ବନ୍ଧୁକ ମୁନରେ ଦମ୍ପତ୍ତିଙ୍କଠୁ ଲୁଟ୍, ସ୍ତ୍ରୀଙ୍କ ବେକରୁ ଝାମ୍ପିନେଲେ ସୁନା ହାର ଓ ମଙ୍ଗଳସୂତ୍ର
ଆନନ୍ଦପୁର ୨୯।୩: ଜାତୀୟ ରାଜପଥରେ ସ୍କୁଟିରେ ଯାଉଥିବା ଦମ୍ପତ୍ତିଙ୍କୁ ପ୍ରଥମେ ଧକ୍କା ଦେଲେ ଓ ପରେପରେ ବନ୍ଧୁକ ଦେଖାଇ ଲୁଟିନେଲେ ପତ୍ନୀଙ୍କ ବେକରୁ ସୁନା ହାର, ମଙ୍ଗଳସୁତ୍ର ଓ କାନଫୁଲ । କେବଳ ବନ୍ଧୁକ ଦେଖାଇ ନାହାନ୍ତି ବରଂ ଭୟଭୀତ କରିବାକୁ ଗୋଟିଏ ରାଉଣ୍ଡ ଗୁଳି ମଧ୍ଯ ରାସ୍ତା ଉପରକୁ ଫୁଟାଇଛନ୍ତି ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ଠାରେ ଦିନ ଦ୍ବିପ୍ରହରରେ ଏଭଳି ଘଟଣା ଘଟିଛି । ଘଟଗାଁ ଥାନା ବରବେଡାରୁ ନିଜ ସ୍କୁଟିରେ ବେଲବାହାଳି ଯାଉଥିବା ଦମ୍ପତ୍ତି ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀଙ୍କ ସହ ଏଭଳି ଘଟଣା ଘଟିଛି । ରାସ୍ତାରେ ଯାଉଥିବା ସମୟରେ ବୀରଗୋବିନ୍ଦପୁର ଛକ ଠାରେ ଏକ କଳା ପଲସରରେ ଆସି ୩ ମୁଖାପିନ୍ଧା ଦୁର୍ବୃତ୍ତ ପ୍ରଥମେ ସ୍କୁଟିକୁ ସାଇଡ୍ ମାରିଥିଲେ ଓ ପରେ ପରେ ବନ୍ଧୁକ ଫୁଟାଇ ଲୁଟ୍ ପାଟ୍ କରି ପୁଣି ଥରେ ଘଟଗାଁ ଅଭିମୁଖେ ଦ୍ରୁତ ବେଗରେ ପଳାଇ ଯାଇଥିଲେ । ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । You Can Read :
ଆନନ୍ଦପୁର ୨୯।୩: ଜାତୀୟ ରାଜପଥରେ ସ୍କୁଟିରେ ଯାଉଥିବା ଦମ୍ପତ୍ତିଙ୍କୁ ପ୍ରଥମେ ଧକ୍କା ଦେଲେ ଓ ପରେପରେ ବନ୍ଧୁକ ଦେଖାଇ ଲୁଟିନେଲେ ପତ୍ନୀଙ୍କ ବେକରୁ ସୁନା ହାର, ମଙ୍ଗଳସୁତ୍ର ଓ କାନଫୁଲ । କେବଳ ବନ୍ଧୁକ ଦେଖାଇ ନାହାନ୍ତି ବରଂ ଭୟଭୀତ କରିବାକୁ ଗୋଟିଏ ରାଉଣ୍ଡ ଗୁଳି ମଧ୍ଯ ରାସ୍ତା ଉପରକୁ ଫୁଟାଇଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ଠାରେ ଦିନ ଦ୍ବିପ୍ରହରରେ ଏଭଳି ଘଟଣା ଘଟିଛି । ଘଟଗାଁ ଥାନା ବରବେଡାରୁ ନିଜ ସ୍କୁଟିରେ ବେଲବାହାଳି ଯାଉଥିବା ଦମ୍ପତ୍ତି ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀଙ୍କ ସହ ଏଭଳି ଘଟଣା ଘଟିଛି । ରାସ୍ତାରେ ଯାଉଥିବା ସମୟରେ ବୀରଗୋବିନ୍ଦପୁର ଛକ ଠାରେ ଏକ କଳା ପଲସରରେ ଆସି ୩ ମୁଖାପିନ୍ଧା ଦୁର୍ବୃତ୍ତ ପ୍ରଥମେ ସ୍କୁଟିକୁ ସାଇଡ୍ ମାରିଥିଲେ ଓ ପରେ ପରେ ବନ୍ଧୁକ ଫୁଟାଇ ଲୁଟ୍ ପାଟ୍ କରି ପୁଣି ଥରେ ଘଟଗାଁ ଅଭିମୁଖେ ଦ୍ରୁତ ବେଗରେ ପଳାଇ ଯାଇଥିଲେ । ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read :