ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ
ଭୁବନେଶ୍ୱର,୧୨।୨(ଶର୍ମିଷ୍ଠା ପାଣିଗ୍ରାହୀ): ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ସୋମବାର ସାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଚିକିସ୍ଥିତ ହେଉଥିଲେ। ଶରୀରର ବିଭିନ୍ନ ଅଙ୍ଗ ଅକାମି ଲାଗି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି। ୧୯୮୩ରେ ଜାତୀୟ ନାଟ୍ୟ ବିଦ୍ୟାଳୟ(ଏନ୍ଏସ୍ଡି)ରୁ ଶିକ୍ଷା ଲାଭ କରିଥିବା ସ୍ବର୍ଗତ ଜେନା ଇଂରାଜୀ ଭାଷାରେ ହଲିଉଡ ସିନେମା ‘ସିଟି ଅଫ […] The post ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ appeared first on Dharitri Odia News.
ଭୁବନେଶ୍ୱର,୧୨।୨(ଶର୍ମିଷ୍ଠା ପାଣିଗ୍ରାହୀ): ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ସୋମବାର ସାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଚିକିସ୍ଥିତ ହେଉଥିଲେ। ଶରୀରର ବିଭିନ୍ନ ଅଙ୍ଗ ଅକାମି ଲାଗି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି।
୧୯୮୩ରେ ଜାତୀୟ ନାଟ୍ୟ ବିଦ୍ୟାଳୟ(ଏନ୍ଏସ୍ଡି)ରୁ ଶିକ୍ଷା ଲାଭ କରିଥିବା ସ୍ବର୍ଗତ ଜେନା ଇଂରାଜୀ ଭାଷାରେ ହଲିଉଡ ସିନେମା ‘ସିଟି ଅଫ ଜୟ’ ଏବଂ ‘ଇଲେକ୍ଟି ମୁନ’ରେ ଅଭିନୟ କରିଛନ୍ତି।
ତାଙ୍କର ପ୍ରଥମ ଅଭିନୀତ ସିନେମା ଥିଲା ‘ପଥର ଖସୁଛି ବଡ଼ ଦେଉଳୁ’। ଏହାଛଡ଼ା ସେ ଅନେକ ଓଡ଼ିଆ ସିନେମା, ଟେଲି ଧାରାବାହିକରେ ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି। ସେ ‘ରଣଭୂମି’, ‘ମାୟା’, ‘ଅର୍ଜୁନ’, ‘ପ୍ରେମ ୱେଡ୍ସ ପ୍ରିୟା’, ‘ରଙ୍ଗିଲା ବାବା’, ‘ଭଉଁରୀ’, ‘ଓମ ନମଃ ଶିବାୟ’, ‘କଥାନ୍ତର’ ଭଳି ଅନେକ ସିନେମା ଏବଂ ଟେଲି ଧାରାବାହିକ ‘ମହାଯଜ୍ଞ’ରେ ଅଭିନୟ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ନାଟକ ଚୟନ କ୍ଷେତ୍ରରେ ସେ ବିଚାରକ ଭାବେ ରହି ଦାୟିତ୍ୱ ନିର୍ବାହ କରିଛନ୍ତି । ଏଥିପାଇଁ ସେ ବହୁ ପ୍ରଶଂସା ଓ ପୁରସ୍କାର ପାଇଛନ୍ତି ।
The post ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ appeared first on Dharitri Odia News.