ବନ୍ଧା ହେବେ କି ଅନୁଭବ ? କୋର୍ଟ ଜାରି କଲେ ଜାମୀନ ବିହିନ ପରଓ୍ଵାନା
ପୁଣି ଅଡ଼ୁଆରେ ଛନ୍ଦିହେଲେ ଅନୁଭବ । ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମ୍ଏଫ୍ସି କୋର୍ଟ । ବର୍ଷାଙ୍କୁ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ NBW ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର JMFC କୋର୍ଟ । କୋର୍ଟରେ ହାଜର ନ ହୋଇ ବାରମ୍ବାର ମାଗୁଥିଲେ ସମୟ । ଯେଉଁଥିପାଇଁ ଆସନ୍ତା ୨୩ ତାରିଖ ସୁଦ୍ଧା NBW କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦ […] The post ବନ୍ଧା ହେବେ କି ଅନୁଭବ ? କୋର୍ଟ ଜାରି କଲେ ଜାମୀନ ବିହିନ ପରଓ୍ଵାନା appeared first on KNews Odisha.

ପୁଣି ଅଡ଼ୁଆରେ ଛନ୍ଦିହେଲେ ଅନୁଭବ । ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମ୍ଏଫ୍ସି କୋର୍ଟ । ବର୍ଷାଙ୍କୁ ଅନୁଭବ ଓ ତାଙ୍କ ସହଯୋଗୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ NBW ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର JMFC କୋର୍ଟ । କୋର୍ଟରେ ହାଜର ନ ହୋଇ ବାରମ୍ବାର ମାଗୁଥିଲେ ସମୟ । ଯେଉଁଥିପାଇଁ ଆସନ୍ତା ୨୩ ତାରିଖ ସୁଦ୍ଧା NBW କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୨୦ ମସିହା ଡିସେମ୍ବର ୧୯ ତାରିଖରେ ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ହୋଇଥିଲା । ଅନୁଭବ ଏବଂ ତାଙ୍କ ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୁଦ୍ଧରେ ମାନସିକ,ଶାରୀରିକ, ନିର୍ଯାତନା , ଧମକ ଚମକ ଦେବା ଆଦି ଅଭିଯୋଗ ନେଇ ଏତଲା ଦିଆଯାଇଥିଲା । ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ଅନୁଭବ ଆଉ ତାଙ୍କ ଘରେ ରହୁଥିବା ୨ କର୍ମଚାରୀ ଖଗେନ୍ଦ୍ର ଓ ଅଜିତ୍ ତାଙ୍କ ରୁମ୍ ଭିତରକୁ ପଶି ଆସୁଛନ୍ତି । ରୁମ୍ ଭିତରେ ପଶି ଭିଡିଓ କରୁଛନ୍ତି । ଅନୁଭବଙ୍କ ନିର୍ଦ୍ଦେଶରେ ତାଙ୍କର ଦୁଇ କର୍ମଚାରୀ ଏପରି କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ ।
ବର୍ଷାଙ୍କ ଏହି ଅଭିଯୋଗ ଆଧାରରେ ପୁରୀ ଘାଟ ଥାନା ପକ୍ଷରୁ ଅନୁଭବଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଏଥିରେ ଅନୁଭବଙ୍କ ନାଁରେ ବିଭିନ୍ନ ସଙ୍ଗୀନ ଦଫା ଲାଗିଥିଲା। କଟକ ଜେଏମଏଫସି କୋର୍ଟରେ ଏହି ମାମଲାଟି ବିଚାରଧୀନ ଥିଲା। ଏହି ମାମଲା ଉପରେ ଗତ ୮ ତାରିଖରେ ଅନୁଭବଙ୍କୁ କୋର୍ଟରୁ ଡକରା ଆସିଥିଲା। ହେଲେ ଅନୁଭବ କୋର୍ଟରେ ହାଜର ହୋଇ ନଥିଲେ। ନିଜ ଓକିଲଙ୍କ ଜରିଆରେ ଏକ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ। ଏହି ପିଟିସନରେ ଉଲ୍ଲେଖ ଥିଲା ଯେ, ଏହି ଘଟଣାଟି ସମ୍ପୂର୍ଣ୍ଣ ମିଛ । ଏହି ମାମଲାରୁ ତାଙ୍କୁ ମୁକ୍ତି କରାଯାଉ। କୋର୍ଟ ଅନୁଭବଙ୍କ ଆବେଦନ ଶୁଣିବା ପରେ ମାମଲା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ।
ଗତ ୧୦ ତାରିଖରେ ଚାର୍ଜଫ୍ରେମ୍ କରାଯିବ ବୋଲି କୋର୍ଟ କହିଥିଲେ ଓ ଅନୁଭବଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୧୦ ତାରିଖରେ ଅନୁଭବ କୋର୍ଟରେ ହାଜର ହୋଇନଥିଲେ। କୋର୍ଟରେ ହାଜର ହେବା ପାଇଁ ମହଲତ ମାଗିଥିଲେ। କୋର୍ଟ ପୁଣି ମେ’ ୧୩ ତାରିଖ ତଥା ଆଜି ଅନୁଭବଙ୍କ କେସର ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଥିଲା। ହେଲେ ଆଜି ମଧ୍ୟ ଅନୁଭବ କୋର୍ଟରେ ହାଜର ହୋଇନଥିଲେ। ନିଜ ଓକିଲଙ୍କ ଜରିଆରେ ଏକ ପିଟିସନ ଦାଖଲ କରିଥିଲେ। କୋର୍ଟ ଅନୁଭବଙ୍କ ପିଟିସନକୁ ଖାରଜ କରିବା ସହ ଶୀଘ୍ର ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ NBW ଜାରି କରିଥିଲେ। ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ପୁରୀ ଘାଟ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଓକିଲ ଆଫ୍ରୋଜ୍ ଅହମ୍ମଦ ଆଜି ଏହି ସୂଚନା ଦେଇଛନ୍ତି । ଏନେଇ ଅନୁଭବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିନାହିଁ ।
The post ବନ୍ଧା ହେବେ କି ଅନୁଭବ ? କୋର୍ଟ ଜାରି କଲେ ଜାମୀନ ବିହିନ ପରଓ୍ଵାନା appeared first on KNews Odisha.