ବଧୁ ହତ୍ୟା, ଶାଶୁ ଘରର ୫ ଗିରଫ
ଦିଗପହଣ୍ଡି: ଭୀଷ୍ମଗିରି ଗାଁରେ ନାବାଳିକା ବୋହୁକୁ ହତ୍ୟା ମାମଲାରେ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବୋହକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ପକ୍ଷରୁ ଶାଶୁ ଘର ପରିବାରର ୫ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଗୋଟିଏ ପରିବାର ସଦସ୍ୟ ଅଛନ୍ତି। ସେମାନେ ହେଲେ ସ୍ବାମୀ, ଶାଶୁ, ଶ୍ବଶୁର, ଦିଅର ଓ ନଣନ୍ଦ ବୋଲି ସୂଚନା ମିଳିଛି। ଗତକାଲି ଭୀଷ୍ମଗିରି ଗାଁରେ ନାବାଳିକା ବୋହୁର ମୃତ୍ୟୁ ହୋଇଥିଲା। ବୋହୁର ପରିବାର ଲୋକେ ନିଜ ଝିଅକୁ ହତ୍ୟା […]

ଦିଗପହଣ୍ଡି: ଭୀଷ୍ମଗିରି ଗାଁରେ ନାବାଳିକା ବୋହୁକୁ ହତ୍ୟା ମାମଲାରେ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବୋହକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ପକ୍ଷରୁ ଶାଶୁ ଘର ପରିବାରର ୫ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଗୋଟିଏ ପରିବାର ସଦସ୍ୟ ଅଛନ୍ତି। ସେମାନେ ହେଲେ ସ୍ବାମୀ, ଶାଶୁ, ଶ୍ବଶୁର, ଦିଅର ଓ ନଣନ୍ଦ ବୋଲି ସୂଚନା ମିଳିଛି।
ଗତକାଲି ଭୀଷ୍ମଗିରି ଗାଁରେ ନାବାଳିକା ବୋହୁର ମୃତ୍ୟୁ ହୋଇଥିଲା। ବୋହୁର ପରିବାର ଲୋକେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ। ଫଳରେ ଦିଗପହଣ୍ଡି ପୁଲିସ ପକ୍ଷରୁ ଶ୍ମଶାନରୁ ନାବାଳିକା ବୋହୁର ହାଡ଼ ଓ ପାଉଁଶ ଜବତ କରିଥିଲା। ପ୍ରାଥମିକ ତଦନ୍ତ ପରେ ସ୍ବାମୀ, ଶାଶୁ, ଶ୍ବଶୁର, ଦିଅର ଓ ନଣନ୍ଦଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।