁନିଲିଭର ଇଣ୍ଡୋନେସିଆର ଅଧ୍ୟକ୍ଷ ଏବଂ ମାର୍କେଟପ୍ଲେସର ଏକ୍ସିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟ ଭାବରେ କାମ କରିଛନ୍ତି। ହେମନ୍ତ ପ୍ରାୟ ଚାରି ବର୍ଷ ତଳେ ଓଲାରେ ଯୋଗେଦେବା ସହ ଭାରତ ଫେରିଆସିଥିଲେ।
ଉଲ୍ଲେଖଯୋଗ୍ୟ, ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଦିଗରେ ଧ୍ୟାନ ଦେଉଛି। ଏହି କ୍ରମରେ କମ୍ପାନି ଏହାର ତିନି ବ୍ୟବସାୟିକ ୟୁନିଟ୍, ରାଇଡ୍ ହେଲିଂ ଏବଂ ମୋବିଲିଟି, ଫାଇନାନ୍ସିଆଲ ସର୍ଭିସ୍ (ଆର୍ଥିକ ସେବା) ଓ ଲଜିଷ୍ଟିକ୍ସ ଏବଂ ଇ-କମର୍ସକୁ ପୁନର୍ଗଠନ କରୁଛି।
ଆହୁରି ପଢ଼ନ୍ତୁ: ପେଟିଏମ୍ ଓ ଫ୍ଲିପ୍କାର୍ଟ ପରେ ଏବେ ସ୍ୱିଗିରେ ଛଟେଇ, ପ୍ରଭାବିତ ହେବେ ୪୦୦ କର୍ମଚାରୀ
ଗୁରୁବାର ଏକ ବୟାନ ଅନୁଯାୟୀ, ଅଗ୍ରଓ୍ବାଲ କହିଛନ୍ତି ସେ ବ୍ୟବସାୟ ସହ ସଂପୂର୍ଣ୍ଣ ଭାବରେ ଜଡ଼ିତ ରହିବେ ଏବଂ ହେମନ୍ତଙ୍କ ସହ ମିଶି କାମ କରିବେ। ହେମନ୍ତ ପରିଚାଳନା ଦାୟିତ୍ବ ଦେଖିବେ ଏବଂ ସେ କମ୍ପାନିର ନୂଆ ସୃଜନଶୀଳତା ଉପରେ କାମ କରିବେ।
The post ବଦଳିବେ OLA ସିଇଓ, ଭାବିଶଙ୍କ ସ୍ଥାନ ନେବେ ହେମନ୍ତ ବାକ୍ସୀ appeared first on Prameya News7.