ବଦାଲାପୁର ଯୌନ ନିର୍ଯାତନା ମାମଲାକୁ ବିରୋଧ କରି ମହାରାଷ୍ଟ୍ର ବନ୍ଦ ଡାକରା

ଥାଣେ : ଥାଣେ ଜିଲ୍ଲାର ବଦ୍‌ଲାପୁର ସ୍କୁଲରେ ୨ ଜଣ କିଣ୍ଡରଗାର୍ଟେନ୍‌ ଶିଶୁଙ୍କୁ ଯୌନ ନିର୍ଯାତନା ଭଳି ଯେଉଁ ଘୃଣ୍ୟ ଅପରାଧ ଘଟିଛି ତା’ ବିରୋଧରେ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ଏମଭିଏ ( ମହା ବିକାଶ ଅଘାଡ଼ି) ଆସନ୍ତା ଅଗଷ୍ଟ ୨୪ ତାରିଖରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛି। ବଦଲାପୁର ଘଟଣା ସାରା ଦେଶରେ ଆଲୋଡ଼ନ ଖେଳାଇ ଦେଇଛି। ଏହା କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାଠାରୁ କିଛି କମ୍‌ ନୁହେଁ। ଉକ୍ତ ଘଟାଣାକୁ ବିରୋଧ […]

ବଦାଲାପୁର ଯୌନ ନିର୍ଯାତନା ମାମଲାକୁ ବିରୋଧ କରି ମହାରାଷ୍ଟ୍ର ବନ୍ଦ ଡାକରା

ଥାଣେ : ଥାଣେ ଜିଲ୍ଲାର ବଦ୍‌ଲାପୁର ସ୍କୁଲରେ ୨ ଜଣ କିଣ୍ଡରଗାର୍ଟେନ୍‌ ଶିଶୁଙ୍କୁ ଯୌନ ନିର୍ଯାତନା ଭଳି ଯେଉଁ ଘୃଣ୍ୟ ଅପରାଧ ଘଟିଛି ତା’ ବିରୋଧରେ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ଏମଭିଏ ( ମହା ବିକାଶ ଅଘାଡ଼ି) ଆସନ୍ତା ଅଗଷ୍ଟ ୨୪ ତାରିଖରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛି। ବଦଲାପୁର ଘଟଣା ସାରା ଦେଶରେ ଆଲୋଡ଼ନ ଖେଳାଇ ଦେଇଛି। ଏହା କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାଠାରୁ କିଛି କମ୍‌ ନୁହେଁ। ଉକ୍ତ ଘଟାଣାକୁ ବିରୋଧ କରି ଗତକାଲି ପୀଡ଼ିତା ନାବାଳିକାଙ୍କ ଅଭିଭାବକଙ୍କ ସମେତ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ବଦଲାପୁର ଷ୍ଟେସନ୍‌ରେ ଆନ୍ଦୋଳନ କରିଥିଲେ। ବଦଲାପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଅକ୍ଷୟ ସିନ୍ଦେ ୨ ଶିଶୁଙ୍କୁ ସ୍କୁଲ୍‌ଶୌଚ୍ଚାଳୟରେ ଯୌନ ନିର୍ଯାତନା ଦେଇଥିଲା। ପୁଲିସ ତାକୁ ଗିରଫ କରିଛି। ଆଜି ସ୍ଥାନୀୟ କୋର୍ଟ ଅକ୍ଷୟ ସିନ୍ଦେର ପୁଲିସ ହାଜତ ମିଆଦ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷେ ଅଭିଯୁକ୍ତର ମାମଲା ଲଢ଼ିବାପାଇଁ କୌଣସି ଆଇନଜୀବୀ ରାଜି ହୋଇନାହାନ୍ତି। ସମସ୍ତେ ଅଭିଯୁକ୍ତର ମାମଲା ଲଢ଼ିବାକୁ ମନା କରିଦେଇଛନ୍ତି। ବଦଲାପୁରରେ ଅତିରିକ୍ତ ପୁଲିସ ମୁତୟନ ହୋଇଛନ୍ତି। କୌଣସି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ପୁଲିସ ମୁତୟନ ହୋଇଛନ୍ତି। ତେବେ ଗତକାଲି ବଦଲାପୁରରେ ହୋଇଥିବା ହିଂସା ଘଟଣାରେ ପୁଲିସ ୩ଟି ଏତଲା ରୁଜୁ କରିଛି ଏବଂ ୪୦ ଜଣଙ୍କୁ ଗିରଫ କରିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଗତକାଲି କହିଥିଲେ ଯେ ଉକ୍ତ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି।