ବନ୍ଦେଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼: ଧରାପଡ଼ିଲେ ଅଭିଯୁକ୍ତ

କଟକ,୩ା୬ (କାର୍ତ୍ତିକ ସାହୁ): ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ଫିଙ୍ଗିବା ଅଭିଯୋଗରେ ଆରପିଏଫ୍‌ ଦ୍ୱାରା ଜଣେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ଗୌରଚନ୍ଦ୍ରପୁରର ପ୍ରବୀଣ କୁମାର ସାହୁ(୪୮)। ସୂଚନା ଅନୁସାରେ, ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗତ ୨ ତାରିଖ ଅପରାହ୍ନ ପ୍ରାୟ ୩.୨୦ରେ କଟକ ରେଳଷ୍ଟେସନରୁ ମହାନଦୀ ପୋଲ ଆଡ଼କୁ ଅତିକ୍ରମ କରୁଥିଲା। ଶିଖରପୁର ନିକଟରେ ଟ୍ରେନ୍‌ଟି ଯାଉଥିବା ବେଳେ କେହି ବନ୍ଦେ […] The post ବନ୍ଦେଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼: ଧରାପଡ଼ିଲେ ଅଭିଯୁକ୍ତ appeared first on Dharitri Odia News.

ବନ୍ଦେଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼: ଧରାପଡ଼ିଲେ ଅଭିଯୁକ୍ତ
କଟକ,୩ା୬ (କାର୍ତ୍ତିକ ସାହୁ): ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ଫିଙ୍ଗିବା ଅଭିଯୋଗରେ ଆରପିଏଫ୍‌ ଦ୍ୱାରା ଜଣେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ଗୌରଚନ୍ଦ୍ରପୁରର ପ୍ରବୀଣ କୁମାର ସାହୁ(୪୮)।
ସୂଚନା ଅନୁସାରେ, ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗତ ୨ ତାରିଖ ଅପରାହ୍ନ ପ୍ରାୟ ୩.୨୦ରେ କଟକ ରେଳଷ୍ଟେସନରୁ ମହାନଦୀ ପୋଲ ଆଡ଼କୁ ଅତିକ୍ରମ କରୁଥିଲା। ଶିଖରପୁର ନିକଟରେ ଟ୍ରେନ୍‌ଟି ଯାଉଥିବା ବେଳେ କେହି ବନ୍ଦେ ଭାରତ ଉପରକୁ ପଥର ଫିଙ୍ଗିଥିଲେ। ଏହାଦ୍ୱାରା ଟ୍ରେନ୍‌ର ଶୀତତାପ ନିୟନ୍ତ୍ରିତ କୋଚ୍‌ ସି-୧ର କାଚ ଝରକା ଭାଙ୍ଗିଯାଇଥିଲା।
 ଏନେଇ ସୂଚନା ପାଇବା ପରେ କଟକ ଆର୍‌ପିଏଫ୍‌ର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଭିଯୁକ୍ତ ଜଣକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଆର୍‌ପିଏଫ୍‌ କର୍ମଚାରୀମାନଙ୍କ ହାତରେ ଧରାପଡ଼ିଥିଲେ। ଅଭିଯୁକ୍ତ ଜଣକ ଜଗତପୁର ଗୋଲେଇ ଛକ ଅଞ୍ଚଳରେ ରହୁଥିବା ବେଳେ ପେସାରେ ଜଣେ ଟ୍ରକ ଡ୍ରାଇଭର।
ଅଭିଯୁକ୍ତ ଜଣକ ନିଶାଗ୍ରସ୍ତ ଥିଲେ ଓ ଗଞ୍ଜେଇ ସେବନ କରିଥିବା ଆର୍‌ପିଏଫ୍‌ କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ଏନେଇ ଆର୍‌ପିଏଫ ଥାନାରେ କେସ୍‌ ନଂ ୧୬୩୭/ ୨୦୨୪ ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ସାଙ୍ଗମାନଙ୍କ ସଂକ୍ରାନ୍ତରେ ଆର୍‌ପିଏଫ୍‌ ତଦନ୍ତ କରୁଛି। ଭବିଷ୍ୟତରେ ଏଭଳି ହୀନ ଘଟଣାର ପୁନରାବୃତ୍ତି ନହେବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରପିଏଫ ସୂଚନା ଦେଇଛି।

The post ବନ୍ଦେଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼: ଧରାପଡ଼ିଲେ ଅଭିଯୁକ୍ତ appeared first on Dharitri Odia News.