ବରପଦା କଲେଜ ଦୁର୍ନୀତି ନେଇ ତାତିଲେ ଲୋକେ, ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା

ଭଦ୍ରକ ୧୫/୦୩: ୧୨ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା । ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପୟାସକାନ୍ତିଙ୍କ ବିରୋଧରେ ହୋଇଥିବା ୨୦୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ପରେ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ବରପଦା ଇଞ୍ଜିନୟରିଂ କଲେଜରେ ଦୀର୍ଘ ବର୍ଷ ଧରି ଚାଲିଥିବା ଅଚଳାବସ୍ଥାକୁ ନେଇ କଲେଜର କର୍ମଚାରୀ, ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଥିବାବେଳେ, ସହରରେ ଆଂଶିକ  ପ୍ରଭାବ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ଏହି କଲେଜରେ ପରିଚାଳନା କମିଟିର ଦାୟିତ୍ଵରେ ଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ କଲେଜର ବ୍ୟାପକ ଆର୍ଥିକ ଅନିୟମିତତା ସଂପୃକ୍ତି ଥିବା ସହ ମନମୁଖୀ କାର୍ଯ୍ୟକୁ ନେଇ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଯାହା ଫଳରେ ସ୍ଥାୟୀ ସମାଧାନ ପାଇଁ ବାରମ୍ୱାର ଆନ୍ଦୋଳନ, ଧାରଣା, ରାସ୍ତାରୋକ ଭଳି ଆନ୍ଦୋଳନାମତ୍କ ପନ୍ଥା ଆପନେଇଛନ୍ତି କଲେଜ କର୍ମଚାରୀଙ୍କ ସହ ବିଭିନ୍ନ ସଙ୍ଗଠନ । ବିଶେଷକରି କଲେଜ କର୍ତ୍ତୃପକ୍ଷ ଓ ପରିଚଳନା କମିଟିର ମନମୁଖୀ କାର୍ଯ୍ୟକୁ ନେଇ ବାରମ୍ୱାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ, ଏ ଦିଗରେ ଜିଲ୍ଲା ପ୍ରଶାସନ ନା ସରକାର କୌଣଷି ପଦକ୍ଷେପ ଗ୍ରହଣ କରୁ ନ ଥିବା କହିଛନ

ବରପଦା କଲେଜ ଦୁର୍ନୀତି ନେଇ ତାତିଲେ ଲୋକେ, ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା

ଭଦ୍ରକ ୧୫/୦୩: ୧୨ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା । ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପୟାସକାନ୍ତିଙ୍କ ବିରୋଧରେ ହୋଇଥିବା ୨୦୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ପରେ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ବରପଦା ଇଞ୍ଜିନୟରିଂ କଲେଜରେ ଦୀର୍ଘ ବର୍ଷ ଧରି ଚାଲିଥିବା ଅଚଳାବସ୍ଥାକୁ ନେଇ କଲେଜର କର୍ମଚାରୀ, ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି । 


ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଥିବାବେଳେ, ସହରରେ ଆଂଶିକ  ପ୍ରଭାବ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ଏହି କଲେଜରେ ପରିଚାଳନା କମିଟିର ଦାୟିତ୍ଵରେ ଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ କଲେଜର ବ୍ୟାପକ ଆର୍ଥିକ ଅନିୟମିତତା ସଂପୃକ୍ତି ଥିବା ସହ ମନମୁଖୀ କାର୍ଯ୍ୟକୁ ନେଇ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । 


ଯାହା ଫଳରେ ସ୍ଥାୟୀ ସମାଧାନ ପାଇଁ ବାରମ୍ୱାର ଆନ୍ଦୋଳନ, ଧାରଣା, ରାସ୍ତାରୋକ ଭଳି ଆନ୍ଦୋଳନାମତ୍କ ପନ୍ଥା ଆପନେଇଛନ୍ତି କଲେଜ କର୍ମଚାରୀଙ୍କ ସହ ବିଭିନ୍ନ ସଙ୍ଗଠନ । ବିଶେଷକରି କଲେଜ କର୍ତ୍ତୃପକ୍ଷ ଓ ପରିଚଳନା କମିଟିର ମନମୁଖୀ କାର୍ଯ୍ୟକୁ ନେଇ ବାରମ୍ୱାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ, ଏ ଦିଗରେ ଜିଲ୍ଲା ପ୍ରଶାସନ ନା ସରକାର କୌଣଷି ପଦକ୍ଷେପ ଗ୍ରହଣ କରୁ ନ ଥିବା କହିଛନ୍ତି କର୍ମଚାରୀ । 


ଯାହା ଫଳରେ ଦୀର୍ଘ ମାସ ଧରି କର୍ମଚାରୀମାନଙ୍କୁ ମାସିକ ଦରମା ପ୍ରଦାନ କରାଯାଉ ନ ଥିବାବେଳେ, କର୍ମଚାରୀଙ୍କ ବିଭିନ୍ନ ସମସ୍ୟା କୁ ନେଇ କର୍ମଚାରୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏଭଳି ସ୍ଥଳେ କଲେଜରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଥିବା ବେଳେ ,ଯଥାଶୀଘ୍ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଦାବି କରାଯାଇଛି । 


ତେବେ ଦୁର୍ନିତୀଖୋର ପରିଚାଳନା କମିଟିକୁ ତୁରନ୍ତ ବରଖାସ୍ତ କରାଯାଇ ନୂତନ ପରିଚାଳନା କମିଟି ଗଠନ ପାଇଁ ଦାବୀ କରାଯାଇଛି। ଅନ୍ୟ ପକ୍ଷରେ ଯଥାଶୀଘ୍ର କର୍ମଚାରୀଙ୍କ ସମସ୍ୟା ର ସମାଧାନ ସହ ସରକାର ନିଜ ଅଧୀନକୁ ଏହି କଲେଜ ନେବା ପାଇଁ ଦାବି କରାଯାଇଛି । ଯେ ପର୍ଯ୍ୟନ୍ତ ଆମର ଏହି ପ୍ରମୁଖ ଦାବୀ ପୂରଣ ନ ହୋଇଛି, ଆଗକୁ  ଆନ୍ଦୋଳନ ଜାରୀ ରହିବ ବୋଲି କହିଛନ୍ତି କର୍ମଚାରୀ ।