ବନତାରା ହେବ ୪୦୦ ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ, ବଳି ନେବାକୁ ନିଆଯାଉଥିବାବେଳେ ହୋଇଥିଲେ ଉଦ୍ଧାର
ଜାମନଗର: ବନତାରାରେ ପ୍ରତିଷ୍ଠା ହେବ ୪୦୦ ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ। ଏହି ୪୦୦ ପଶୁଜନ୍ତୁଙ୍କୁ ଗଢିମାଇ ପର୍ବରେ ବଳି ଦେବାକୁ ନିଆଯାଉଥିବାବେଳେ ଉଦ୍ଧାର କରାଯାଇଛି। ପଶୁଙ୍କୁ ବେଆଇନ ଭାବରେ ଭାରତର ଉତ୍ତରର ବିଭିନ୍ନ ରାଜ୍ୟରୁ ନେପାଳକୁ ଚାଲାଣ କରାଯାଉଥିଲା। ଏମାନଙ୍କ ମଧ୍ୟରେ ୭୪ଟି ମଇଁଷି, ୩୨୬ଟି ଛେଳି ରହିଛନ୍ତି। ଏହି ଉଦ୍ଧାର କାର୍ଯ୍ୟକୁ ବିହାର ସରକାରଙ୍କ ସହଯୋଗ ଏବଂ ସଶସ୍ତ୍ର ସୀମା ବଳ (ଏସସିବି) ଦ୍ବାରା କରାଯାଇଥିଲା। ଏସଏସବି କର୍ମଚାରୀ ଦୁଇ ପ୍ରମୁଖ ପଶୁ କଲ୍ୟାଣ ସଂସ୍ଥା ପିପୁଲ୍ସ ଫର ଆନିମଲ୍ସ (ପିଏଫଏ) ଏବଂ ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ (ଏଚଏସଆଇ) ସହାୟତାରେ ଏମାନଙ୍କୁ ଉଦ୍ଧାର କରିଥିଲେ।ଉଦ୍ଧାର ହୋଇଥିବା ପଶୁଙ୍କୁ ଯାଞ୍ଚ ପରେ ବନତାରାର ପ୍ରାଣୀ ଚିକିତ୍ସକମାନେ କହିଛନ୍ତି ଯେ, ଏହି ପଶୁଙ୍କୁ ଅନେକ ଦିନରୁ ଖାଦ୍ୟ ପାନୀୟ ମଧ୍ୟ ଦିଆଯାଇନଥିଲା। ୨୧ଟି ଛେଳିଙ୍କୁ ସ୍ବତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି। ଏଥିପାଇଁ ଏମାନଙ୍କୁ ଉତ୍ତରାଖଣ୍ଡର ହାପି ହୋମ ଅଭୟାରଣ୍ୟକୁ ପଠାଯିବ। ତେବେ ବର୍ତ୍ତମାନ ସେମାନଙ୍କୁ ବନତାରାରେ ରଖାଯାଇଛି ଏବଂ ଆବଶ୍ୟକୀୟ ଯତ୍ନ ଦିଆଯାଉଛି। ସୂଚନାଥାଉକି, ଭାରତ-ନେପାଳ ସୀମା ନିକଟରେ ଆୟୋଜିତ ହୋଇଥାଏ ଗଢ଼ିମାଇ ପର୍ବ । ଏଠାରେ ଦିଆଯାଉଥିବା ପଶୁବଳି ବିଶ୍ବରେ ଦ୍ବିତୀୟ ସବୁଠୁ ବଡ଼ ପଶୁବଳି ଭାବରେ ଜଣା। କେବଳ ୨୦୧୪ରେ ୫ ଲକ୍ଷରୁ ଅଧିକ ପଶୁଙ୍କୁ ବଳି ଦିଆଯାଇଛି। ଏହି ପଶୁମାନଙ୍କ
ଜାମନଗର: ବନତାରାରେ ପ୍ରତିଷ୍ଠା ହେବ ୪୦୦ ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ। ଏହି ୪୦୦ ପଶୁଜନ୍ତୁଙ୍କୁ ଗଢିମାଇ ପର୍ବରେ ବଳି ଦେବାକୁ ନିଆଯାଉଥିବାବେଳେ ଉଦ୍ଧାର କରାଯାଇଛି। ପଶୁଙ୍କୁ ବେଆଇନ ଭାବରେ ଭାରତର ଉତ୍ତରର ବିଭିନ୍ନ ରାଜ୍ୟରୁ ନେପାଳକୁ ଚାଲାଣ କରାଯାଉଥିଲା। ଏମାନଙ୍କ ମଧ୍ୟରେ ୭୪ଟି ମଇଁଷି, ୩୨୬ଟି ଛେଳି ରହିଛନ୍ତି। ଏହି ଉଦ୍ଧାର କାର୍ଯ୍ୟକୁ ବିହାର ସରକାରଙ୍କ ସହଯୋଗ ଏବଂ ସଶସ୍ତ୍ର ସୀମା ବଳ (ଏସସିବି) ଦ୍ବାରା କରାଯାଇଥିଲା। ଏସଏସବି କର୍ମଚାରୀ ଦୁଇ ପ୍ରମୁଖ ପଶୁ କଲ୍ୟାଣ ସଂସ୍ଥା ପିପୁଲ୍ସ ଫର ଆନିମଲ୍ସ (ପିଏଫଏ) ଏବଂ ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ (ଏଚଏସଆଇ) ସହାୟତାରେ ଏମାନଙ୍କୁ ଉଦ୍ଧାର କରିଥିଲେ।
ଉଦ୍ଧାର ହୋଇଥିବା ପଶୁଙ୍କୁ ଯାଞ୍ଚ ପରେ ବନତାରାର ପ୍ରାଣୀ ଚିକିତ୍ସକମାନେ କହିଛନ୍ତି ଯେ, ଏହି ପଶୁଙ୍କୁ ଅନେକ ଦିନରୁ ଖାଦ୍ୟ ପାନୀୟ ମଧ୍ୟ ଦିଆଯାଇନଥିଲା। ୨୧ଟି ଛେଳିଙ୍କୁ ସ୍ବତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି। ଏଥିପାଇଁ ଏମାନଙ୍କୁ ଉତ୍ତରାଖଣ୍ଡର ହାପି ହୋମ ଅଭୟାରଣ୍ୟକୁ ପଠାଯିବ। ତେବେ ବର୍ତ୍ତମାନ ସେମାନଙ୍କୁ ବନତାରାରେ ରଖାଯାଇଛି ଏବଂ ଆବଶ୍ୟକୀୟ ଯତ୍ନ ଦିଆଯାଉଛି।
ସୂଚନାଥାଉକି, ଭାରତ-ନେପାଳ ସୀମା ନିକଟରେ ଆୟୋଜିତ ହୋଇଥାଏ ଗଢ଼ିମାଇ ପର୍ବ । ଏଠାରେ ଦିଆଯାଉଥିବା ପଶୁବଳି ବିଶ୍ବରେ ଦ୍ବିତୀୟ ସବୁଠୁ ବଡ଼ ପଶୁବଳି ଭାବରେ ଜଣା। କେବଳ ୨୦୧୪ରେ ୫ ଲକ୍ଷରୁ ଅଧିକ ପଶୁଙ୍କୁ ବଳି ଦିଆଯାଇଛି। ଏହି ପଶୁମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରୁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ବେଆଇନ ଭାବରେ ଚାଲାଣ କରାଯାଏ।
ତେବେ ସୀମାବର୍ତ୍ତୀ ପଶୁ କାରବାରକୁ ରୋକିବା ଦିଗରେ ସୁପ୍ରିମକୋର୍ଟର ଅନେକ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ଏହାକୁ ରୋକାଯାଇପାରିନଥିବାବେଳେ ଏଭଳି ପଦକ୍ଷେପ ପଶୁ ବଳିର ସମାଧାନ ତଥା ପଶୁ କଲ୍ୟାଣ ପାଇଁ ସମର୍ଥନକୁ ଦର୍ଶାଉଛି।