ବନ୍ଧନ ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ନୂଆଦିଲ୍ଲୀ,୧୨।୮: ବନ୍ଧନ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିବା ଲିଆଣ୍ଡର ପେସଙ୍କୁ ବ୍ୟାଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଛି। ଏପରିକି ସେ ପ୍ରଥମ ଏସୀୟ ଖେଳାଳି ବର୍ଗରେ ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି। ସେହିଭଳି ଏହି ସମ୍ମାନ କ୍ରୀଡ଼ା ପ୍ରତି ଲିଆଣ୍ଡରଙ୍କ ଅତୁଳନୀୟ ଅବଦାନ ଓ ତାଙ୍କ ପ୍ରେରଣାଦାୟକ ପରମ୍ପରାକୁ ଦର୍ଶାଉଛି। ଏ ସମ୍ପର୍କରେ ବନ୍ଧନ […] The post ବନ୍ଧନ ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୮: ବନ୍ଧନ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିବା ଲିଆଣ୍ଡର ପେସଙ୍କୁ ବ୍ୟାଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଛି। ଏପରିକି ସେ ପ୍ରଥମ ଏସୀୟ ଖେଳାଳି ବର୍ଗରେ ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି। ସେହିଭଳି ଏହି ସମ୍ମାନ କ୍ରୀଡ଼ା ପ୍ରତି ଲିଆଣ୍ଡରଙ୍କ ଅତୁଳନୀୟ ଅବଦାନ ଓ ତାଙ୍କ ପ୍ରେରଣାଦାୟକ ପରମ୍ପରାକୁ ଦର୍ଶାଉଛି। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିଇଓ (ଅନ୍ତରୀଣ) ରତନ କୁମାର କେଶ କହିଛନ୍ତି, ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ଲିଆଣ୍ଡର ସାମିଲ ହେବା ସାରା ଭାରତ ପାଇଁ ଗର୍ବର ବିଷୟ ହୋଇଥିଲାବେଳେ ସେ ଜଣେ କିମ୍ବଦନ୍ତୀ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏପରିକି ଟେନିସ୍ରେ ତାଙ୍କ କାହାଣୀ ହେଉଛି ଉତ୍କର୍ଷ ଓ ଅତୁଳନୀୟ ଭାବକୁ ନିରନ୍ତର ଅନୁସନ୍ଧାନ କରିବାର ଏକ ଅବିସ୍ମରଣୀୟ କାହାଣୀ ହୋଇଥିଲାବେଳେ ଏହି ଐତିହାସିକ ମୁହୂର୍ତ୍ତରେ ତାଙ୍କୁ ସମ୍ବର୍ଦ୍ଧିତ କରି ବନ୍ଧନ ବ୍ୟାଙ୍କ ନିଜକୁ ଗର୍ବିତ ମନେକରୁଛି। ସେହିଭଳି ଲିଆଣ୍ଡର ପେସ୍ କହିଛନ୍ତି,ଖେଳାଳି ବର୍ଗରେ ପ୍ରଥମ ଏସୀୟ ଓ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିବାରୁ ମୁଁ ନିଜକୁ କୃତଜ୍ଞ ଓ ଗର୍ବିତ ମନେକରୁଛି।
ଏହି ସଫଳତା ହେଉଛି ବର୍ଷ ବର୍ଷର କଠିନ ପରିଶ୍ରମ, ସମର୍ପଣ ଏବଂ ମୋ ପରିବାର, ପ୍ରଶିକ୍ଷକ ଓ ସାରା ଦୁନିଆରେ ଥିବା ଭାରତୀୟଙ୍କ ଅତୁଟ ସମର୍ଥନର ଫଳ। ମୋ ସହିତ ଏହି ସ୍ବତନ୍ତ୍ର ମୁହୂର୍ତ୍ତକୁ ପାଳନ କରିଥିବାରୁ ବନ୍ଧନ ବ୍ୟାଙ୍କ ପ୍ରତି ମୁଁ କୃତଜ୍ଞ।
The post ବନ୍ଧନ ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ appeared first on Dharitri Odia News.