ବରଯାତ୍ରୀଙ୍କ ରୋଷଣୀ ବାଣରେ ଜଳିଗଲା ୧୦ ବଖରା

ଅନୁଗୋଳ,୬।୩: ଅନୁଗୋଳ ଜିଲା ଆଠମଲ୍ଲିକ ଲୁହାପଙ୍କ ପଞ୍ଚାୟତ ତେନ୍ତୁଳିପଦର ଗାଁରେ ଗୁରୁବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀଙ୍କ ରୋଷଣୀ ବାଣରେ ୧୦ ବଖରା ଘର ଜଳି ଯାଇଥିବା ଜଣାପଡିଛି। ବରଯାତ୍ରୀ ଅସାବଧାନତା ହୋଇ ବାଣ ଫୁଟାଇବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଜିଭା କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। The post ବରଯାତ୍ରୀଙ୍କ ରୋଷଣୀ ବାଣରେ ଜଳିଗଲା ୧୦ ବଖରା appeared first on Dharitri Odia News.

ବରଯାତ୍ରୀଙ୍କ ରୋଷଣୀ ବାଣରେ ଜଳିଗଲା ୧୦ ବଖରା

ଅନୁଗୋଳ,୬।୩: ଅନୁଗୋଳ ଜିଲା ଆଠମଲ୍ଲିକ ଲୁହାପଙ୍କ ପଞ୍ଚାୟତ ତେନ୍ତୁଳିପଦର ଗାଁରେ ଗୁରୁବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀଙ୍କ ରୋଷଣୀ ବାଣରେ ୧୦ ବଖରା ଘର ଜଳି ଯାଇଥିବା ଜଣାପଡିଛି।

ବରଯାତ୍ରୀ ଅସାବଧାନତା ହୋଇ ବାଣ ଫୁଟାଇବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଜିଭା କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ବରଯାତ୍ରୀଙ୍କ ରୋଷଣୀ ବାଣରେ ଜଳିଗଲା ୧୦ ବଖରା appeared first on Dharitri Odia News.