ବନ୍ଧା ହେଲେ ସମ୍ବଲପୁର ଡିଏସଆର୍; ଜମିବାଡି ଚଞ୍ଚକତା ଅଭିଯୋଗରେ ସୂର୍ଯ୍ୟ-ଚନ୍ଦ୍ର ଗିରଫ

ସମ୍ବଲପୁର; ସମ୍ବଲପୁର ଡିଏସଆର୍ ଗିରଫ । ଜମିବାଡି ଚଞ୍ଚକତା ଅଭିଯୋଗରେ ସମ୍ବଲପୁର ଡିଏସଆରଙ୍କ ସମେତ ୨ ଗିରଫ । ଟାଉନ ଥାନା ପୋଲିସ ଡିଏସଆର ସୂର୍ଯ୍ୟ ନାରାୟଣ ସାମଲ ଓ ଚନ୍ଦ୍ର ପ୍ରସାଦ ଡୁଙ୍ଗୁରିଆଙ୍କୁ ବାନ୍ଧିଛି । ସୂଚନା ଅନୁଯାୟୀ, ନବ ଦାସଙ୍କ ପୁତୁରା ସମୀର ଦାସଙ୍କୁ କିଛି ଜମି ଦଲାଲ୍ ଚଞ୍ଚକତା କରି ବୁଢାରଜାର ଏକ ଜମି ବିକ୍ରି କରିଥିଲେ । ତେବେ ସମୀର ଦାସଙ୍କ ବାପା ବ୍ରଜ ଦାସଙ୍କୁ ଏହି ଘଟଣାରେ ସନ୍ଦେହ ହେବାରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସମ୍ପୃକ୍ତ ଘଟଣା ଜଣାଇଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ହୋଇଥିଲା । ଘଟଣାରେ ଡିଏସଆର ସୂର୍ଯ୍ୟନାରାୟଣ ସାମଲଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡିବା ପରେ ତାଙ୍କୁ ପୋଲିସ ଗିରଫ କରିଛି । ଘଟଣାରେ ୨ଜଣ ପୋଲିସ ଅଧିକାରୀଙ୍କର ମଧ୍ୟ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି ।