ବନ୍ଦ ହେବ ମାଗଣା ଆଇପିଏଲ୍ ଷ୍ଟ୍ରିମିଂ: ସବ୍ସକ୍ରିପସନ ନେଇ ଦେଖିବେ ଗ୍ରାହକ
ନୂଆଦିଲ୍ଲୀ: ପୂର୍ବରୁ ଜିଓ ସିନେମା ଆପ୍ରେ ମାଗଣାରେ ଆଇପିଏଲ୍ ଦେଖିବାକୁ ମିଳିଥିଲା। ହେଲେ ଏବେ ରିଲାଏନ୍ସ-ଡିଜନି ମିଶିଯିବା ପରେ ଆଉ ଏହି ସୁବିଧା ମିଳିବ ନାହିଁ। ସମ୍ପୂର୍ଣ୍ଣ ମାଗଣା ନ ଦେଇ ଏଥିପାଇଁ ଏକ ହାଇବ୍ରିଡ୍ ମଡେଲ୍ର ବ୍ୟବହାର କରାଯିବ। ଯେଉଁଥିରେ କିଛି ନିର୍ଦ୍ଦିଷ୍ ସମୟ ପର୍ଯ୍ୟନ୍ତ ମାଗଣା ରହିବ। ଏହାପରେ ସବ୍ସକ୍ରିପ୍ସନ ନେବାକୁ କୁହାଯିବ। ଇକୋନୋମିକ୍ସ ଟାଇମ୍ସରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଏଥିପାଇଁ ଦୁଇ କମ୍ପାନୀ ଏକ ନୂଆ ରିବ୍ରାଣ୍ଡେଡ୍ ଷ୍ଟ୍ରିମିଂ ଆପ୍ ମଧ୍ୟ ଲଞ୍ଚ କରିବେ। ଯେଉଁଥିରେ ୧୪୯ ଟଙ୍କାରୁ ପ୍ୟାକେଜ୍ ଆରମ୍ଭ ହେବ। ଏହା ପୂର୍ବରୁ ରିଲାଏନ୍ସର ଜିଓ ସିନେମା ମାଗଣାରେ ଆଇପିଏଲ୍ ଷ୍ଟ୍ରିମିଂ ଦେଉଥିଲା। ହେଲେ ଡିଜ୍ନୀ ଭାରତରେ ତା’ର ସମସ୍ତ ବ୍ୟବସାୟ ଜିଓରେ ମିଶାଇବା ପରେ ପ୍ରଥମ ଥର ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଜିଓ ୩ ବିଲିଅନ ଡଲାରରେ ରାଇଟ୍ କିଣିବା ପରେ ୨୦୨୩ ମସିହାରୁ ମାଗଣାରେ ଆଇପିଏଲ ଦେଖାଉଥିଲା। ହେଲେ ଏବେ ଆଇପିଏଲ ସମେତ ସମସ୍ତେ ଷ୍ଟ୍ରିମିଂ କଣ୍ଟେଣ୍ଟକୁ ହାଇବ୍ରିଡି ମୋଡେଲ୍କୁ ସିଫ୍ଟ କରିଦିଆଯିବ। ଏଥିରେ କିଛି ସମୟ ପାଇଁ ମାଗଣା ଦେଖିବାକୁ। ଏହାପରେ ଗ୍ରାହକଙ୍କୁ ସବ୍ସକ୍ରିପ୍ସନ ପାଇଁ କୁହାଯିବ। ଯେପରି ପୂର୍ବରୁ ହଟ୍ଷ୍ଟାର କରୁଥିଲା। ତେବେ ଏନେଇ ମିଳିତ ଉଦ୍ୟୋଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ କି ମିଡିଆ ରିପୋର୍ଟ ଉପରେ କୌଣସି ପ୍ରତିକ୍
ନୂଆଦିଲ୍ଲୀ: ପୂର୍ବରୁ ଜିଓ ସିନେମା ଆପ୍ରେ ମାଗଣାରେ ଆଇପିଏଲ୍ ଦେଖିବାକୁ ମିଳିଥିଲା। ହେଲେ ଏବେ ରିଲାଏନ୍ସ-ଡିଜନି ମିଶିଯିବା ପରେ ଆଉ ଏହି ସୁବିଧା ମିଳିବ ନାହିଁ। ସମ୍ପୂର୍ଣ୍ଣ ମାଗଣା ନ ଦେଇ ଏଥିପାଇଁ ଏକ ହାଇବ୍ରିଡ୍ ମଡେଲ୍ର ବ୍ୟବହାର କରାଯିବ। ଯେଉଁଥିରେ କିଛି ନିର୍ଦ୍ଦିଷ୍ ସମୟ ପର୍ଯ୍ୟନ୍ତ ମାଗଣା ରହିବ। ଏହାପରେ ସବ୍ସକ୍ରିପ୍ସନ ନେବାକୁ କୁହାଯିବ। ଇକୋନୋମିକ୍ସ ଟାଇମ୍ସରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି।
ଏଥିପାଇଁ ଦୁଇ କମ୍ପାନୀ ଏକ ନୂଆ ରିବ୍ରାଣ୍ଡେଡ୍ ଷ୍ଟ୍ରିମିଂ ଆପ୍ ମଧ୍ୟ ଲଞ୍ଚ କରିବେ। ଯେଉଁଥିରେ ୧୪୯ ଟଙ୍କାରୁ ପ୍ୟାକେଜ୍ ଆରମ୍ଭ ହେବ। ଏହା ପୂର୍ବରୁ ରିଲାଏନ୍ସର ଜିଓ ସିନେମା ମାଗଣାରେ ଆଇପିଏଲ୍ ଷ୍ଟ୍ରିମିଂ ଦେଉଥିଲା। ହେଲେ ଡିଜ୍ନୀ ଭାରତରେ ତା’ର ସମସ୍ତ ବ୍ୟବସାୟ ଜିଓରେ ମିଶାଇବା ପରେ ପ୍ରଥମ ଥର ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି।
ଜିଓ ୩ ବିଲିଅନ ଡଲାରରେ ରାଇଟ୍ କିଣିବା ପରେ ୨୦୨୩ ମସିହାରୁ ମାଗଣାରେ ଆଇପିଏଲ ଦେଖାଉଥିଲା। ହେଲେ ଏବେ ଆଇପିଏଲ ସମେତ ସମସ୍ତେ ଷ୍ଟ୍ରିମିଂ କଣ୍ଟେଣ୍ଟକୁ ହାଇବ୍ରିଡି ମୋଡେଲ୍କୁ ସିଫ୍ଟ କରିଦିଆଯିବ। ଏଥିରେ କିଛି ସମୟ ପାଇଁ ମାଗଣା ଦେଖିବାକୁ। ଏହାପରେ ଗ୍ରାହକଙ୍କୁ ସବ୍ସକ୍ରିପ୍ସନ ପାଇଁ କୁହାଯିବ। ଯେପରି ପୂର୍ବରୁ ହଟ୍ଷ୍ଟାର କରୁଥିଲା। ତେବେ ଏନେଇ ମିଳିତ ଉଦ୍ୟୋଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ କି ମିଡିଆ ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଷ୍ଟ୍ରିମିଂ ଅଫର ଏକ ନୂଆ ରିବ୍ରାଣ୍ଡେଡ୍ ଆପରେ ଉପଲବ୍ଧ ହେବ। ଯାହା ୧୪୯ ଟଙ୍କା ($ ୧.୭୨) ଠାରୁ ଆରମ୍ଭ କରି ୪୯୯ ଟଙ୍କା ($ ୫.୭୫) ପର୍ଯ୍ୟନ୍ତ ରହିବ। ଏଥିରେ ବିନା ବିଜ୍ଞାପନରେ କଣ୍ଟେଣ୍ଟ ଦେଖି ହେବ।