ବଦଳିଲା ପୋର୍ଟ ବ୍ଲେଆର ନାଁ, ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆରର ନୂଆ ନାମ ହୋଇଛି ଶ୍ରୀ ବିଜୟ ପୁରମ (Sri Vijaya Puram)। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି ।
ବଦଳିଲା ପୋର୍ଟ ବ୍ଲେଆର ନାଁ । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେଆରର ନୂଆ ନାମ ହୋଇଛି ଶ୍ରୀ ବିଜୟ ପୁରମ (Sri Vijaya Puram)। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଶାହ ଏହି ସୂଚନା ଦେଇଛନ୍ତି ।
ନିଜ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଅମିତ ଶାହ ଲେଖିଛନ୍ତି, "ଦେଶକୁ ଉପନିବେଶ ଛାପରୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ ହୋଇ ଆଜି ପୋର୍ଟ ବ୍ଲେଆରର ନାଁ ବଦଳାଇ 'ଶ୍ରୀ ବିଜୟପୁରମ' କରିବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ପୂର୍ବରୁ ଥିବା ନାମରେ ଉପନିବେଶର ଚିହ୍ନ ରହିଥିଲା । ଶ୍ରୀ ବିଜୟପୁରମ ଆମର ସ୍ୱାଧୀନତା ସଂଗ୍ରାମରେ ମିଳିଥିବା ବିଜୟ ଓ ଏଥିରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅଦ୍ୱିତୀୟ ଭୂମିକାର ପ୍ରତୀକ ।''
देश को गुलामी के सभी प्रतीकों से मुक्ति दिलाने के प्रधानमंत्री श्री @narendramodi जी के संकल्प से प्रेरित होकर आज गृह मंत्रालय ने पोर्ट ब्लेयर का नाम ‘श्री विजयपुरम’ करने का निर्णय लिया है।
‘श्री विजयपुरम’ नाम हमारे स्वाधीनता के संघर्ष और इसमें अंडमान और निकोबार के योगदान को… — Amit Shah (@AmitShah) September 13, 2024
ଶାହ ଆହୁରି ମଧ୍ୟ କହିଛନ୍ତି, "ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ସ୍ଥାନ ଅଦ୍ୱିତୀୟ । ଏକଦା ଏହି ଦ୍ୱୀପ ଚୋଳ ସାମ୍ରାଜ୍ୟର ନୌସେନା ଆଡ୍ଡା ରହିଥିଲା। ମାତ୍ର ଏବେ ଭାରତର ରଣନୀତି ଓ ବିକାଶର ଆକାଂକ୍ଷା ପାଇଁ ମହତ୍ତ୍ୱପୂର୍ଣ୍ଣ ଆଧାର ହେବାକୁ ପ୍ରସ୍ତୁତ । ଏହି ସ୍ଥାନରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରଥମ ଥର ଆମର ତ୍ରିରଙ୍ଗା ଉଡ଼ାଇଥିଲେ । ଏଠାରେ ସେଲୁଲାର ଜେଲ୍ ମଧ୍ୟ ଥିଲା ଯେଉଁଠି ବୀର ସବରକରଙ୍କ ସମେତ ଅନେକ ସ୍ୱାଧୀନତା ସଂଗ୍ରାମୀ ସ୍ୱାଧୀନ ଭାରତ ପାଇଁ ସଂଘର୍ଷ କରିଥିଲେ ।"