ବରଗଡ: ଖୋଲୁଛି ଚୋରା ବନ୍ଧୁକ କାରବାର ଗୁମର । ମୁଖ୍ୟ ଅଭିଯୁକ୍ତଙ୍କ ସହ ୭ ଗିରଫ

କନକବ୍ୟୁରୋ :ଖୋଲୁଛି ବରଗଡ଼ରେ ଚୋରା ବନ୍ଧୁକ କାରବାର ଗୁମର । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅକ୍ରମ ସହ ୨ ଗିରଫ । ବିହାରରୁ ଅକ୍ରମକୁ ଗିରଫ କରିଛି ବରଗଡ଼ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ । ଗିରଫ ପରେ ଅକ୍ରମକୁ ଓଡ଼ିଶା ଆଣି ଅଧିକ ପଚରାଉଚରା କରାଯାଉଛି ।  ଗତକାଲି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଯାହାପରେ ବନ୍ଧୁକ କାରବାରର ଚେର ବିହାରରୁ ଓଡ଼ିଶାକୁ ଲମ୍ବିଥିବା ଜାଣିବାକୁ ପାଇଥିଲା ପୋଲିସ । ମହମ୍ମଦ ଅକରମ ବରଗଡ଼କୁ ବନ୍ଧୁକ ପଠାଉଥିଲା । ଏହାପରେ କିଛି ବିହାରୀ ଯୁବକ ବରଗଡ଼ରେ ଅପରାଧୀଙ୍କୁ ଏହି ବନ୍ଧୁକ ବିକ୍ରି କରୁଥିଲେ । ତେବେ କେତେ ପରିମାଣର ବନ୍ଧୁକ ଓ ଗୁଳି ଆସିଛି । କେଉଁ କେଉଁ ଅପରାଧୀମାନେ ଏହାକୁ କିଣିଛନ୍ତି । ବନ୍ଧୁକ ବିକ୍ରି କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।  

ବରଗଡ: ଖୋଲୁଛି ଚୋରା ବନ୍ଧୁକ କାରବାର ଗୁମର । ମୁଖ୍ୟ ଅଭିଯୁକ୍ତଙ୍କ ସହ ୭ ଗିରଫ

କନକବ୍ୟୁରୋ :ଖୋଲୁଛି ବରଗଡ଼ରେ ଚୋରା ବନ୍ଧୁକ କାରବାର ଗୁମର । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅକ୍ରମ ସହ ୨ ଗିରଫ । ବିହାରରୁ ଅକ୍ରମକୁ ଗିରଫ କରିଛି ବରଗଡ଼ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ । ଗିରଫ ପରେ ଅକ୍ରମକୁ ଓଡ଼ିଶା ଆଣି ଅଧିକ ପଚରାଉଚରା କରାଯାଉଛି ।  ଗତକାଲି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା ।

ଯାହାପରେ ବନ୍ଧୁକ କାରବାରର ଚେର ବିହାରରୁ ଓଡ଼ିଶାକୁ ଲମ୍ବିଥିବା ଜାଣିବାକୁ ପାଇଥିଲା ପୋଲିସ । ମହମ୍ମଦ ଅକରମ ବରଗଡ଼କୁ ବନ୍ଧୁକ ପଠାଉଥିଲା । ଏହାପରେ କିଛି ବିହାରୀ ଯୁବକ ବରଗଡ଼ରେ ଅପରାଧୀଙ୍କୁ ଏହି ବନ୍ଧୁକ ବିକ୍ରି କରୁଥିଲେ । ତେବେ କେତେ ପରିମାଣର ବନ୍ଧୁକ ଓ ଗୁଳି ଆସିଛି । କେଉଁ କେଉଁ ଅପରାଧୀମାନେ ଏହାକୁ କିଣିଛନ୍ତି । ବନ୍ଧୁକ ବିକ୍ରି କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।