ବଦଳିଲା ଯୁକ୍ତ ଦୁଇ ମାର୍କିଂ ଢାଞ୍ଚା, ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ
ବଦଳିଲା ଯୁକ୍ତ ଦୁଇ ମାର୍କିଂ ଢାଞ୍ଚା । କଡ଼ାକଡି ହେବ ଏଥର ବୋର୍ଡ ପରୀକ୍ଷା । ଥିଓରୀ ପରୀକ୍ଷାର ୮୦ରୁ ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ । ଏଣିକି ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବାକୁ ଯାଉଛନ୍ତି +୨ ଛାତ୍ରଛାତ୍ରୀ । ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ହେବ […] The post ବଦଳିଲା ଯୁକ୍ତ ଦୁଇ ମାର୍କିଂ ଢାଞ୍ଚା, ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ appeared first on KNews Odisha.

ବଦଳିଲା ଯୁକ୍ତ ଦୁଇ ମାର୍କିଂ ଢାଞ୍ଚା । କଡ଼ାକଡି ହେବ ଏଥର ବୋର୍ଡ ପରୀକ୍ଷା । ଥିଓରୀ ପରୀକ୍ଷାର ୮୦ରୁ ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ । ଏଣିକି ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବାକୁ ଯାଉଛନ୍ତି +୨ ଛାତ୍ରଛାତ୍ରୀ । ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ହେବ । ଥିଓରୀ ପରୀକ୍ଷା ୮୦ରୁ ୨୪ ମାର୍କ ରଖିଲେ ପାସ ହେବେ ।
ଥିଓରୀରେ ୨୪ ମାର୍କରୁ କମ ଆସେସମେଣ୍ଟ ପରୀକ୍ଷାରେ ୨୦ ରଖିଲେ ବି ପରିକ୍ଷାର୍ଥୀକୁ ଫେଲ ଘୋଷଣା କରାଯିବ । ସିସିଟିଭି ନଜରରେ ରହିବ ୧୦୦% ପରୀକ୍ଷା ସେଣ୍ଟର । ପିଲାଙ୍କୁ ବୋର୍ଡ ପରୀକ୍ଷାର ଚାପ କମାଇବା ଓ ଭଲ ନମ୍ବର ସ୍କୋର କରିବା ପାଇଁ ନ୍ୟାସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ଏଣୁ ପିଲାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ଢାଞ୍ଚାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସହ ମୂଲ୍ୟାଙ୍କନ ହେବା ନେଇ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ।
The post ବଦଳିଲା ଯୁକ୍ତ ଦୁଇ ମାର୍କିଂ ଢାଞ୍ଚା, ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ appeared first on KNews Odisha.