ବନ୍ୟାସ୍ରୋତରେ ମହାନଦୀପଠାରୁ ଅତଡ଼ା ଧସୁଛି
ରଘୁନାଥପୁର, ୩୦।୮(ରାଜେନ୍ଦ୍ର ନାରାୟଣ ସିଂହ): ମହାନଦୀ ସାଉଥ୍ ଜଳସମ୍ପଦ ବିଭାଗ ତଥା ମଣିଜଙ୍ଗା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର, ଗୋକୁଳପୁର ଓ ହରିଶପୁରଠାରେ ମହାନଦୀ ପଠା ବନ୍ୟାସ୍ରୋତରେ ନଦୀଗର୍ଭରେ ଲୀନ ହେବାକୁ ଲାଗିଛି। ଧୀରେ ଧୀରେ ପାଣି ବନ୍ଧମୁହାଁ ହେଉଛି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଗତ ୧୫ ବର୍ଷରେ ୨୫ ମିଟରରୁ ଊର୍ଦ୍ଧ୍ୱ ପଠା କ୍ଷୟ ହୋଇ ନଦୀଶଯ୍ୟାରେ ମିଶିଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ରୋକିବା […] The post ବନ୍ୟାସ୍ରୋତରେ ମହାନଦୀପଠାରୁ ଅତଡ଼ା ଧସୁଛି appeared first on Dharitri Odia News.
ରଘୁନାଥପୁର, ୩୦।୮(ରାଜେନ୍ଦ୍ର ନାରାୟଣ ସିଂହ): ମହାନଦୀ ସାଉଥ୍ ଜଳସମ୍ପଦ ବିଭାଗ ତଥା ମଣିଜଙ୍ଗା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର, ଗୋକୁଳପୁର ଓ ହରିଶପୁରଠାରେ ମହାନଦୀ ପଠା ବନ୍ୟାସ୍ରୋତରେ ନଦୀଗର୍ଭରେ ଲୀନ ହେବାକୁ ଲାଗିଛି। ଧୀରେ ଧୀରେ ପାଣି ବନ୍ଧମୁହାଁ ହେଉଛି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଗତ ୧୫ ବର୍ଷରେ ୨୫ ମିଟରରୁ ଊର୍ଦ୍ଧ୍ୱ ପଠା କ୍ଷୟ ହୋଇ ନଦୀଶଯ୍ୟାରେ ମିଶିଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ରୋକିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ କେତୋଟି ସ୍ପର୍ ନିର୍ମାଣ କରାଯାଇଛି। ତେବେ ପୂର୍ବବତ ପଠାରୁ ଅତଡ଼ା ଧସିବାରେ ଲାଗିଛି। ଗୋକୁଳପୁର ସତୀବଣଠାରେ ବଡ଼ ଅତଡ଼ା ଧସିବାରେ ଲାଗିଛି। ଏପରିକି କେତେଜଣ ବ୍ୟକ୍ତିଙ୍କ ନିଜସ୍ବ ଜମି ମଧ୍ୟ ନଦୀରେ ମିଶିଯାଇଛି। ସେହିପରି ହରିଶ୍ପୁରଠାରେ ମଧ୍ୟ ଅନୁରୂପ ଅବସ୍ଥା ଦେଖାଯାଇଛି। ପଠାର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି ହୋଇଥିଲେ ସୁଦ୍ଧା ବନ୍ୟାପାଣି ସ୍ରୋତରେ ୩୦ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଯାଇଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ତାରପୁର ବେଲବଣଠାରୁ ଜଇପୁର ଦସୁଆଦଣ୍ଡା ପର୍ଯ୍ୟନ୍ତ ୬ କିମି ମହାନଦୀ ବନ୍ଧ ବାଲିରେ ନିର୍ମିତ। ତେଣୁ ଏହି ସ୍ଥାନ ଦୁର୍ବଳ ବୋଲି ୧୦ ବର୍ଷ ତଳେ ତାଳଦଣ୍ଡା କେନାଲ ପୁନଃଉଦ୍ଧାର କାର୍ଯ୍ୟ ସମୟରେ ତତ୍କାଳୀନ ବିଭାଗୀୟ ଅଧିକାରୀ କହିଥିଲେ। ଏଥିଯୋଗୁ ନଦୀରେ ବନ୍ୟାଜଳ ଅଧିକ ହେଲେ ନିକଟବର୍ତ୍ତୀ ଗ୍ରାମରେ ପାଣି ଝରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଯଦି ଏହିପରି ଭାବେ ପଠା କ୍ଷୟ ହୋଇ ପାଣି ବନ୍ଧମୁହଁା ହୁଏ ତାହାଲେ ବନ୍ଧକୁ ସୁରକ୍ଷା ଦେବା ଅସମ୍ଭବ ହୋଇପଡିବ। କୌଣସି ସ୍ଥାନରେ ଘାଇ ସୃଷ୍ଟି ହେଲେ ବନ୍ୟାପାଣି ଜଗତ୍ସିଂହପୁର ସଦର ମହକୁମା ସହ ଜିଲାର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏହି ୬ କିମି ବ୍ୟାପୀ ନଦୀବନ୍ଧର ସୁରକ୍ଷା ନିମନ୍ତେ ତିନୋଟି ଗ୍ରାମର ପଠା ଖାଉଥିବା ସ୍ଥାନକୁ ଦୀର୍ଘମିୟାଦୀ ସ୍ଥାୟୀ ପ୍ରତିକାର କରାଯିବା ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳ, ସ୍ଥାନୀୟ ବିଧାୟକ, ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ,ବିଭାଗୀୟ ସଚିବ ଓ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସ୍ବଳ୍ପ ପଠାର ସୁରକ୍ଷା ପାଇଁ ଟେଣ୍ଡର ହୋଇଥିବା ଏବଂ ବର୍ଷା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଇପୁର ସେକ୍ସନ ଯନ୍ତ୍ରୀ ତପନ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ସେହିପରି ନିଜେ ଯାଇ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ହେବେ ବୋଲି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ତରେଇ ପ୍ରକାଶ କରିଛନ୍ତି। ବେଳ ଥାଉ ଥାଉ ସାବଧାନ ନ ହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ବୁଦ୍ଧିଜୀବୀଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
The post ବନ୍ୟାସ୍ରୋତରେ ମହାନଦୀପଠାରୁ ଅତଡ଼ା ଧସୁଛି appeared first on Dharitri Odia News.