ବରଗଡ଼ ଧନୁଯାତ୍ରା – ଆରମ୍ଭ ହେଲା ମହାରାଜା କଂସଙ୍କ ରଙ୍ଗମହଲ

ଡେସ୍କ: ଧନୁଯାତ୍ରା ମହୋତ୍ସବ ପାଇଁ ବରଗଡ଼ ସହର ଉତ୍ସବ ମୁଖର ହୋଇଛି। ମଥୁରା ନଗରୀ ପାଲଟିଥିବା ବରଗଡ଼ ସହରର ନିଶାମଣି ହାଇସ୍କୁଲ ପଡ଼ିଆଠାରେ ମହାରାଜା କଂସଙ୍କ ରଙ୍ଗମହଲର ଶୁଭାରମ୍ଭ କରାଯାଇଛି। ମଥୁରା ନରେଶ କଂସ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଧନୁଯାତ୍ରା […]

ବରଗଡ଼ ଧନୁଯାତ୍ରା – ଆରମ୍ଭ ହେଲା ମହାରାଜା କଂସଙ୍କ ରଙ୍ଗମହଲ

ଡେସ୍କ: ଧନୁଯାତ୍ରା ମହୋତ୍ସବ ପାଇଁ ବରଗଡ଼ ସହର ଉତ୍ସବ ମୁଖର ହୋଇଛି। ମଥୁରା ନଗରୀ ପାଲଟିଥିବା ବରଗଡ଼ ସହରର ନିଶାମଣି ହାଇସ୍କୁଲ ପଡ଼ିଆଠାରେ ମହାରାଜା କଂସଙ୍କ ରଙ୍ଗମହଲର ଶୁଭାରମ୍ଭ କରାଯାଇଛି। ମଥୁରା ନରେଶ କଂସ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଏବଂ ରଙ୍ଗମହଲର ମୁଖ୍ୟ ସଂଯୋଜକ ଅକ୍ରୂର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।