ବନ ବିହାରରେ ହେବ ଶହିଦ ସ୍ମୃତି ସ୍ତମ୍ଭ: ପ୍ରତିଶ୍ରୁତି ଦେଲେ ବିଧାୟକ
ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ବ୍ରହ୍ମପୁର ସର୍କଲ ସଭାପତି ଅନୁପ କୁମାର ବିଷୋୟୀଙ୍କ ନେତୃତ୍ୱରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର କର୍ମକର୍ତ୍ତାମାନେ ମଙ୍ଗଳବାର ରାତିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ସଙ୍ଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଏହି ବନଖଣ୍ଡର ମୃତ କର୍ମଚାରୀଙ୍କ ଉଦ୍ଧେଶ୍ୟରେ ଏକ ସହିଦ ସ୍ମୃତି ସ୍ତମ୍ଭ କରିବା ଏବଂ ସଙ୍ଘର କାର୍ଯ୍ୟାଳୟ କରିବା ପାଇଁ ସହଯୋଗ କାମନା କରିଥିଲେ। ଏନେଇ ଆବଶ୍ୟକ ସହାୟତା […] The post ବନ ବିହାରରେ ହେବ ଶହିଦ ସ୍ମୃତି ସ୍ତମ୍ଭ: ପ୍ରତିଶ୍ରୁତି ଦେଲେ ବିଧାୟକ appeared first on Dharitri Odia News.
ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ବ୍ରହ୍ମପୁର ସର୍କଲ ସଭାପତି ଅନୁପ କୁମାର ବିଷୋୟୀଙ୍କ ନେତୃତ୍ୱରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର କର୍ମକର୍ତ୍ତାମାନେ ମଙ୍ଗଳବାର ରାତିରେ
ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ସଙ୍ଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଏହି ବନଖଣ୍ଡର ମୃତ କର୍ମଚାରୀଙ୍କ ଉଦ୍ଧେଶ୍ୟରେ ଏକ ସହିଦ ସ୍ମୃତି ସ୍ତମ୍ଭ କରିବା ଏବଂ ସଙ୍ଘର କାର୍ଯ୍ୟାଳୟ କରିବା ପାଇଁ ସହଯୋଗ କାମନା କରିଥିଲେ। ଏନେଇ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ନାୟକ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ମିଳିମିଶି କାମ କରିବା ଏବଂ ଜଙ୍ଗଲ କିଭଳି ସୁରକ୍ଷିତ ରହିପାରିବା ସେ ନେଇ ପଦକ୍ଷେପ ନେବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୟରେ ସର୍କଲ ସଭାପତି ଅନୁପ କୁମାର ବିଷୋୟୀ, ସଙ୍ଘର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ସଭାପତି ଶରତ କୁମାର ମହାନ୍ତି, ଉପଦେଷ୍ଟା ଜୀବାନନ୍ଦ ତ୍ରିପାଠୀ, ଅଭିମନ୍ୟୁ ମଲ୍ଲିକ, ସମ୍ପାଦକ ସୁଶାନ୍ତ କୁମାର ମିଶ୍ର,ସୁଶିଲ କୁମାର ରାଉତ, ବବୁଲ ସେଠୀ, ଶଙ୍କର୍ଷଣ ଗୌଡ , ଶୁଭସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ବନ ବିହାର ପରିସରରେ ସହିଦ ସ୍ମୃତି ସ୍ତମ୍ଭ ହେବ। ଏଥିସହ ସଂଘର କାର୍ଯ୍ୟାଳୟ ନର୍ସରୀ ପରିସରରେ କରିବା ପାଇଁ ବିଭାଗୀୟ ସୂଚନା ଦେଇଛନ୍ତି।
The post ବନ ବିହାରରେ ହେବ ଶହିଦ ସ୍ମୃତି ସ୍ତମ୍ଭ: ପ୍ରତିଶ୍ରୁତି ଦେଲେ ବିଧାୟକ appeared first on Dharitri Odia News.