ବଦଳିଲା ପୋର୍ଟ ବ୍ଲେୟାରର ନାମ ହେଲା ଶ୍ରୀ ବିଜୟ ପୁରମ ନାମରେ ନାମିତ
ନନ୍ଦିଘୋଷ ବ୍ୟୁରୋ : ନାମ ପରିବର୍ତ୍ତନର ଆଉ ଏକ ଉଦାହରଣ। ଏଥର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର।... The post ବଦଳିଲା ପୋର୍ଟ ବ୍ଲେୟାରର ନାମ ହେଲା ଶ୍ରୀ ବିଜୟ ପୁରମ ନାମରେ ନାମିତ appeared first on .
ନନ୍ଦିଘୋଷ ବ୍ୟୁରୋ : ନାମ ପରିବର୍ତ୍ତନର ଆଉ ଏକ ଉଦାହରଣ। ଏଥର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର। ଏହାର ନାମ ରଖାଯାଇଛି ଶ୍ରୀ ବିଜୟ ପୁରମ। ଔପନିବେଶ କାଳରୁ ପୋର୍ଟ ବ୍ଲେୟାର ନାମ ବେଶ୍ ପରିଚିତ ଥିଲା। ଔପନିବେଶିକ ଛାପରୁ ଦେଶକୁ ମୁକ୍ତ କରିବା ଲାଗି ଏହା କରାଗଲା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି- ସ୍ବାଧୀନତା ସଂଗ୍ରାମରେ ହାସଲ ହୋଇଥିବା ବିଜୟର ସୂଚକ ହେବ ଶ୍ରୀ ବିଜୟ ପୁରମ ନାମକରଣ। ସେ ଆହୁରି କହିଛନ୍ତି- ପୋର୍ଟ ବ୍ଲେୟାରରେ ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତ୍ରିରଙ୍ଗା ଉଡାଇଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନିର ପୂର୍ବତନ ନୌସେନା ଅଫିସର କ୍ଯାପଟେନ ଆର୍ଚିବାଲ୍ଡ ବ୍ଲେୟାରଙ୍କ ନାମାନୁସାରେ ପୋର୍ଟ ବ୍ଲେୟାର ନାମିତ ହୋଇଥିଲା। ଗତ ୨୦୧୮ରେ ସରକାର ଆଣ୍ଡାମାନ ଓ ନିକୋବର ଅନ୍ତର୍ଗତ ରସ୍ ଆଇଲାଣ୍ଡ, ନୀଲ ଆଇଲାଣ୍ଡ ଓ ହାଭେଲକ ଆଇଲାଣ୍ଡକୁ ଯଥାକ୍ରମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ, ସହିଦ ଦ୍ବୀପ ଓ ସ୍ବରାଜ ଦ୍ବୀପ ନାମରେ ନାମିତ କରିଥିଲେ।
The post ବଦଳିଲା ପୋର୍ଟ ବ୍ଲେୟାରର ନାମ ହେଲା ଶ୍ରୀ ବିଜୟ ପୁରମ ନାମରେ ନାମିତ appeared first on .