ବନ୍ଦ ଘରୁ ମିଳିଲା ଗଳିତ ମୃତଦେହ, ପୋଲିସ୍ର ଛାନଭିନ୍ ଆରମ୍ଭ
ଭଦ୍ରକ: ବନ୍ଦ ଘର ଭିତରୁ ମିଳିଲା ଗଳିତ ମୃତଦେହ। ଘଟଣା ଘଟିଛି ଭଦ୍ରକ ସହରର ଅପର୍ତ୍ତିବିନ୍ଧାଠାରେ। ସୂଚନା ଅନୁଯାୟୀ, ଅପର୍ତ୍ତିବିନ୍ଧାସ୍ଥିତ ଏହି ଘରେ ଜଣେ ମହିଳା ରହୁଥିଲେ।ତେବେ ଘର ଭିତରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଟିମ୍ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରୁ ସହ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ମୃତକ ଜଣକ ମହିଳା କିମ୍ବା ପୁରୁଷ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଭଦ୍ରକ: ବନ୍ଦ ଘର ଭିତରୁ ମିଳିଲା ଗଳିତ ମୃତଦେହ। ଘଟଣା ଘଟିଛି ଭଦ୍ରକ ସହରର ଅପର୍ତ୍ତିବିନ୍ଧାଠାରେ। ସୂଚନା ଅନୁଯାୟୀ, ଅପର୍ତ୍ତିବିନ୍ଧାସ୍ଥିତ ଏହି ଘରେ ଜଣେ ମହିଳା ରହୁଥିଲେ।
ତେବେ ଘର ଭିତରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଟିମ୍ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରୁ ସହ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ମୃତକ ଜଣକ ମହିଳା କିମ୍ବା ପୁରୁଷ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।