ବନ୍ଦ ଘରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ
ଖଣ୍ଡପଡ଼ା ୧୦।୦୩ : ବନ୍ଦ ଘରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟରେ ଥିବା ଏକ ବନ୍ଦ ଘରୁ ଦୁହିଁଙ୍କ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଖବର ଅନୁଯାୟୀ, ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟରେ ଥିବା ଏକ ବନ୍ଦ ଘରୁ ଦୁର୍ଗନ୍ଧ ଆସିଥିଲା । ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ବେଳେ ଦୁଇ ନାବାଳକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ହେଲେ ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେହିପରି ଯଦି ଆବଶ୍ୟକ ହୁଏ, ତେବେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ । ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ବିରାଟଙ୍କୁ ଆଲିଙ୍ଗନ କଲେ ଅନୁଷ୍କା, କ୍ୟାମେରାରେ କଏଦ ହେଲା ଭିଡିଓ...
ଖଣ୍ଡପଡ଼ା ୧୦।୦୩ : ବନ୍ଦ ଘରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟରେ ଥିବା ଏକ ବନ୍ଦ ଘରୁ ଦୁହିଁଙ୍କ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟରେ ଥିବା ଏକ ବନ୍ଦ ଘରୁ ଦୁର୍ଗନ୍ଧ ଆସିଥିଲା । ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ବେଳେ ଦୁଇ ନାବାଳକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ହେଲେ ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେହିପରି ଯଦି ଆବଶ୍ୟକ ହୁଏ, ତେବେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।
ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ବିରାଟଙ୍କୁ ଆଲିଙ୍ଗନ କଲେ ଅନୁଷ୍କା, କ୍ୟାମେରାରେ କଏଦ ହେଲା ଭିଡିଓ...