ବନ୍ଦେ ଭାରତ ଏକ୍ସପ୍ରେସରେ ବାସି ଖାଦ୍ୟ, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ରେଲଓ୍ବେ

ନୂଆଦିଲ୍ଲୀ,୧୧।୧: ଦେଶର ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ଏହି ଯାତ୍ରା ସମୟରେ ଅନେକ ଥର ଲୋକମାନେ ରେଲଓ୍ବେ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧାଗୁଡ଼ିକର ଅଭାବ ବିଷୟରେ ଅଭିଯୋଗ କରନ୍ତି। ଏବେ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏପରି ଅଭିଯୋଗ କରିଛନ୍ତି। ଆକାଶ କେଶରୀ ନାମକ ଜଣେ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ତାଙ୍କୁ ବନ୍ଦେ ଭାରତ ଟ୍ରେନ ନମ୍ବର ୨୨୪୧୬ରେ ଖରାପ ଖାଦ୍ୟ […] The post ବନ୍ଦେ ଭାରତ ଏକ୍ସପ୍ରେସରେ ବାସି ଖାଦ୍ୟ, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ରେଲଓ୍ବେ appeared first on Dharitri Odia News.

ବନ୍ଦେ ଭାରତ ଏକ୍ସପ୍ରେସରେ ବାସି ଖାଦ୍ୟ, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ରେଲଓ୍ବେ

ନୂଆଦିଲ୍ଲୀ,୧୧।୧: ଦେଶର ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ଏହି ଯାତ୍ରା ସମୟରେ ଅନେକ ଥର ଲୋକମାନେ ରେଲଓ୍ବେ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧାଗୁଡ଼ିକର ଅଭାବ ବିଷୟରେ ଅଭିଯୋଗ କରନ୍ତି। ଏବେ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏପରି ଅଭିଯୋଗ କରିଛନ୍ତି। ଆକାଶ କେଶରୀ ନାମକ ଜଣେ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ତାଙ୍କୁ ବନ୍ଦେ ଭାରତ ଟ୍ରେନ ନମ୍ବର ୨୨୪୧୬ରେ ଖରାପ ଖାଦ୍ୟ ପରିବେଷଣ କରାଯାଇଥିଲା, ଏହା ପରେ ରେଲଓ୍ବେ ଦୁଃଖ ପ୍ରକାଶ କରିଥିଲା।
ସେ ଲେଖିଛନ୍ତି, ୍‌ମୁଁ ନୂଆଦିଲ୍ଲୀରୁ ବାରାଣାସୀ ଯାତ୍ରା କରୁଛି। ଆମକୁ ଦିଆଯାଇଥିବା ଖାଦ୍ୟ ଦୁର୍ଗନ୍ଧ ଏବଂ ଖାଦ୍ୟର ଗୁଣ ଅତ୍ୟନ୍ତ ଖରାପ ଅଟେ। ଦୟାକରି ମୋର ସମସ୍ତ ଟଙ୍କା ଫେରସ୍ତ କରନ୍ତୁ। ଏହି ଭେଣ୍ଡର ବନ୍ଦେ ଭାରତ ଏକ୍ସପ୍ରେସର ବ୍ରାଣ୍ଡକୁ ନଷ୍ଟ କରୁଛନ୍ତି। ଏହି ସମୟରେ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ଅନେକ ଲୋକ ଖାଦ୍ୟକୁ ତଳେ ରଖିଛନ୍ତି ଏବଂ ସେମାନେ ସେହି ଖାଦ୍ୟ ନେବାକୁ କର୍ମଚାରୀଙ୍କୁ କହୁଛନ୍ତି। ଭିଡିଓରେ ଲୋକମାନେ କହୁଛନ୍ତି ଯେ ସବଜି ବା ତରକାରୀ ଦୁର୍ଗନ୍ଧ ହେଉଛି।
ଏହା ପରେ, ଆଇଆରସିଟିସି ସେହି ପୋଷ୍ଟକୁ ଗମ୍ଭିରତାର ସହ ଗ୍ରହଣ କରି ଏହାର ରିପ୍ଲାଇ ଦେଇଛି, ଅସନ୍ତୁଷ୍ଟ ଅନୁଭୂତି ପାଇଁ ଆମେ ଦୁଃଖିତ। ଏହି ଘଟଣାକୁ ଗୁରୁତର ସହ ନିଆଯିବ। ସେବା ପ୍ରଦାନକାରୀଙ୍କ ଉପରେ ଉପଯୁକ୍ତ ଦଣ୍ଡବିଧାନ କରାଯିବ। ଏହା ବ୍ୟତୀତ ଦାୟିତ୍ୱବାନ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି ଏବଂ ଲାଇସେନ୍ସଧାରୀଙ୍କୁ ନିର୍ଦ୍ଦେଶନାମା ଦିଆଯାଇଛି। ଅନ-ବୋର୍ଡ ସେବାଗୁଡିକର ମନିଟରିଂକୁ ଆହୁରି ମଜବୁତ କରାଯାଉଛି।
ସୂଚନାଯୋଗ୍ୟ, ଟ୍ରେନ ନମ୍ବର ୨୨୪୧୬ ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀ ଏବଂ ବାରାଣାସୀ ମଧ୍ୟରେ ଚାଲିଥାଏ । ଦେଶର ପ୍ରଥମ ବନ୍ଦେ ଭାରତ ଟ୍ରେନ ବାରାଣାସୀରୁ ନୂଆଦିଲ୍ଲୀ ୨୦୧୯ ରେ ଚଳାଚଳ କରିଥିଲା।

The post ବନ୍ଦେ ଭାରତ ଏକ୍ସପ୍ରେସରେ ବାସି ଖାଦ୍ୟ, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ରେଲଓ୍ବେ appeared first on Dharitri Odia News.