ବନ୍ଧାହେଲେ ନକଲି ଡ଼ାକ୍ତର, ପୂର୍ବରୁ ହୋଇଥିଲେ ଗିରଫ

ରାଉରକେଲା ୨୭।୬: ରାଉରକେଲା ସରକାରୀ ଡ଼ାକ୍ତରଖାନା (ଆଇଜିଏଚ)ର ଡ଼ାଏଲିସିସ ବିଭାଗରେ ଡ଼ାକ୍ତର ଭାବରେ କାମ କରୁଥିବା ନକଲି ଡ଼ାକ୍ତର ପଦ୍ମନାଭ କାରୁଆ ଗିରଫ । ତାଙ୍କ ଅସଲି ନାମ ପଦ୍ମନାଭ କାରୁଆ ହେଲେ ଡ଼ାକ୍ତର ଭାବରେ ନିଯୁକ୍ତି ପାଇଥିଲେ ରମେଶ ଚନ୍ଦ୍ର ଝା ନାଁରେ । ଆଉଟ୍ ସୋର୍ସିଂ ସଂସ୍ଥା ରାହି ଦେଇଥିଲା ନିଯୁକ୍ତି । ଗତ ଡ଼ିସେମ୍ବର ୨୦୨୩ରୁ ଏହି ନକଲି ଡ଼ାକ୍ତର ପାଇଥିଲେ ନିଯୁ୍‌କ୍ତି ଆଉ ଦରମା ବାବଦକୁ ୫୦ ହଜାର ଟଙ୍କା ନେଇଥିଲେ । ଝାଡ଼ଖଣ୍ଡର ଡ଼ାକ୍ତରୀ ସାର୍ଟିଫିକେଟ୍ ସହ ରେଜିଷ୍ଚ୍ରେସନ ନମ୍ବର ଦେଇ କରୁଥିଲେ ଡ଼ାକ୍ତର ଚାକିରି । ଏହାରି ଭିତରେ ଏହି ନକଲି ଡ଼ାକ୍ତର ପଦ୍ମନାଭ କାରୁଆ ବଜାଜ ଫାଇନାନ୍ସରୁ ୧୬ ଲକ୍ଷ ଟଙ୍କା ଋଣ ମଧ୍ୟ ନେଇଛନ୍ତି । ଆଉ ଏବେ ଧରାପଡି ଗିରଫ ହୋଇଯାଇଛନ୍ତି ଜେଲ୍ ।ଏତିକିରେ ସରିନାହିଁ ବାବୁଙ୍କ କାରନାମା । ଏହି ନକଲି ଡ଼ାକ୍ତର ପଦ୍ମନାଭ କାରୁଆ ନକଲି ଡ଼ାକ୍ତରୀ ସାର୍ଟିଫିକେଟ ଦେଇ ପୂର୍ବରୁ ରାଉରକେଲା ବନ୍ଦମୁଣ୍ଡା ରେଳବାଇ ହସ୍ପିଟାଲରେ ଏମବିବିଏସ ଡ଼ାକ୍ତର ଭାବରେ ନିଯୁକ୍ତି ପାଇଥିଲେ ଜଣାପଡିବା ପରେ ତଡା ଖାଇଥିଲେ । ପୁଣି ପରେ ରାଉରକେଲା ହାଇଟେକ୍ ମେଡ଼ିକାଲରେ ଡ଼ାକ୍ତର ଭାବରେ ହୋଇଥିଲେ ନିଯୁକ୍ତି । ସେଠାରୁ ମଧ୍ୟ ତଡା ଖାଇଥିଲେ । ସବୁଠାରୁ ବଡ଼ କଥା ରାଜ୍ୟ ସରକାରଙ୍କ ଅଧିନରେ ଏହି ନକଲି ଡ଼ାକ୍ତର ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମବିବିଏସ ଡ଼ାକ୍ତର ଭାବରେ ନିଯୁକ୍ତି ପାଇ ୪ ବର୍ଷ ଧରି

ବନ୍ଧାହେଲେ ନକଲି ଡ଼ାକ୍ତର, ପୂର୍ବରୁ ହୋଇଥିଲେ ଗିରଫ

ରାଉରକେଲା ।୬: ରାଉରକେଲା ସରକାରୀ ଡ଼ାକ୍ତରଖାନା (ଆଇଜିଏଚ)ର ଡ଼ାଏଲିସିସ ବିଭାଗରେ ଡ଼ାକ୍ତର ଭାବରେ କାମ କରୁଥିବା ନକଲି ଡ଼ାକ୍ତର ପଦ୍ମନାଭ କାରୁଆ ଗିରଫ । ତାଙ୍କ ଅସଲି ନାମ ପଦ୍ମନାଭ କାରୁଆ ହେଲେ ଡ଼ାକ୍ତର ଭାବରେ ନିଯୁକ୍ତି ପାଇଥିଲେ ରମେଶ ଚନ୍ଦ୍ର ଝା ନାଁରେ । ଆଉଟ୍ ସୋର୍ସିଂ ସଂସ୍ଥା ରାହି ଦେଇଥିଲା ନିଯୁକ୍ତି । ଗତ ଡ଼ିସେମ୍ବର ୨୦୨୩ରୁ ଏହି ନକଲି ଡ଼ାକ୍ତର ପାଇଥିଲେ ନିଯୁ୍‌କ୍ତି ଆଉ ଦରମା ବାବଦକୁ ୫୦ ହଜାର ଟଙ୍କା ନେଇଥିଲେ । ଝାଡ଼ଖଣ୍ଡର ଡ଼ାକ୍ତରୀ ସାର୍ଟିଫିକେଟ୍ ସହ ରେଜିଷ୍ଚ୍ରେସନ ନମ୍ବର ଦେଇ କରୁଥିଲେ ଡ଼ାକ୍ତର ଚାକିରି । ଏହାରି ଭିତରେ ଏହି ନକଲି ଡ଼ାକ୍ତର ପଦ୍ମନାଭ କାରୁଆ ବଜାଜ ଫାଇନାନ୍ସରୁ ୧୬ ଲକ୍ଷ ଟଙ୍କା ଋଣ ମଧ୍ୟ ନେଇଛନ୍ତି । ଆଉ ଏବେ ଧରାପଡି ଗିରଫ ହୋଇଯାଇଛନ୍ତି ଜେଲ୍ ।

ଏତିକିରେ ସରିନାହିଁ ବାବୁଙ୍କ କାରନାମା । ଏହି ନକଲି ଡ଼ାକ୍ତର ପଦ୍ମନାଭ କାରୁଆ ନକଲି ଡ଼ାକ୍ତରୀ ସାର୍ଟିଫିକେଟ ଦେଇ ପୂର୍ବରୁ ରାଉରକେଲା ବନ୍ଦମୁଣ୍ଡା ରେଳବାଇ ହସ୍ପିଟାଲରେ ଏମବିବିଏସ ଡ଼ାକ୍ତର ଭାବରେ ନିଯୁକ୍ତି ପାଇଥିଲେ ଜଣାପଡିବା ପରେ ତଡା ଖାଇଥିଲେ । ପୁଣି ପରେ ରାଉରକେଲା ହାଇଟେକ୍ ମେଡ଼ିକାଲରେ ଡ଼ାକ୍ତର ଭାବରେ ହୋଇଥିଲେ ନିଯୁକ୍ତି । ସେଠାରୁ ମଧ୍ୟ ତଡା ଖାଇଥିଲେ । ସବୁଠାରୁ ବଡ଼ କଥା ରାଜ୍ୟ ସରକାରଙ୍କ ଅଧିନରେ ଏହି ନକଲି ଡ଼ାକ୍ତର ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମବିବିଏସ ଡ଼ାକ୍ତର ଭାବରେ ନିଯୁକ୍ତି ପାଇ ୪ ବର୍ଷ ଧରି କରିଥିଲେ ଚାକିରି ଆଉ ସରକାରଙ୍କ ତହବିଲରୁ ନେଇଥିଲେ ମୋଟାଅଙ୍କର ଦରମା । ଜଣା ପଡିବା ପରେ ଗିରଫ ହୋଇ ଜେଲ୍ ଯାଇଥିଲେ ପଦ୍ମନାଭ କାରୁଆ । ଜଣେ ନକଲି ଡ଼ାକ୍ତରଙ୍କୁ ବାରମ୍ବାର ନିଯୁକ୍ତି ଦେବା ନେଇ ଏବେ ଉଠିଛି ପ୍ରଶ୍ନ । ସୁନ୍ଦରଗଡ଼ ଜିଲ୍ଲା ଡ଼ିଏମଏମ ଫଣ୍ଡରୁ ଡ଼ାକ୍ତର ଭାବରେ କରାଯାଇଥିଲା ନିଯୁକ୍ତି କେମିତି ଜାଣିପାରିଲେ ନାହିଁ ଅଧିକାରୀ ନା ଜାଣିଶୁଣି ଦିଆଯାଇଥିଲା ନିଯୁକ୍ତି । ନକଲି ଡ଼ାକ୍ତର ହାତରେ କେମିତି ଛାଡି ଦିଆଯାଇଥିଲା ରୋଗୀ ସେବା । ଲୋକଙ୍କ ଜୀବନ ସହ ଖେଳାଯାଉନଥିଲା କି ଖେଳ ।