ବରଗଡ଼ର ୩ ମନ୍ଦିରକୁ ମିଳିଲା ପର୍ଯ୍ୟଟନସ୍ଥଳୀର ମାନ୍ୟତା: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା
ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ସମ୍ଭାବ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଚିହ୍ନଟ କରିବା ସହ ବହୁମାତ୍ରାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ସ୍ଥାୟୀ ପର୍ଯ୍ୟଟନର ବିକାଶ ତଥା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟର ପ୍ରଭାବଶାଳୀ ପ୍ରଚାର ପ୍ରସାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହିତ ରାଜ୍ୟ ବିଭିନ୍ନ ଜିଲାରୁ ୨୦ଟି ନୂତନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି। ଏଥିରେ ବରଗଡ଼ ଜିଲାର 3ମନ୍ଦିର ଅର୍ଥାତ୍ ଭଟଲିର ଦଧିବାମନ ମନ୍ଦିର, ଅମ୍ବାଭୋନାର କେଦାରନାଥ ମନ୍ଦିର ଏବଂ […] The post ବରଗଡ଼ର ୩ ମନ୍ଦିରକୁ ମିଳିଲା ପର୍ଯ୍ୟଟନସ୍ଥଳୀର ମାନ୍ୟତା: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା appeared first on Dharitri Odia News.
ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ସମ୍ଭାବ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଚିହ୍ନଟ କରିବା ସହ ବହୁମାତ୍ରାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ସ୍ଥାୟୀ ପର୍ଯ୍ୟଟନର ବିକାଶ ତଥା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟର ପ୍ରଭାବଶାଳୀ ପ୍ରଚାର ପ୍ରସାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହିତ ରାଜ୍ୟ ବିଭିନ୍ନ ଜିଲାରୁ ୨୦ଟି ନୂତନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି।
ଏଥିରେ ବରଗଡ଼ ଜିଲାର 3ମନ୍ଦିର ଅର୍ଥାତ୍ ଭଟଲିର ଦଧିବାମନ ମନ୍ଦିର, ଅମ୍ବାଭୋନାର କେଦାରନାଥ ମନ୍ଦିର ଏବଂ ବରଗଡ଼ ବ୍ଲକର ବୈଷ୍ଣୋଦେବୀ ମନ୍ଦିର ରହିଛି। ଏହାଦ୍ୱାରା ଜିଲାରେ ବର୍ତ୍ତମାନ ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀର ସଂଖ୍ୟା ୧୩ କୁ ପହଞ୍ଚିଛି। ନୂତନଭାବେ ଚିହ୍ନଟ ହୋଇଥିବା ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ମଜବୁତ୍ କରିବ ଏବଂ ନିଯୁକ୍ତି, ନିବେଶ, ଆଞ୍ଚଳିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲ ସାଧାରଣରେ ଆଶା ପ୍ରକଟ କରାଯାଇଛି।
The post ବରଗଡ଼ର ୩ ମନ୍ଦିରକୁ ମିଳିଲା ପର୍ଯ୍ୟଟନସ୍ଥଳୀର ମାନ୍ୟତା: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା appeared first on Dharitri Odia News.