ବନ ବିଭାଗ କ୍ଵାଟର ରୁ ଜବତ ସାମଗ୍ରୀ ଚୋରି କରିବା ଅଭିଯୋଗରେ ୨ ଜଣ କୋର୍ଟ ଚାଲାଣ
ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ଉଡ଼ିଶିଂ ଫରେଷ୍ଟ ଗାର୍ଡ କ୍ୱେଟର ରୁ ଗତ ୯ ତାରିଖ ଦିନ ସକାଳ ପ୍ରାୟ ୭ ଟା ସମୟରେ ଉଡସୁଙ୍ଗ ଗ୍ରାମର ନନ୍ଦଲାଲ ପଧାନ ଏବଂ କେଶବ ପଧାନ ଉଭୟ ମିଶି ଉଡସିଂ ପୁରୁଣା ଫରେଷ୍ଟ ଗାର୍ଡ କ୍ୱାଟରର କବାଟ କୁ ଭାଙ୍ଗି ସେଠାରେ ଥିବା ଜବତି ସାଇକେଲ ଗୁଡ଼ିକ ନେଇ କ୍ୱାଟର ନିକଟରେ ଥିବା ନାଳରେ ଫିଙ୍ଗି ଦେଇଥିଲେ। ଏଥିସହ ଭାଙ୍ଗି ଥିବା କବାଟ କୁ […] The post ବନ ବିଭାଗ କ୍ଵାଟର ରୁ ଜବତ ସାମଗ୍ରୀ ଚୋରି କରିବା ଅଭିଯୋଗରେ ୨ ଜଣ କୋର୍ଟ ଚାଲାଣ appeared first on Odisha.News.

ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ଉଡ଼ିଶିଂ ଫରେଷ୍ଟ ଗାର୍ଡ କ୍ୱେଟର ରୁ ଗତ ୯ ତାରିଖ ଦିନ ସକାଳ ପ୍ରାୟ ୭ ଟା ସମୟରେ ଉଡସୁଙ୍ଗ ଗ୍ରାମର ନନ୍ଦଲାଲ ପଧାନ ଏବଂ କେଶବ ପଧାନ ଉଭୟ ମିଶି ଉଡସିଂ ପୁରୁଣା ଫରେଷ୍ଟ ଗାର୍ଡ କ୍ୱାଟରର କବାଟ କୁ ଭାଙ୍ଗି ସେଠାରେ ଥିବା ଜବତି ସାଇକେଲ ଗୁଡ଼ିକ ନେଇ କ୍ୱାଟର ନିକଟରେ ଥିବା ନାଳରେ ଫିଙ୍ଗି ଦେଇଥିଲେ। ଏଥିସହ ଭାଙ୍ଗି ଥିବା କବାଟ କୁ ମଧ୍ୟ ଫିଙ୍ଗି ଦେଇଥିଲେ। ଏହି ସମୟରେ କ୍ୱାଟର ନିକଟରେ ଥିବା ଗ୍ରାମର ଦୟା ପ୍ରଧାନ ତାଙ୍କୁ କବାଟ ଉପାଡୁ ଥିବାର ଦେଖି ମନା କରିଥିଲେ କିନ୍ତୁ ସେମାନେ ମାନି ନଥିଲେ। ଦୟା କୁ ପାଟିତୁଣ୍ଡ କରିବା ସହ ଜୀବନରୁ ମାରିବାର ଧମକ ବି ଦେଇଥିଲେ। ଏନେଇ ଦୟା ଗତ ୯ ତାରିଖ ଦିନ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଭିତ୍ତିକରି ଏ ସଂକ୍ରାନ୍ତରେ ଜମନକିରା ଥାନାରେ ଥାନାରେ ଏକ ମାମଲା କେଶ ନମ୍ବର ୧୭୦ /୨୪ ଦଫା ୩୩୧(୪)/ ୩୦୫(a)/୩୫୧(୨) ବିଏନଏସ / ଏକ ମୁକଦମା ରୁଜୁ ହୋଇଥିଲା। ପୋଲିସ ଏତଲା କୁ ଭିତ୍ତିକରି ତଦନ୍ତ ସମୟରେ ୭ ଗୋଟି ପୁରୁଣା ସାଇକେଲ, ୮ ଗୋଟି ପୁରୁଣା କବାଟ ଚଉକାଠ, ୧୩ ଗୋଟି ପୁରୁଣା ଝରକା ଚଉକାଠ, ପୁରୁଣା କାଠ କଟା ମେସିନ ୨ ଗୋଟି ଜବତ କରି ଅଭିଯୋଗକାରିଣୀ ସସ୍ମିତା ପଟେଲ, ଫରେଷ୍ଟ ଗାର୍ଡଙ୍କୁ ଜିମା ଦିଆହୋଇଛି। ଆସାମୀ ଦୁଇ ଜଣ ଗାଆଁ ରୁ ଫେରାର ହୋଇ ଯାଇଥିବା ବେଳେ ଆଜି ପୋଲିସ କୌଶଳ କ୍ରମେ ମୁଦାଲା ନନ୍ଦଲାଲ ପଧାନ(୪୦) ଓ କେଶବ ପଧାନ(୨୬)ଙ୍କୁ ଗିରଫ କରି ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
The post ବନ ବିଭାଗ କ୍ଵାଟର ରୁ ଜବତ ସାମଗ୍ରୀ ଚୋରି କରିବା ଅଭିଯୋଗରେ ୨ ଜଣ କୋର୍ଟ ଚାଲାଣ appeared first on Odisha.News.