ବନ୍ଧୁକ ଦେଖାଇ ଜନସେବା କେନ୍ଦ୍ରରୁ ଲୁଟ୍‌

ସୁନ୍ଦରଗଡ଼,୧୬।୭: ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ବିରଙ୍ଗାଟୋଲି ଜନସେବା କେନ୍ଦ୍ରରୁ ମଙ୍ଗଳବାର ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଜନସେବା କେନ୍ଦ୍ରର ମାଲିକଙ୍କୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏକ ପଲସର ବାଇାକ୍‌ରେୟ ୨ଜଣ ଯୁବକ ଆସି ଜନସେବା କେନ୍ଦ୍ର ଆଗରେ ଅଟକି ଥିଲେ। ପରେ ସେମାନେ ଭିତରେ ପଶି ବନ୍ଧୁକ ବାହାର କରି ମାଲିକଙ୍କୁ ଜୀବନରେ ମାରି ଦେବାର ଧକମ୍‌ ଦେଇଥିଲେ। ପରବର୍ତ୍ତି […] The post ବନ୍ଧୁକ ଦେଖାଇ ଜନସେବା କେନ୍ଦ୍ରରୁ ଲୁଟ୍‌ appeared first on Dharitri Odia News.

ବନ୍ଧୁକ ଦେଖାଇ ଜନସେବା କେନ୍ଦ୍ରରୁ ଲୁଟ୍‌

ସୁନ୍ଦରଗଡ଼,୧୬।୭: ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ବିରଙ୍ଗାଟୋଲି ଜନସେବା କେନ୍ଦ୍ରରୁ ମଙ୍ଗଳବାର ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଜନସେବା କେନ୍ଦ୍ରର ମାଲିକଙ୍କୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଏକ ପଲସର ବାଇାକ୍‌ରେୟ ୨ଜଣ ଯୁବକ ଆସି ଜନସେବା କେନ୍ଦ୍ର ଆଗରେ ଅଟକି ଥିଲେ। ପରେ ସେମାନେ ଭିତରେ ପଶି ବନ୍ଧୁକ ବାହାର କରି ମାଲିକଙ୍କୁ ଜୀବନରେ ମାରି ଦେବାର ଧକମ୍‌ ଦେଇଥିଲେ। ପରବର୍ତ୍ତି ସମୟରେ ଯୁବକ ଦ୍ୱୟ ଜନସେବା କେନ୍ଦ୍ରରୁ ୫୦ ହଜାର ଟଙ୍କା ଧରି ଫେରାର ହୋଇଯାଇଥିଲେ। ଏନେଇ କୁତ୍ରା ଥାନାରେ ଏକ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭତ୍ତି କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ବନ୍ଧୁକ ଦେଖାଇ ଜନସେବା କେନ୍ଦ୍ରରୁ ଲୁଟ୍‌ appeared first on Dharitri Odia News.