ବନ୍ଦ ଘରୁ ମହିଳା ଉଦ୍ଧାର : ତାଲା ପକାଇ ରଖିଥିଲେ ଗ୍ରାମବାସୀ

ନୀଳଗିରି ୨୭।୮: ବନ୍ଦ ଘରୁ ମହିଳା ଉଦ୍ଧାର । ଉଦ୍ଧାର କଲା ନୀଳଗିରି ପୋଲିସ । ୧୨ ଘଣ୍ଟା ଧରି ମହିଳାଙ୍କୁ ତାଲା ପକାଇ ରଖିଥିଲେ ଗ୍ରାମବାସୀ । ସୂଚନାଯୋଗ୍ୟ ଯେ, ଜଣେ ମହିଳାଙ୍କୁ ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଘରେ ଭର୍ତ୍ତି କରି ବନ୍ଦୀ କରିଥିଲେ ଗ୍ରାମବାସୀ । ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରିଛି । ଏଭଳି ଘଟଣା ନୀଳଗିରି ଥାନା ଅଧିନ ସିଆଡ଼ିମାଳ ଠାରେ ଘଟିଥିବା ଜଣାପଡିଛି ।ସିଆଡ଼ିମାଳ ଗାଁରେ ଏକ ଘରେ ଦୀର୍ଘ ଦିନ ଧରି ଅନୈତିକ କାର୍ଯ୍ୟ ଚାଲୁଥିବା ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ । ଅତିଷ୍ଠ ହୋଇ ଗ୍ରାମବାସୀ ମାନେ ସୋମବାର ସକାଳୁ ଉକ୍ତ ଘରେ ଚଢ଼ାଉ କରିଥିଲେ । ଜଣେ ମହିଳାଙ୍କୁ ବେଶ ମାଡ଼ମାରି ତାଲା ପକାଇ ଅଟକ ରଖିଥିଲେ । ଦୀର୍ଘ ୧୨ ଘଣ୍ଟା ଧରି ମହିଳା ଜଣକ ଭୋକ ଉପବାସରେ ରହିଥିଲେ । ପରେ ନୀଳଗିରି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରାତିରେ ଯାଇ ତାଲା ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି ।You Can Read:ସମୁଦ୍ରରେ ୩ଦିନ ହେବ ଫସିରହିଛନ୍ତି ୧୨ ମସ୍ୟଜୀବୀ, ୨ଟି ବୋଟ୍‌ରେ ମାଛ ଧରିବାକୁ ଯାଇଥିଲେ

ବନ୍ଦ ଘରୁ ମହିଳା ଉଦ୍ଧାର : ତାଲା ପକାଇ ରଖିଥିଲେ ଗ୍ରାମବାସୀ

ନୀଳଗିରି ୨୭।୮: ବନ୍ଦ ଘରୁ ମହିଳା ଉଦ୍ଧାର । ଉଦ୍ଧାର କଲା ନୀଳଗିରି ପୋଲିସ । ୧୨ ଘଣ୍ଟା ଧରି ମହିଳାଙ୍କୁ ତାଲା ପକାଇ ରଖିଥିଲେ ଗ୍ରାମବାସୀ । 

ସୂଚନାଯୋଗ୍ୟ ଯେ, ଜଣେ ମହିଳାଙ୍କୁ ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଘରେ ଭର୍ତ୍ତି କରି ବନ୍ଦୀ କରିଥିଲେ ଗ୍ରାମବାସୀ । ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରିଛି । ଏଭଳି ଘଟଣା ନୀଳଗିରି ଥାନା ଅଧିନ ସିଆଡ଼ିମାଳ ଠାରେ ଘଟିଥିବା ଜଣାପଡିଛି ।

ସିଆଡ଼ିମାଳ ଗାଁରେ ଏକ ଘରେ ଦୀର୍ଘ ଦିନ ଧରି ଅନୈତିକ କାର୍ଯ୍ୟ ଚାଲୁଥିବା ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ । ଅତିଷ୍ଠ ହୋଇ ଗ୍ରାମବାସୀ ମାନେ ସୋମବାର ସକାଳୁ ଉକ୍ତ ଘରେ ଚଢ଼ାଉ କରିଥିଲେ । ଜଣେ ମହିଳାଙ୍କୁ ବେଶ ମାଡ଼ମାରି ତାଲା ପକାଇ ଅଟକ ରଖିଥିଲେ । ଦୀର୍ଘ ୧୨ ଘଣ୍ଟା ଧରି ମହିଳା ଜଣକ ଭୋକ ଉପବାସରେ ରହିଥିଲେ । ପରେ ନୀଳଗିରି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରାତିରେ ଯାଇ ତାଲା ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

You Can Read:

ସମୁଦ୍ରରେ ୩ଦିନ ହେବ ଫସିରହିଛନ୍ତି ୧୨ ମସ୍ୟଜୀବୀ, ୨ଟି ବୋଟ୍‌ରେ ମାଛ ଧରିବାକୁ ଯାଇଥିଲେ