ବନ ବିଭାଗର ମଧ୍ୟ ତ୍ରୁଟି ରହିଛି, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ- PCCF
ଭୁବନେଶ୍ୱର ୧୮।୧୧ : ହାତୀ ମୃତ୍ୟୁ ଏକ ଦୁଃଖଦ ଘଟଣା । ଏଥିରେ ସଂପୃକ୍ତି ଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମ୍ବଲପୁର ରେଢାଖୋଲ ବନାଞ୍ଚଳରେ ବିଦ୍ୟୁତ ଆଘାଟକେ ତିନି ହାତୀଙ୍କ ମୃତ୍ୟୁ ପରେ ଏପରି କିଛି କହିଛନ୍ତି ପିସିସିଏଫ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ବଲପୁରରେ ତିନୋଟି ହାତୀଙ୍କ ମୃତ୍ୟୁ ଖବର ପାଇଁ ଚିନ୍ତାରେ ବନବିଭାଗ । ବନବିଭାଗ କର୍ମଚାରୀଙ୍କ ମଧ୍ୟ କିଛିଟା ତ୍ରୁଟି ରହିଛି । ଏନେଇ ତଦନ୍ତ କରିବାକୁ ଆର୍ଆର୍ସିଏଫ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ବାର୍ହା ଶିକାର ପାଇଁ ବିଦ୍ୟୁତ ତାର ଲଗାଯାଇଥିଲା । ଏହି ତାର ସଂସ୍ପର୍ଶରେ ଆସି ୨ଟି ବଡ଼ ହାତୀ ଏବଂ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି । ଘଟଣାରେ ପୁରା ତଦନ୍ତ କରାଯିବ, ଆଉ ଯେଉଁମାନେ ସାମିଲ ଥିବେ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।ସମ୍ବଲପୁରରେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ୩ ହାତୀଙ୍କ ଜୀବନ !
ଭୁବନେଶ୍ୱର ୧୮।୧୧ : ହାତୀ ମୃତ୍ୟୁ ଏକ ଦୁଃଖଦ ଘଟଣା । ଏଥିରେ ସଂପୃକ୍ତି ଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସମ୍ବଲପୁର ରେଢାଖୋଲ ବନାଞ୍ଚଳରେ ବିଦ୍ୟୁତ ଆଘାଟକେ ତିନି ହାତୀଙ୍କ ମୃତ୍ୟୁ ପରେ ଏପରି କିଛି କହିଛନ୍ତି ପିସିସିଏଫ୍ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ବଲପୁରରେ ତିନୋଟି ହାତୀଙ୍କ ମୃତ୍ୟୁ ଖବର ପାଇଁ ଚିନ୍ତାରେ ବନବିଭାଗ । ବନବିଭାଗ କର୍ମଚାରୀଙ୍କ ମଧ୍ୟ କିଛିଟା ତ୍ରୁଟି ରହିଛି । ଏନେଇ ତଦନ୍ତ କରିବାକୁ ଆର୍ଆର୍ସିଏଫ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ବାର୍ହା ଶିକାର ପାଇଁ ବିଦ୍ୟୁତ ତାର ଲଗାଯାଇଥିଲା । ଏହି ତାର ସଂସ୍ପର୍ଶରେ ଆସି ୨ଟି ବଡ଼ ହାତୀ ଏବଂ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି । ଘଟଣାରେ ପୁରା ତଦନ୍ତ କରାଯିବ, ଆଉ ଯେଉଁମାନେ ସାମିଲ ଥିବେ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।