ବଦଳିଲେ ୩୮ ଆଇଏଏସ୍ ଓ ୩ ଓଏଏସ୍; ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ
ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି।
ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୧୭ଟି ଜିଲ୍ଲାର ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ରଂଜନ ଦାସ ହୋଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଶ୍ରୀକାନ୍ତ ପୃଷ୍ଟି ହୋଇଛନ୍ତି ଉତ୍ତରାଞ୍ଚଳ ଆର୍ଡିସି। ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।
#ବଦଳିଲେ_୧୭_ଜିଲ୍ଲାପାଳ
୧୭ ଜିଲ୍ଲାର ଜିଲ୍ଲାପାଳ ବଦଳାଇଲେ ରାଜ୍ୟ ସରକାର..ଜାଣନ୍ତୁ..#DistrictCollector #IASreshuffle #Odisha #OTV pic.twitter.com/aRI8O8FDSz — ଓଟିଭି (@otvkhabar) January 22, 2024
ସେହିଭଳି ମହମ୍ମଦ ଅବଦଲ ଅଖତର ଅନୁଗୁଳ, ବୀନିତ ଭରଦ୍ୱାଜ କଟକ, ବିଶାଲ ସିଂହ କେନ୍ଦୁଝର, ଶୁଭଙ୍କର ମହାପାତ୍ର ଯାଜପୁର ଏବଂ ଚଞ୍ଚଳ ରାଣା ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେପଟେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ, ନିଖିଲ ପବନ କଲ୍ୟାଣ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କଟକ ମହାନଗର ନିଗମ କମିଶନର ଏବଂ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଞ୍ଚାୟତିରାଜ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି।
#IAS_ସ୍ତରରେ_ବଡ଼_ଅଦଳବଦଳ
IAS ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର..ଜାଣନ୍ତୁ..#IASreshuffle #Odisha #OTV pic.twitter.com/yriCzChPJk — ଓଟିଭି (@otvkhabar) January 22, 2024
ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହୋଇଥିବା ଏ ବଡ଼ ଧରଣର ପ୍ରଶାସନିକ ଅଦବଦଳରେ ମୋଟ ୩୮ ଆଇଏଏସ ଓ ୩ ଓଏଏସଙ୍କୁ ମିଶାଇ ମୋଟ ୪୧ ଜଣ ପ୍ରାଶାସନିକ ଅଧିକାରୀଙ୍କ ବିଭାଗ ଓ ପଦବୀରେ ଅଦଳବଦଳ କରାଯାଇଛି।