ବନ୍ୟା ପାଣିରେ ବୁଡ଼ିଲା ଚାଷ ଜମି । ଉଜୁଡ଼ି ଗଲା ସୁନାର ଫସଲ । ଚିନ୍ତାରେ ଚାଷୀ କୂଳ….

କନକ ବ୍ୟୁରୋ: ମହାନଦୀର ବନ୍ୟା ଜଳ ଚାଷୀଙ୍କ ନିଦ ହଜାଇ ଦେଇଛି । ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିଯିବାରୁ ଶହ ଶହ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଛି । ପ୍ରାୟ ୧୦ ଦିନ ହେଲା ଜମିରୁ ପାଣି ଛାଡୁନଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ପାଣିରେ ବୁଡ଼ି ଫସଲ ନଷ୍ଟ ହେଉଥିବା ବେଳେ ଅସହାୟ ଚାଷୀ ଭାଗ୍ୟକୁ ନିନ୍ଦି ଛଟପଟ ହେଉଛି । ବନ୍ୟା ପାଣିରେ ବୁଡ଼ିଲା ଚାଷ ଜମି ଉଜୁଡ଼ି ଗଲା ସୁନାର […] The post ବନ୍ୟା ପାଣିରେ ବୁଡ଼ିଲା ଚାଷ ଜମି । ଉଜୁଡ଼ି ଗଲା ସୁନାର ଫସଲ । ଚିନ୍ତାରେ ଚାଷୀ କୂଳ…. first appeared on Kanak News.

ବନ୍ୟା ପାଣିରେ ବୁଡ଼ିଲା ଚାଷ ଜମି । ଉଜୁଡ଼ି ଗଲା ସୁନାର ଫସଲ । ଚିନ୍ତାରେ ଚାଷୀ କୂଳ….

କନକ ବ୍ୟୁରୋ: ମହାନଦୀର ବନ୍ୟା ଜଳ ଚାଷୀଙ୍କ ନିଦ ହଜାଇ ଦେଇଛି । ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିଯିବାରୁ ଶହ ଶହ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଛି । ପ୍ରାୟ ୧୦ ଦିନ ହେଲା ଜମିରୁ ପାଣି ଛାଡୁନଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ପାଣିରେ ବୁଡ଼ି ଫସଲ ନଷ୍ଟ ହେଉଥିବା ବେଳେ ଅସହାୟ ଚାଷୀ ଭାଗ୍ୟକୁ ନିନ୍ଦି ଛଟପଟ ହେଉଛି ।

  • ବନ୍ୟା ପାଣିରେ ବୁଡ଼ିଲା ଚାଷ ଜମି
  • ଉଜୁଡ଼ି ଗଲା ସୁନାର ଫସଲ

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପରେ ଜଗତସିଂହପୁର କୁଜଙ୍ଗ ତଳିଆ ଅଞ୍ଚଳରେ ବିସ୍ତୀର୍ଣ୍ଣ ଜଳରାଶିର ଚଦର ତଳେ ଘୋଡେଇ ହୋଇଛି ଚାଷ ଜମି । ବର୍ଷକର ପରିଶ୍ରମ ଚାଷୀଙ୍କ ଆଖିଆଗରେ ନଷ୍ଟ ହେଉଛି । ଫସଲ ଅମଳ ସମୟରେ ବନ୍ୟା ସବୁ ବିଗାଡ଼ି ଦେଇଛି । କେବଳ ଫସଲ ନୁହେଁ ବନ୍ୟା ପାଣିରେ ଏକାଧିକ ଗାଁ ଜଳାର୍ଣ୍ଣବ ହୋଇପଡିଛି । ଫସଲ କ୍ଷତି ସହ ଗୃହପାଳିତ ପଶୁଙ୍କ ଖାଦ୍ୟ ଯୋଗାଇବା ଚାଷୀଙ୍କ ଦୁଃଖକୁ ଦୁଇଗୁଣ ବଢ଼ାଇଦେଇଛି ।

ଅନ୍ୟପଟେ ବାଙ୍କୀରେ ହେକ୍ଟର ହେକ୍ଟର ପରିବା କ୍ଷେତରେ ୪ ଫୁଟର ବନ୍ୟାଜଳ ଲହଡ଼ି ମାରୁଛି। ଆଣ୍ଠୁଏ ପାଣି ଜମି ଥିବାରୁ ଭେଣ୍ଡି, ପୋଟଳ, ବାଇଗଣ ଭଳି ଅନେକ ପରିବା ଫସଲର ମୂଳ ସଢିବାକୁ ଲାଗିଲାଣି । ଜମିର ସ୍ଥିତିକୁ ଦେଖିଲେ ବାଙ୍କୀ ବିଲିପଡ଼ା ପଞ୍ଚାୟତର ଚାଷୀଙ୍କ ଚିନ୍ତା ବଢ଼ିଯାଉଛି । ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତାରେ ବି ସମାନ ଖବର ସାମ୍ନାକୁ ଆସିଛି । ୧୦ଦିନ ଧରି ଚାଷ ଜମିରୁ ପାଣି ନିଷ୍କାସନ ନହେବାରୁ ୫ଟି ପଞ୍ଚାୟତର ଶହେ ଏକରରୁ ଅଧିକ ଜମିରେ ଧାନ ଫସଲ ଧୋଇଯାଇଛି । ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ସହିତ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ । ମହାନଦୀରେ ବନ୍ୟାଜଳ ଏବେ ତଳିଆ ଅଞ୍ଚଳ ପାଇଁ ଦୁଃଖର କାରଣ ପାଲଟିଯାଇଛି ।

The post ବନ୍ୟା ପାଣିରେ ବୁଡ଼ିଲା ଚାଷ ଜମି । ଉଜୁଡ଼ି ଗଲା ସୁନାର ଫସଲ । ଚିନ୍ତାରେ ଚାଷୀ କୂଳ…. first appeared on Kanak News.