ବନ୍ଦ ହେଲା ୭୪ ହଜାର ମୋବାଇଲ୍‌ ସଂଯୋଗ

ଭୁବନେଶ୍ୱର,୬।୨(ଅନୁରାଧା ମହାରଣା): ଡିଜିଟାଲାଇଜେସନ ଯୁଗ ଆରମ୍ଭ ହେବା ଦିନଠାରୁ ସାଇବର ଠକେଇର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଦେଶର ଲୋକ ସାଇବର ଠକେଇର ଶିକାର ହେଉଛନ୍ତି। ଫୋନ କଲ୍‌ ଏବଂ ମେସେଜ ମାଧ୍ୟମରେ ସାଇବର ଠକମାନେ ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏହିପରି ସାଇବର ଅପରାଧରେ ରୋକ୍‌ ଲଗାଇବା ପାଇଁ ଟେଲିକମ୍‌ ରେଗୁଲେଟୋରୀ ଅଥୋରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ପାମ୍‌ କଲ ଏବଂ ମେସେଜ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରାଇ ୭୪ […] The post ବନ୍ଦ ହେଲା ୭୪ ହଜାର ମୋବାଇଲ୍‌ ସଂଯୋଗ appeared first on Dharitri Odia News.

ବନ୍ଦ ହେଲା ୭୪ ହଜାର ମୋବାଇଲ୍‌ ସଂଯୋଗ

ଭୁବନେଶ୍ୱର,୬।୨(ଅନୁରାଧା ମହାରଣା): ଡିଜିଟାଲାଇଜେସନ ଯୁଗ ଆରମ୍ଭ ହେବା ଦିନଠାରୁ ସାଇବର ଠକେଇର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଦେଶର ଲୋକ ସାଇବର ଠକେଇର ଶିକାର ହେଉଛନ୍ତି। ଫୋନ କଲ୍‌ ଏବଂ ମେସେଜ ମାଧ୍ୟମରେ ସାଇବର ଠକମାନେ ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏହିପରି ସାଇବର ଅପରାଧରେ ରୋକ୍‌ ଲଗାଇବା ପାଇଁ ଟେଲିକମ୍‌ ରେଗୁଲେଟୋରୀ ଅଥୋରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ପାମ୍‌ କଲ ଏବଂ ମେସେଜ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରାଇ ୭୪ ହଜାର ମୋବାଇଲକୁ ସଂଯୋଗ ବିଚ୍ଛିନ୍ନ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ରାଇ କୃତ୍ରିମ ବୁଦ୍ଧିମତା(ଏଆଇ) ବ୍ୟବହାର କରୁଥିବା ସୂଚନା ରହିଛି। ସାରା ଦେଶରେ ବନ୍ଦ କରାଯାଇଥିବା ଏହି ମୋବାଇଲ ବ୍ୟବହାର କରି ସାଇବର ଠକମାନେ ଲୋକଙ୍କୁ ସ୍ପାମ୍‌ କଲ ଏବଂ ମେସେଜ୍‌ ଦେଉଥିଲେ। ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଏସ୍‌ଏମ୍‌ଏସ୍‌ ହେଡର୍‌ ଏବଂ ଟେମ୍ପଲେଟ ଅପସାରଣ କରାଯାଇଛି। ସେହିପରି ଏପରି ସ୍ପାମ୍‌ କଲ୍‌ ଓ ମେସେଜ୍‌ ଦେଉଥିବା ୧୧ ଲକ୍ଷ ଟେଲି ମାର୍କେଟରଙ୍କୁ ନୋଟିସ ପଠାଯାଇଛି। ୨ ଲକ୍ଷରୁ ଅଧିକ ନମ୍ବରର ଆଉଟଗୋଇଙ୍ଗ କଲ୍‌ ବନ୍ଦ ହୋଇଯାଇଛ। ଅନ୍ୟପଟେ ସାଇବର ଠକମାନଙ୍କ ଉପରେ ୧୦୦ କୋଟିରୁ ଅଧିକ ଜୋରିମାନା ଲାଗୁ କରାଯାଇଛି। ଏଆଇ ସାହାଯ୍ୟରେ ବନ୍ଦ କରାଯାଇଥିବା ସମସ୍ତ ମୋବାଇଲ ଟ୍ରାକ କରିବା ପାଇଁ ଟ୍ରାଇ ସଫଳ ହୋଇଛି। ଏଥିସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

The post ବନ୍ଦ ହେଲା ୭୪ ହଜାର ମୋବାଇଲ୍‌ ସଂଯୋଗ appeared first on Dharitri Odia News.