ବନ୍ଧୁକ ମୂନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟରଙ୍କଠାରୁ ଛଡ଼ାଇ ନେଲେ ମୋବାଇଲ-ବ୍ୟାଗ…

ଜୋହାନ୍ସବର୍ଗ,୬।୨ : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ଲିଗରେ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଫାବିଆନ ଆଲେନଙ୍କ ମୋବାଇଲ ଫୋନ ଏବଂ ବ୍ୟାଗରେ ଥିବା ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ବନ୍ଧୁକ ମୁନରେ ଚୋରମାନେ ଛଡ଼ାଇ ନେଇ ଯାଇଛନ୍ତି। ଆଲେନ ତାଙ୍କ ହୋଟେଲରୁ ବାହାରକୁ ଯିବାବେଳେ ଏହି ଘଟଣା ଘଟିଥିଲା। ଯେଉଁଠାରେ ଆଲାନ ରହୁଥିଲେ ସେହି ହୋଟେଲ ହେଉଛି ସହରର ସବୁଠାରୁ ବଡ ହୋଟେଲ । କିନ୍ତୁ ଏହା ସତ୍ତ୍ୱେ, […] The post ବନ୍ଧୁକ ମୂନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟରଙ୍କଠାରୁ ଛଡ଼ାଇ ନେଲେ ମୋବାଇଲ-ବ୍ୟାଗ… appeared first on Dharitri Odia News.

ବନ୍ଧୁକ ମୂନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟରଙ୍କଠାରୁ ଛଡ଼ାଇ ନେଲେ ମୋବାଇଲ-ବ୍ୟାଗ…

ଜୋହାନ୍ସବର୍ଗ,୬।୨ : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ଲିଗରେ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଫାବିଆନ ଆଲେନଙ୍କ ମୋବାଇଲ ଫୋନ ଏବଂ ବ୍ୟାଗରେ ଥିବା ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ବନ୍ଧୁକ ମୁନରେ ଚୋରମାନେ ଛଡ଼ାଇ ନେଇ ଯାଇଛନ୍ତି। ଆଲେନ ତାଙ୍କ ହୋଟେଲରୁ ବାହାରକୁ ଯିବାବେଳେ ଏହି ଘଟଣା ଘଟିଥିଲା। ଯେଉଁଠାରେ ଆଲାନ ରହୁଥିଲେ ସେହି ହୋଟେଲ ହେଉଛି ସହରର ସବୁଠାରୁ ବଡ ହୋଟେଲ । କିନ୍ତୁ ଏହା ସତ୍ତ୍ୱେ, ଆଲେନଙ୍କ ସହିତ ଏହି ଘଟଣା ସ୍ପଷ୍ଟ ଭାବେ ଦର୍ଶାଉଛି ଦକ୍ଷିଣ ଆଫ୍ରିକା ଟି-୨୦ ଲିଗରେ ଖେଳାଳିଙ୍କ ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା କେତେ ଖରାପ।

ଫାବିଆନ ଆଲେନ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ଲିଗରେ ପାର୍ଲ ରୟାଲ୍ସ ଦଳ ପାଇଁ ଖେଳୁଛନ୍ତି। ଜୋହାନ୍ସବର୍ଗର ସାଣ୍ଡଟନ ସନ ହୋଟେଲ ଛାଡିବା ସମୟରେ ତାଙ୍କ ସହ ଏହି ଡକାୟତି ହୋଇଥିଲା। ଡକାୟତି ପରେ ଆଲେନ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ସମୟରେ ଫାବିଆନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ କୌଣସି ପ୍ରକାର ଆଘାତ ପାଇନାହାନ୍ତି ବୋଲି ୱେଷ୍ଟଇଣ୍ଡିଜ କ୍ରିକେଟ ବୋଡ କହିଛି।

ଜଣେ ଅଧିକାରୀ ଆଲେନଙ୍କ ସହିତ ମଧ୍ୟ ନିରନ୍ତର ଯୋଗାଯୋଗରେ ଅଛନ୍ତି। ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଆମର ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରେ କୋଲି ଏବଂ ଫାବିଆନ ଆଲେନ ନିରନ୍ତର ସମ୍ପର୍କରେ ଅଛନ୍ତି। ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି, କିନ୍ତୁ ଏହି ଘଟଣା ପରେ ଦକ୍ଷିଣ ଆଫ୍ରିକା ଟି -୨୦ ଲିଗରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି।

ଦକ୍ଷିଣ ଆଫ୍ରିକା ଟି -୨୦ ଲିଗର ଏହା ଦ୍ୱିତୀୟ ସିଜନ। କିନ୍ତୁ ବିଶେଷ କଥା ହେଉଛି ଆଲେନଙ୍କ ସହ ଡକାୟତି ପ୍ରଥମ ଘଟଣା ନୁହେଁ। ଏପରିକି ଏହି ଲିଗର ପ୍ରଥମ ସିଜିନରେ ଜଣେ ଖେଳାଳିଙ୍କ ସହ ଡକାୟତି ମାମଲା ସାମ୍ନାକୁ ଆସିଥିଲା। ଏହା ସତ୍ତ୍ୱେ ଖେଳାଳିଙ୍କ ନିରାପତ୍ତାରେ ଏତେ ବଡ ବିଫଳତା ଏହି ଲିଗରେ ଦେଖିବାକୁ ମିଳିଛି ।

ଫାବିଆନ ଆଲେନ ମଧ୍ୟ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି। ସେ ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ୫ ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୧୪ ରନ ସ୍କୋର କରିବା ସହିତ ୨ ୱିକେଟ ନେଇଛନ୍ତି।  ଆଲେନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ସହିତ ଏବଂ ୨୦୨୦ ରେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେଇଥିଲେ। ୨୦୨୧ ରେ ପଞ୍ଜାବ କିଙ୍ଗ୍ସ ପାଇଁ ମଧ୍ୟ ଖେଳିିଥିଲେ।

The post ବନ୍ଧୁକ ମୂନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟରଙ୍କଠାରୁ ଛଡ଼ାଇ ନେଲେ ମୋବାଇଲ-ବ୍ୟାଗ… appeared first on Dharitri Odia News.