ବରଗଡ଼ରେ ଝାଡ଼ାବାନ୍ତି, ୬୫ ଆକ୍ରାନ୍ତ
ବରଗଡ଼ : ଯାଜପୁରରେ ବାହାଘର ଭୋଜି ଖାଇ ଝାଡ଼ାବାନ୍ତି ଥମୁ ନଥିବାବେଳେ ବରଗଡ଼ ଜିଲ୍ଲାରୁ ଆସିଛି ସେହିଭଳି ଆଉ ଏକ ଖବର । ଶୁଦ୍ଧିକ୍ରିୟା ଭୋଜି ୬୫ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୁଆପାଲି ଗାଁରେ ଏହି ଭଳି ଘଟଣା ଦେଖିବାକୁ ମିଳିଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଆପାଲି ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଶୁଦ୍ଧିକ୍ରିୟା ଭୋଜି ଚାଲିଥିଲା । ଉକ୍ତ ଶୁଦ୍ଧିକ୍ରିୟା ଭୋଜିରେ […]

ବରଗଡ଼ : ଯାଜପୁରରେ ବାହାଘର ଭୋଜି ଖାଇ ଝାଡ଼ାବାନ୍ତି ଥମୁ ନଥିବାବେଳେ ବରଗଡ଼ ଜିଲ୍ଲାରୁ ଆସିଛି ସେହିଭଳି ଆଉ ଏକ ଖବର । ଶୁଦ୍ଧିକ୍ରିୟା ଭୋଜି ୬୫ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୁଆପାଲି ଗାଁରେ ଏହି ଭଳି ଘଟଣା ଦେଖିବାକୁ ମିଳିଛି ।
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଆପାଲି ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଶୁଦ୍ଧିକ୍ରିୟା ଭୋଜି ଚାଲିଥିଲା । ଉକ୍ତ ଶୁଦ୍ଧିକ୍ରିୟା ଭୋଜିରେ ସେ ତାଙ୍କ ଗାଁର ବନ୍ଧୁବାନ୍ଧବ ତଥା ଅନ୍ୟ ଗାଁର ବନ୍ଧୁବାନ୍ଧବ ମାନଙ୍କୁ ନିମନ୍ତ୍ରିତ କରିଥିଲେ । ଉକ୍ତ ଲୋକମାନେ ଶୁଦ୍ଧିକ୍ରିୟା ଭୋଜି ଖାଇସାରିବା ପରେ ଶୁକ୍ରବାର ରାତିରେ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ଏ ବିଷୟରେ ବୁକୁରାମୁଣ୍ଡାର ଡାକ୍ତର ସୁଦୀପ୍ତ ସାହୁ ଖବର ପାଇ ଡାକ୍ତରୀ ଟିମ୍ ସହ ଉକ୍ତ ଗାଁରେ ପହଞ୍ଚି ଗୁରୁତର ମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ସମସ୍ତଙ୍କ ଅବସ୍ଥା ଏବେ ଠିକ୍ ରହିଥିବା ଜଣାପଡିଛି । ଏହାସହ ବରଗଡ଼ ସିଡିଏମ୍ଓ ନିଜେ କୁଆପାଲି ଗାଁକୁ ପହଞ୍ଚି ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।