ବଦଳିଲା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ତାରିଖ, ଏହି ଦିନ ଆସିବେ ବିରୋଧୀ ଦଳ ନେତା
ଭୁବନେଶ୍ଵର: ବଦଳିଲା କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ ତାରିଖ। ୯ ନୁହେଁ ଜୁଲାଇ ୧୧ ତାରିଖରେ ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। କଂଗ୍ରେସ ପକ୍ଷରୁ ଆହୁତ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ। ବରମୁଣ୍ଡା ପଡ଼ିଆରେ ଦଳୀୟ କାର୍ଯ୍ୟକ୍ରମରେ ହେବେ ସାମିଲ। ଏହାର ପ୍ରସ୍ତୁତି ପାଇଁ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ବୈଠକ ଶେଷ ହୋଇଛି। ବୈଠକରେ ପିସିସି ସଭାପତିଙ୍କ ସହ ଦଳର ବରିଷ୍ଠ ନେତା ଥିଲେ ଉପସ୍ଥିତ।Also read: ମୋ ଯୋଗୁଁ ହିଁ ମୁଖ୍ୟମନ୍ତ୍ରୀ ହୋଇଗଲେ ସିଦ୍ଦରମୈୟା , ଫୋନ୍ରେ ଦାବି କଲେ କଂଗ୍ରେସ ବିଧାୟକଏହା ପୂର୍ବରୁ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ବଡ଼ ସମାବେଶ ହେବାକୁ ଯାଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଜୁନ ୧୯ରେ ସୂଚନା ଦେଇଥିଲେ। ଏହି ସମାବେଶରେ ରାହୁଲ ଗାନ୍ଧୀ ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମିଲ ହେବେ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ବିଜେପି ସରକାରଙ୍କର ବିଫଳତାକୁ ନେଇ କଂଗ୍ରେସ ଏହି ସମାବେଶ କରିବ। ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ବୋଲି କଂଗ୍ରେସ କହିଥିଲା । ହେଲେ ତାରିଖରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ପ୍ରାୟ ବର୍ଷେ ହେବ ରାହୁଲ
ଭୁବନେଶ୍ଵର: ବଦଳିଲା କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ ତାରିଖ। ୯ ନୁହେଁ ଜୁଲାଇ ୧୧ ତାରିଖରେ ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। କଂଗ୍ରେସ ପକ୍ଷରୁ ଆହୁତ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ। ବରମୁଣ୍ଡା ପଡ଼ିଆରେ ଦଳୀୟ କାର୍ଯ୍ୟକ୍ରମରେ ହେବେ ସାମିଲ। ଏହାର ପ୍ରସ୍ତୁତି ପାଇଁ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ବୈଠକ ଶେଷ ହୋଇଛି। ବୈଠକରେ ପିସିସି ସଭାପତିଙ୍କ ସହ ଦଳର ବରିଷ୍ଠ ନେତା ଥିଲେ ଉପସ୍ଥିତ।
Also read: ମୋ ଯୋଗୁଁ ହିଁ ମୁଖ୍ୟମନ୍ତ୍ରୀ ହୋଇଗଲେ ସିଦ୍ଦରମୈୟା , ଫୋନ୍ରେ ଦାବି କଲେ କଂଗ୍ରେସ ବିଧାୟକ
ଏହା ପୂର୍ବରୁ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ବଡ଼ ସମାବେଶ ହେବାକୁ ଯାଉଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଜୁନ ୧୯ରେ ସୂଚନା ଦେଇଥିଲେ। ଏହି ସମାବେଶରେ ରାହୁଲ ଗାନ୍ଧୀ ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମିଲ ହେବେ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ବିଜେପି ସରକାରଙ୍କର ବିଫଳତାକୁ ନେଇ କଂଗ୍ରେସ ଏହି ସମାବେଶ କରିବ। ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ବୋଲି କଂଗ୍ରେସ କହିଥିଲା । ହେଲେ ତାରିଖରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ପ୍ରାୟ ବର୍ଷେ ହେବ ରାହୁଲ ଗାନ୍ଧୀ ଓଡ଼ିଶା ଆସି ନାହାନ୍ତି । ଶେଷ ଥର ସେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଚାରରେ ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।