ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ, ମୃଣାଳକାନ୍ତି ଦାସ ହେଲେ CHSE ଅଧ୍ୟକ୍ଷ

ଭୁବନେଶ୍ୱର : ବରିଷ୍ଠ ଓଏଏସ୍‌ ସ୍ତରରେ ଆଜି ଏକ ଅଦଳ ବଦଳ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ଅତିରିକ୍ତ ନିର୍ଦ୍ଦେଶକ ମୃଣାଳକାନ୍ତି ଦାସଙ୍କୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବୋର୍ଡ ଅଫ୍‌ ରେଭିନ୍ୟୁ, କଟକରେ ସ୍ୱତନ୍ତ୍ର ସଚିବ ଥିବା ବିରେନ୍ଦ୍ର କୋରକରା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇ ଥିବାବେଳେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଥିବା ମନୋରଞ୍ଜନ ମଲ୍ଲିକ୍‌ ସାଧାରଣ ପ୍ରଶାସନ ବିଭାଗରେ ସ୍ୱତନ୍ତ୍ର ସଚିବ, ମହିଳା ଓ ଶିଶୁ ବିକାଶ […]

ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ, ମୃଣାଳକାନ୍ତି ଦାସ ହେଲେ CHSE ଅଧ୍ୟକ୍ଷ
oas-level

ଭୁବନେଶ୍ୱର : ବରିଷ୍ଠ ଓଏଏସ୍‌ ସ୍ତରରେ ଆଜି ଏକ ଅଦଳ ବଦଳ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ଅତିରିକ୍ତ ନିର୍ଦ୍ଦେଶକ ମୃଣାଳକାନ୍ତି ଦାସଙ୍କୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବୋର୍ଡ ଅଫ୍‌ ରେଭିନ୍ୟୁ, କଟକରେ ସ୍ୱତନ୍ତ୍ର ସଚିବ ଥିବା ବିରେନ୍ଦ୍ର କୋରକରା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇ ଥିବାବେଳେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଥିବା ମନୋରଞ୍ଜନ ମଲ୍ଲିକ୍‌ ସାଧାରଣ ପ୍ରଶାସନ ବିଭାଗରେ ସ୍ୱତନ୍ତ୍ର ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଅନୁଜ କୁମାର ଦାସ ପଟ୍ଟନାୟକ ପିଏମ୍‌ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ନୋଡାଲ ଅଧିକାରୀ ଦାୟିତ୍ୱ ପାଇଛନ୍ତି।

9765f8c3 a14d 4c83 9b78 f5a734e1524b

ସେହିପରି ଝାରସୁଗୁଡ଼ା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ ଭୁବନେଶ୍ୱର ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରକ୍ତ କମିଶନର, ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଜାସ୍ମିନ୍‌ ପଟ୍ଟନାୟକ ଓସେପା ଯୁଗ୍ମ ନିର୍ଦ୍ଦେଶକ, କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଯାଜପୁର ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ, କେନ୍ଦ୍ରାପଡ଼ା ତହସିଲଦାର ତାପସ ରଞ୍ଜନ ଦେହୁରୀ ଯାଜପୁର ଉପ ଜିଲ୍ଲାପାଳ ଏବଂ ଯାଜପୁର ମେଡିକାଲର ପ୍ରଶାସନିକ ଅଧିକାରୀ ସାଇସ୍ମିତା ଉପାଧ୍ୟାୟ ପୁସ୍ତକ ପ୍ରକାଶନରେ କାର୍ମିିକ ଅଧିତକାରୀ ଭାବେ ବଦଳି ହୋଇଛନ୍ତି।