ବନ ବିଭାଗକୁ ନାକେଦମ୍ କରିଥିବା ବାଘୁଣୀ ଏବେ ପିଞ୍ଜରାରେ, ଟ୍ରାଙ୍କୁଲାଇଜ୍ ହେଲା ‘ଜିନ୍ନତ’
ବାରିପଦା ୨୯।୧୨: ଧରାପଡ଼ିଲା ବାଘୁଣୀ ‘ଜିନ୍ନତ’ । ବହୁ ପ୍ରୟାସ ପରେ ବନ ବିଭାଗକୁ ମିଳିଲା ସଫଳତା । ବନ ବିଭାଗର ସ୍ଵତନ୍ତ୍ର ଟିମ୍ ବାଙ୍କୁଡ଼ାର କଂସାବତୀ ଜଳଭଣ୍ଡାର ନିକଟରେ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରି ଧରିଛନ୍ତି । ସ୍ଵତନ୍ତ୍ର ପିଞ୍ଜରାରେ ଅଣାଯିବ ଶିମିଳିପାଳ । ଏ ନେଇ ଆର୍ସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।ଟ୍ରାଙ୍କୁଲାଇଜ୍ ପରେ ପୁଣି ଶିମିଳିପାଳ ଏନକ୍ଲୋଜରକୁ ଫେରିବ ବାଘୁଣୀ ‘ଜିନ୍ନତ’ । ଶିମିଳିପାଳ ବାଘୁଣୀ ‘ଜିନ୍ନତ’କୁ ନେଇ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରେ ଚର୍ଚ୍ଚା ଲାଗିରହିଥିଲା । ଶିମିଳିପାଳରୁ ପ୍ରଥମେ ଝାଡ଼ଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗ ପଳାଇଥିଲାଛି ବାଘୁଣୀ ‘ଜିନ୍ନତ’ । ‘ଜିନ୍ନତ’ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା କଂସାବତୀ ଜଳଭଣ୍ଡାର ନିକଟରେ ରହିଥିବା ଜଣାପଡ଼ିଥିଲା । ଏଣୁ ପଶ୍ଚିମବଙ୍ଗ ସରକାର ତଥା ବନ ବିଭାଗ ବାରୁଣିଆ, ଗୋପାଳପୁର, ଗୋସାଇଁ ଡ଼ିହି ଆଦି ଗ୍ରାମରେ ହାଇଆଲର୍ଟ ଜାରି କରିଯିବା ସହ ବାଘୁଣୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଇ ଘଞ୍ଚ ଜଙ୍ଗଲରୁ ‘ଜିନ୍ନତ’କୁ ବାହାରକୁ ଆଣିବା ପାଇଁ ଚେଷ୍ଟା ଚଳାଇଥିଲା ବନ ବିଭାଗ ଟିମ୍ । ଏମିତିକି ତାକୁ ଛେଳି, ମଇଁଷିର ଲୋଭ ଦେଖାଇଥିଲେ ମଧ୍ୟ ‘ଜିନ୍ନତ’ ଭୟରେ ବାହାରକୁ ଆସୁନଥିଲା । ଫଳରେ ଘଣ୍ଟା ଘଣ୍ଟା ଧରି ଜଗି ରହି ବନ ବିଭାଗ ଟିମ୍ ଶେଷରେ ନିରା
ବାରିପଦା ୨୯।୧୨: ଧରାପଡ଼ିଲା ବାଘୁଣୀ ‘ଜିନ୍ନତ’ । ବହୁ ପ୍ରୟାସ ପରେ ବନ ବିଭାଗକୁ ମିଳିଲା ସଫଳତା । ବନ ବିଭାଗର ସ୍ଵତନ୍ତ୍ର ଟିମ୍ ବାଙ୍କୁଡ଼ାର କଂସାବତୀ ଜଳଭଣ୍ଡାର ନିକଟରେ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରି ଧରିଛନ୍ତି । ସ୍ଵତନ୍ତ୍ର ପିଞ୍ଜରାରେ ଅଣାଯିବ ଶିମିଳିପାଳ । ଏ ନେଇ ଆର୍ସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।
ଟ୍ରାଙ୍କୁଲାଇଜ୍ ପରେ ପୁଣି ଶିମିଳିପାଳ ଏନକ୍ଲୋଜରକୁ ଫେରିବ ବାଘୁଣୀ ‘ଜିନ୍ନତ’ । ଶିମିଳିପାଳ ବାଘୁଣୀ ‘ଜିନ୍ନତ’କୁ ନେଇ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରେ ଚର୍ଚ୍ଚା ଲାଗିରହିଥିଲା । ଶିମିଳିପାଳରୁ ପ୍ରଥମେ ଝାଡ଼ଖଣ୍ଡ ଓ ସେଠାରୁ ପଶ୍ଚିମବଙ୍ଗ ପଳାଇଥିଲାଛି ବାଘୁଣୀ ‘ଜିନ୍ନତ’ । ‘ଜିନ୍ନତ’ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା କଂସାବତୀ ଜଳଭଣ୍ଡାର ନିକଟରେ ରହିଥିବା ଜଣାପଡ଼ିଥିଲା । ଏଣୁ ପଶ୍ଚିମବଙ୍ଗ ସରକାର ତଥା ବନ ବିଭାଗ ବାରୁଣିଆ, ଗୋପାଳପୁର, ଗୋସାଇଁ ଡ଼ିହି ଆଦି ଗ୍ରାମରେ ହାଇଆଲର୍ଟ ଜାରି କରିଯିବା ସହ ବାଘୁଣୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଇ ଘଞ୍ଚ ଜଙ୍ଗଲରୁ ‘ଜିନ୍ନତ’କୁ ବାହାରକୁ ଆଣିବା ପାଇଁ ଚେଷ୍ଟା ଚଳାଇଥିଲା ବନ ବିଭାଗ ଟିମ୍ । ଏମିତିକି ତାକୁ ଛେଳି, ମଇଁଷିର ଲୋଭ ଦେଖାଇଥିଲେ ମଧ୍ୟ ‘ଜିନ୍ନତ’ ଭୟରେ ବାହାରକୁ ଆସୁନଥିଲା । ଫଳରେ ଘଣ୍ଟା ଘଣ୍ଟା ଧରି ଜଗି ରହି ବନ ବିଭାଗ ଟିମ୍ ଶେଷରେ ନିରାଶ ହୋଇଥିଲା । ତେବେ ରବିବାର ବନ ବିଭାଗର ସ୍ଵତନ୍ତ୍ର ଟିମ୍ ବାଙ୍କୁଡ଼ାର କଂସାବତୀ ଜଳଭଣ୍ଡାର ନିକଟରେ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରି ଧରିଛି ।
You Can Read: