ବଦଳିଲା ତାରିଖ, ଅରୁଣାଚଳ ପ୍ରଦେଶ-ସିକିମରେ ଏହି ତାରିଖରେ ହେବ ଭୋଟ ଗଣତି
ନୂଆଦିଲ୍ଲୀ,୧୭ା୩: ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ହେବାକୁ ଥିବା ବିଧାନସଭା ଭୋଟ ଗଣତି ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ। ପୂର୍ବରୁ ଏହି ତାରିଖ ଜୁନ ୪ ତାରିଖ ଥିଲା। ରାଜ୍ୟରେ ସରକାରଙ୍କ କାର୍ଯ୍ୟକାଳ ଜୁନ୍ ୨ ତାରିଖରେ ଶେଷ ହେଉଥିବାରୁ ଭୋଟ ଗଣତି ତାରିଖରେ ପରିବର୍ତ୍ତନ କରାଯାଇଛି। ଯାହା ଫଳରେ ନୂତନ ସରକାର ଗଠନ ପାଇଁ ଠିକ ସମୟରେ ଫଳାଫଳ […] The post ବଦଳିଲା ତାରିଖ, ଅରୁଣାଚଳ ପ୍ରଦେଶ-ସିକିମରେ ଏହି ତାରିଖରେ ହେବ ଭୋଟ ଗଣତି appeared first on Dharitri Odia News.
ନୂଆଦିଲ୍ଲୀ,୧୭ା୩: ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ହେବାକୁ ଥିବା ବିଧାନସଭା ଭୋଟ ଗଣତି ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ। ପୂର୍ବରୁ ଏହି ତାରିଖ ଜୁନ ୪ ତାରିଖ ଥିଲା।
ରାଜ୍ୟରେ ସରକାରଙ୍କ କାର୍ଯ୍ୟକାଳ ଜୁନ୍ ୨ ତାରିଖରେ ଶେଷ ହେଉଥିବାରୁ ଭୋଟ ଗଣତି ତାରିଖରେ ପରିବର୍ତ୍ତନ କରାଯାଇଛି। ଯାହା ଫଳରେ ନୂତନ ସରକାର ଗଠନ ପାଇଁ ଠିକ ସମୟରେ ଫଳାଫଳ ଆସି ପାରିବ ଏବଂ ପୂର୍ବ ସରକାରଙ୍କ କାର୍ଯ୍ୟକାଳ ଶେଷ ହୋଇଥିବ।
ଏହି ଦୁଇ ରାଜ୍ୟରେ ସଂସଦ ନିର୍ବାଚନ ପାଇଁ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ଦେଶର ୫୪୩ ଲୋକସଭା ଆସନ ଏପ୍ରିଲ ୧୯ ରୁ ମତଦାନ କରିବାକୁ ଯାଉଛି। ଭୋଟ୍ ସାତୋଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ୟ୍ୟାୟରେ ଅରୁଣାଚଳର ଦୁଇଟି ଲୋକସଭା ଆସନ ଏବଂ ସିକିମରେ ଗୋଟିଏ ଆସନ ପାଇଁ ଏପ୍ରିଲ୍ ୧୯ ରେ ଭୋଟ୍ ଗ୍ରହଣ ହେବ। ଏକାସାଙ୍ଗରେ ସେମାନେ ନିଜ ରାଜ୍ୟ ସରକାର ଚୟନ କରିବାକୁ ଭୋଟ୍ ଦେବେ।
The post ବଦଳିଲା ତାରିଖ, ଅରୁଣାଚଳ ପ୍ରଦେଶ-ସିକିମରେ ଏହି ତାରିଖରେ ହେବ ଭୋଟ ଗଣତି appeared first on Dharitri Odia News.