ବରଗଡ଼ରେ ମାତିଛନ୍ତି ଟ୍ରାନ୍ସଫର୍ମର ଚୋର: ତେଲ, କଏଲ ନେଇଯିବା ଯୋଗୁ ଶ୍ରୀଧାମ ଅନ୍ଧାର,ଲୋକେ…
ବରଗଡ଼ ୧୪।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ଗତ କିଛିଦିନ ତଳେ ବରାହାଗୋଡାରେ ହୋଇଥିବା ଟ୍ରାନ୍ସଫର୍ମର ଚୋରିର ଅଭିଯୁକ୍ତଙ୍କୁ ପୋଲିସ ଧରି ପାରି ନାହିଁ। ଏମିତିରେ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଶୁକ୍ରବାର ବିଳମ୍ବିତ ରାତିରେ ବରଗଡ଼ ଡାଙ୍ଗ ନିକଟସ୍ଥ ଶ୍ରୀଧାମରେ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରରୁ ତେଲ ଏବଂ କଏଲ ଚୋରି କରିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଟ୍ରାନ୍ସଫର୍ମର ପାଖରେ କଟର ଏବଂ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି । ଦୁର୍ବୃତ୍ତଙ୍କ […] The post ବରଗଡ଼ରେ ମାତିଛନ୍ତି ଟ୍ରାନ୍ସଫର୍ମର ଚୋର: ତେଲ, କଏଲ ନେଇଯିବା ଯୋଗୁ ଶ୍ରୀଧାମ ଅନ୍ଧାର,ଲୋକେ… appeared first on Dharitri Odia News.
ବରଗଡ଼ ୧୪।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ଗତ କିଛିଦିନ ତଳେ ବରାହାଗୋଡାରେ ହୋଇଥିବା ଟ୍ରାନ୍ସଫର୍ମର ଚୋରିର ଅଭିଯୁକ୍ତଙ୍କୁ ପୋଲିସ ଧରି ପାରି ନାହିଁ। ଏମିତିରେ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଶୁକ୍ରବାର ବିଳମ୍ବିତ ରାତିରେ ବରଗଡ଼ ଡାଙ୍ଗ ନିକଟସ୍ଥ ଶ୍ରୀଧାମରେ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରରୁ ତେଲ ଏବଂ କଏଲ ଚୋରି କରିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଟ୍ରାନ୍ସଫର୍ମର ପାଖରେ କଟର ଏବଂ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି । ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଯୋଗୁ ଶ୍ରୀଧାମ ଅଞ୍ଚଳ ଅନ୍ଧାର ହୋଇ ପଡିଥିବା ବେଳେ ଅଞ୍ଚଳବାସୀଙ୍କୁ ହଟହଟା ହେବାକୁ ପଡିଛି। ଘଟଣାସ୍ଥଳକୁ ଅନୁସନ୍ଧାନୀ କୁକୁର ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
The post ବରଗଡ଼ରେ ମାତିଛନ୍ତି ଟ୍ରାନ୍ସଫର୍ମର ଚୋର: ତେଲ, କଏଲ ନେଇଯିବା ଯୋଗୁ ଶ୍ରୀଧାମ ଅନ୍ଧାର,ଲୋକେ… appeared first on Dharitri Odia News.