ବମ୍ବେ ବ୍ଲଡ୍ ଗ୍ରୁପ
ବମ୍ବେ ବ୍ଲଡ୍ ଗ୍ରୁପକୁ ଦୁନିଆର ସବୁଠାରୁ ବିରଳ ବ୍ଲଡ ଗ୍ରୁପ୍ରେ ଗଣାଯାଇଥାଏ । କିଛି ଲୋକ ଏହି ବ୍ଲଡ ଗ୍ରୁପ ବିଷୟରେ ଧାରଣା ମଧ୍ୟ ନଥାଏ । ମଣିଷ ଶରୀରରେ ବ୍ଲଡ୍ ସେଲ୍ରେ ଥିବା ସୁଗାର ମଲିକୁ୍ୟଲ୍ ବ୍ଲଡ୍ ଗ୍ରୁପ ନିର୍ଦ୍ଧାରଣ କରିଥାଏ । ତେବେ ଏମାନଙ୍କ କ୍ଷେତ୍ରରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏମାନଙ୍କ ବ୍ଲଡ୍ସେଲ୍ରେ ସୁଗାର ମଲିକୁ୍ୟଲ୍ର ଉତ୍ପତି ହୋଇ ନଥାଏ । ସେହିଭଳି ଏହି ବ୍ଲଡ୍ ଗ୍ରୁପର ଲୋକମାନେ ସେମାନଙ୍କ ପ୍ଲାଜମାରେ […]

ବମ୍ବେ ବ୍ଲଡ୍ ଗ୍ରୁପକୁ ଦୁନିଆର ସବୁଠାରୁ ବିରଳ ବ୍ଲଡ ଗ୍ରୁପ୍ରେ ଗଣାଯାଇଥାଏ । କିଛି ଲୋକ ଏହି ବ୍ଲଡ ଗ୍ରୁପ ବିଷୟରେ ଧାରଣା ମଧ୍ୟ ନଥାଏ । ମଣିଷ ଶରୀରରେ ବ୍ଲଡ୍ ସେଲ୍ରେ ଥିବା ସୁଗାର ମଲିକୁ୍ୟଲ୍ ବ୍ଲଡ୍ ଗ୍ରୁପ ନିର୍ଦ୍ଧାରଣ କରିଥାଏ । ତେବେ ଏମାନଙ୍କ କ୍ଷେତ୍ରରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏମାନଙ୍କ ବ୍ଲଡ୍ସେଲ୍ରେ ସୁଗାର ମଲିକୁ୍ୟଲ୍ର ଉତ୍ପତି ହୋଇ ନଥାଏ । ସେହିଭଳି ଏହି ବ୍ଲଡ୍ ଗ୍ରୁପର ଲୋକମାନେ ସେମାନଙ୍କ ପ୍ଲାଜମାରେ ଆଣ୍ଟିବଡିଜ୍ ଏ, ବି ଓ ଏଚ୍ ଦେଖିବାକୁ ମିଳିଥାଏ । ତେବେ ଏହି ବିରଳ ବ୍ଲଡ୍ ଗ୍ରୁପର ମଣିଷର ଦୈନନ୍ଦିନ ଜୀବନରେ କୌଣସି ପ୍ରଭାବ ଦେଖିବାକୁ ମିଳିନଥାଏ । ତେବେ ଏହା ବେଳେବେଳେ ଜେନେଟିକ୍ ହୋଇଥାଏ । ଯଦି ରୋଗୀଙ୍କର କୌଣସି ନିକଟ ସମ୍ପର୍କୀୟ କିମ୍ବା ବାପା ମାଆଙ୍କର ଏହି ବ୍ଲଡଗ୍ରୁପ ରହିଥାଏ, ତେବେ ସେମାନଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ତେବେ ଏମାନେ ଖାଲି ନିଜ ବ୍ଲଡ୍ ଗ୍ରୁପ ଥିବା ଲୋକଙ୍କ ଠାରୁ ଦରକାର ସମୟରେ ରକ୍ତ ଗ୍ରହଣ କରିପାରିବେ, ତେଣୁ କୌଣସି ଦୁର୍ଘଟଣା ସମୟରେ ଏମାନଙ୍କୁ ଟିକେ ସମସ୍ୟା ହୋଇଥାଏ ବ୍ଲଡ ମିଳିବାରେ ।